AgroStar Krishi Gyaan
Pune, Maharashtra
30 May 19, 10:00 AM
ଗୁରୁ ଜ୍ଞାନଏଗ୍ରୋଷ୍ଟାର ଏଗ୍ରୋନୋମୀ ସେଣ୍ଟର ଅଫ ଏକ୍ସଲେନ୍ସ
ଆମ୍ବ ଫସଲରେ ପତ୍ରଜାଲକ ଉପଦ୍ରବ
ବିଗତ ୨୦-୨୫ ବର୍ଷ ହେଲା ପତ୍ରଜାଲକ ଦେଖାଯାଇଛି କିନ୍ତୁ କିଛି କ୍ଷତି କରିନାହିଁ; ଗୁଜୁରାଟର ସୌରାଷ୍ଟ୍ର ଅଞ୍ଚଳରେ ପ୍ରଥମ ଥର ପାଇଁ ଆମ୍ବ ଫଳ ଏବଂ ପତ୍ର ରେ କ୍ଷତି ଦେଖାଯାଇଛି l ଏହା ଅନ୍ୟ ଅଞ୍ଚଳକୁ ଏବଂ ପଡୋଶୀ ରାଜ୍ୟ ଗୁଡିକୁ ବ୍ୟାପୀ ପାରିବ l ଏହି ଉପଦ୍ରବ ସାଧାରଣତଃ ଏପ୍ରିଲ ରୁ ନଭେମ୍ବର ମାସ ମଧ୍ୟରେ ହେବାର ଅଧିକ ସମ୍ଭାବନା ଥାଏ l କ୍ଷତି: ପ୍ରାରମ୍ଭିକ ଅବସ୍ଥାରେ ଶୂକଗୁଡ଼ିକ ପତ୍ର ଗୁଡ଼ିକର ଉପରିଭାଗକୁ ଖାଇଥାନ୍ତି l ପରେ ଏହା ଜାଲି ହୋଇଯାଏ ଏବଂ ଭିତରକୁ ଖାଇଥାଏ l ଏହି ବର୍ଷ ମଧ୍ୟ ଆମ୍ବ ଫଳରେ କ୍ଷତି ଦେଖାଯାଇଛି ଏବଂ ଆମ୍ବର ରସ ଖାଇଥିବାର ଦେଖା ଯାଇଛି l ଯଦି ଉପଦ୍ରବ ଫଳର ଉପରିଭାଗରୁ ଆରମ୍ଭ ହୁଏ ତେବେ ଫଳଟି ପଡ଼ିଯାଇ ପାରେ l ଯାହା ଦ୍ୱାରା ଫଳର ମାନରେ ଅତ୍ୟନ୍ତ ଅବନତି ଘଟେ ଏବଂ ଏହା ଖାଇବା ପାଇଁ ଏବଂ ବିକ୍ରୟ ପାଇଁ ଅନୁପଯୁକ୍ତ ହୁଏ l
ସମନ୍ୱିତ ପରିଚାଳନା: ● ନିୟମିତ ଭାବରେ ପଚି ଯାଇଥିବା ଫଳ ଗୁଡିକୁ ସଂଗ୍ରହ କରନ୍ତୁ ଏବଂ ନଷ୍ଟ କରିଦିଅନ୍ତୁ l ● ସମୟାନୁସାରେ ନଷ୍ଟ ହୋଇଥିବା ସୁଟ ଗୁଡିକୁ ଏବଂ ଶୂକ ଦ୍ୱାରା ହୋଇଥିବା ଜାଲିକୁ କାଟି ଦିଅନ୍ତୁ ଏବଂ ନଷ୍ଟ କରିଦିଅନ୍ତୁ ● ଯଥେଷ୍ଟ ବାୟୁ ଏବଂ ସୂର୍ଯ୍ୟ କିରଣ ଚଳାଚଳ କରିବା ପାଇଁ ନିୟମିତ ଭାବରେ ଗଛ ଗୁଡ଼ିକର ଡାଳପତ୍ର କଟାକୁ ଅନୁସରଣ କରନ୍ତୁ l ● ବଗିଚାରେ ଏପ୍ରିଲ ରୁ ନଭେମ୍ବର ମାସ ମଧ୍ୟରେ ଆଲୋକ ଯନ୍ତା ବସାନ୍ତୁ l ● ବୋଭେରିଆ ବାସିଆନା@ ୪୦ ଗ୍ରାମ/୧୦ ଜଳରେ ସିଞ୍ଚନ କରନ୍ତୁ କିମ୍ବା ନିମ୍ବ ପିଡିଆର ପାଣି ● ଉପଦ୍ରବ ବୃଦ୍ଧି ହେଲେ, ପ୍ରୋଫେନୋଫସ ୫୦ ଇସି@୧୦ ମି.ଲି. କିମ୍ବା ନୋଭାଲୁରୋନ ୧୦ ଇସି @ ୧୦ ମି.ଲି. କିମ୍ବା ଲାମ୍ବଡା ଶିହେଲୋଥ୍ରୀନ ୫ ଇସି @ ୧୦ ମି.ଲି. ୧୦ ଲିଟର ଜଳ ପିଛା ସିଞ୍ଚନ କରନ୍ତୁ l ● ଆମ୍ବ ଫଳଗୁଡ଼ିକର ଅମଳ ଏବଂ ସିଞ୍ଚନ ମଧ୍ୟରେ ଉପଯୁକ୍ତ ବ୍ୟବଧାନ ବଜାୟ ରଖନ୍ତୁ l ଡ଼ଃ. ଟି. ଏମ. ଭରପୋଡ଼ା, ଏଣ୍ଟୋମୋଲୋଜୀ ର ପୂର୍ବ. ଅଧ୍ୟାପକ, B. A. କୃଷି ମହାବିଦ୍ୟାଳୟ, ଆନନ୍ଦ କୃଷି ବିଶ୍ୱବିଦ୍ୟାଳୟ, ଆନନ୍ଦ- 388 110 (ଗୁଜୁରାଟ ଭାରତ) ଯଦି ଆପଣ ଏହି ସୂଚନା ଉପଯୋଗୀ ପାଆନ୍ତି, ତେବେ ଫଟୋ ତଳେଥିବା ହଳଦିଆ ଥମ୍ବସ୍‌ ଅପ୍‌ ଚିହ୍ନ ଉପରେ କ୍ଲିକ୍‌ କରନ୍ତୁ ଏବଂ ତଳେ ଦିଆଯାଇଥିବା ବିକଳ୍ପ ବ୍ୟବହାର କରି ନିଜର କୃଷକ ମିତ୍ରଗଣଙ୍କ ସହ ମଧ୍ୟ ସେୟାର୍‌ କରନ୍ତୁ |
144
1