AgroStar Krishi Gyaan
Pune, Maharashtra
15 Apr 19, 10:00 AM
ଆଜଭାଇଜରୀ ଆର୍ଟିକଲ୍‌କ୍ରିଷି ଜାଗରଣ
ପଲିହାଉସ ଚାଷ କରି ନିଜର ଲାଭ ବୃଦ୍ଧି କରନ୍ତୁ !
ପଲିହାଉସ ଅବା ସବୁଜଘର ପଲିଥିନ୍ ଚାଦରର ଏକ ଗଠନ ପ୍ରଣାଳୀ ଅଟେ ଯାହା ସାଧାରଣତଃ ଅର୍ଦ୍ଧ-ବୃତ୍ତାକାର, ବର୍ଗକ୍ଷେତ୍ର ଏବଂ ପ୍ରଲମ୍ବିତ ପ୍ରକାରର ହୋଇଥାଏ | ପନିପରିବା, ଫଳଚାଷ ସମ୍ବନ୍ଧୀୟ ଶସ୍ୟ ସମୂହ ଏବଂ ଅଳଙ୍କାରିକ ଶସ୍ୟ ବୃଦ୍ଧି ପାଇଁ ଏହା ଅନୁମୋଦିତ ହୋଇଥାଏ | ଯେଉଁମାନେ ଜୈବିକ ଉପାୟରେ ଚାଷ କରିଥାନ୍ତି ସେମାନେ ସାଧାରଣତଃ ପଲିହାଉସ ଦ୍ୱାରା ବେଶ୍ ଲାଭବାନ ହୋଇଥାନ୍ତି |
ନିମ୍ନରେ ପଲିହାଉସ ସମ୍ବଳିତ କିଛି ସୁବିଧା ବିଷୟରେ ତଥ୍ୟ ପ୍ରଦାନ କରାଯାଇଛି: • ବୃକ୍ଷ ଗୁଡ଼ିକ ନିୟନ୍ତ୍ରିତ ତାପମାତ୍ରା ଅଧିନରେ ବୃଦ୍ଧି ପାଇଥାନ୍ତି ଯାହାଫଳରେ ଶସ୍ୟ ନଷ୍ଟ ହେବାର ସମ୍ଭାବନା କମ୍ ରହିଥାଏ | • କୌଣସି ନିର୍ଦ୍ଦିଷ୍ଟ ଋତୁକୁ ଅପେକ୍ଷା ନ କରି ବର୍ଷ ତମାମ ଶସ୍ୟ ଗୁଡ଼ିକ ବୃଦ୍ଧି ପାଇଥାନ୍ତି | • ପଲିହାଉସରେ ଅଳ୍ପ ପରିମାଣର ଅନିଷ୍ଟକାରୀ କୀଟ ଏବଂ କୀଟ-ପତଙ୍ଗ • ବାହାରର ଜଳବାୟୁ ଶସ୍ୟର ବୃଦ୍ଧିରେ ପ୍ରଭାବ ପକାଇ ପାରିନଥାଏ | • ପଲିହାଉସରେ ଉଚ୍ଚମାନର ଉତ୍ପାଦନ ହୋଇଥାଏ | • ଉତ୍ତମ ନିଷ୍କାସନ ଏବଂ ବାୟୁ ସଂଚାରଣ ପ୍ରଣାଳୀ • ଯେ କୌଣସି ଋତୁରେ ପଲିହାଉସ ବୃକ୍ଷମାନଙ୍କୁ ସଠିକ ପରିବେଶ ସମ୍ବନ୍ଧୀୟ ସୁଯୋଗ ପ୍ରଦାନ କରିଥାଏ | • 5ରୁ 10 ଥର ପାଇଁ ଅଧିକ ଉପାର୍ଜନ ବୃଦ୍ଧି କରିଥାଏ | • ଫସଲ ଅବଧି କମ୍ ହୋଇଥାଏ | • କୃଷିସାରର ପ୍ରଣାଳୀ ବେଶ୍ ସହଜ ହୋଇଥାଏ ଏବଂ ଜଳ ସେଚନ ପ୍ରଣାଳୀ ସହାୟତା ସହିତ ଆପେଆପେ ନିୟନ୍ତ୍ରିତ ହୋଇଥାଏ | ଉତ୍ସ : କୃଷିଜାଗରଣ ଯଦି ଆପଣ ଏହି ସୂଚନା ଉପଯୋଗୀ ପାଆନ୍ତି, ତେବେ ଫଟୋ ତଳେଥିବା ହଳଦିଆ ଥମ୍ବସ୍‌ ଅପ୍‌ ଚିହ୍ନ ଉପରେ କ୍ଲିକ୍‌ କରନ୍ତୁ ଏବଂ ତଳେ ଦିଆଯାଇଥିବା ବିକଳ୍ପ ବ୍ୟବହାର କରି ନିଜର କୃଷକ ମିତ୍ରଗଣଙ୍କ ସହ ମଧ୍ୟ ସେୟାର୍‌ କରନ୍ତୁ |
262
1