Looking for our company website?  
AgroStar Krishi Gyaan
Pune, Maharashtra
31 Aug 19, 06:30 PM
ଜୈବିକ ଚାଷDainik Jagrati
ସବୁଜ ଖତ ପ୍ରସ୍ତୁତ କରି ମୃତ୍ତିକାର ଉର୍ବରତା ବଢ଼ାନ୍ତୁ
ମୃତ୍ତିକାର ଉର୍ବରତା ରକ୍ଷା ପାଇଁ ସବୁଜ ଖତ ଏକ ଶସ୍ତା ଏବଂ ଭଲ ବିକଳ୍ପ । ଉପଯୁକ୍ତ ସମୟରେ, ଏକ ଟ୍ରାକ୍ଟର ସାହାଯ୍ୟରେ ମାଟିକୁ ଲେଉଟାଇବା ଦ୍ୱାରା କ୍ଷେତରେ ଥିବା ଛୁଇଁ ଜାତୀୟ ଫସଲ ଗଛଗୁଡ଼ିକ ମାଟିରେ ମିଶାଇ ସବୁଜ ଖତ ପ୍ରସ୍ତୁତ କରଯାଏ । ସବୁଜ ଖତ ପଦ୍ଧତି 1. ଏପ୍ରିଲ୍-ମେ ରେ, ଫସଲ ଅମଳ ପରେ ଜମିରେ ପାଣି ମଡ଼ାନ୍ତୁ । 2. ହେକ୍ଟର ପିଛା 50 କେଜି ଧନିଚା ମଞ୍ଜି ବୁଣନ୍ତୁ । ଯଦି ଆବଶ୍ୟକ ହୁଏ ତେବେ ଧନିଚା ଫସଲକୁ 10 ରୁ 15 ଦିନରେ ହାଲ୍କା ଭାବରେ ପାଣି ମଡ଼ାନ୍ତୁ । 3. 55 ରୁ 60 ଦିନ ଅବସ୍ଥାରେ ହଳ ଚଲାଇ ପୁଣି ସବୁଜ ଖତକୁ ଜମିରେ ମଶାଇ ଦିଅନ୍ତୁ । 4. ଏହି ପରି ଭାବରେ ହେକ୍ଟର ପିଛା ପ୍ରାୟ 10 ରୁ 15 ଟନ୍ ହାରରେ ସବୁଜ ଖତ ଉପଲବ୍ଧ ହେବ, ଯାହାକି ହେକ୍ଟର ପିଛା ପ୍ରାୟ 60 ରୁ 80 କେ.ଜି ନାଇଟ୍ରୋଜେନ୍ ଦେବ । 5. ମାଟିରେ ଗଛଗୁଡ଼ିକ ସଢ଼ିବା ଯୋଗୁଁ ବ୍ୟାକ୍ଟେରିଆ ଦ୍ୱାରା ସ୍ଥାୟୀକରଣ ହୋଇଥିବା ସମସ୍ତ ନାଇଟ୍ରୋଜେନ୍ ଅଙ୍ଗାରକ ସହ ମାଟିକୁ ଜୈବିକ ରୂପରେ ଦୀର୍ଘଦିନ ପାଇଁ ଫେରିଯିବ । ସବୁଜ ଖତର ବୈଶିଷ୍ଟ୍ୟଗୁଡ଼ିକ 1. ଚାଷର ଖର୍ଚ୍ଚ ନ୍ୟୁନତମ ହୁଏ । 2. କମ୍ ପାଣି ବା ସର୍ବନିମ୍ନ ଜଳସେଚନ ଆବଶ୍ୟକ କରେ । 3. କମ୍ ବୃକ୍ଷ ସୁରକ୍ଷା ଆବଶ୍ୟକ କରେ । 4. କମ୍ ସମୟରେ ଅଧିକ ପରିମାଣର ସବୁଜ ଖତ ଦିଏ । 5. ପ୍ରତିକୂଳ ପରିସ୍ଥିତିରେ ମଧ୍ୟ ପ୍ରସ୍ତୁତ କରିହୁଏ । 6. ଆଦ୍ୟାବସ୍ଥାରେ ଭଲ ବଢ଼ିବା ପାଇଁ ବାଳୁଙ୍ଗା ଦମନ କରେ । ସବୁଜ ଖତର ଲାଭଗୁଡ଼ିକ 1. ମୃତ୍ତିକାରେ ଏହି ଖତ ମିଶାଇ, ମୃତ୍ତିକାର ଭୌତିକ ଅବସ୍ଥା ଉନ୍ନତ କରାଯାଇପାରେ 2. ସବୁଜ ଉର୍ବରକ ମୃତ୍ତିକାର ଉର୍ବରତା ପୁନଃଭରଣା କରେ 3. ଏହି ଉର୍ବରକ ଅଣୁ ଉପାଦାନ ଗୁଡ଼ିକର ଉପଲବ୍ଧତା ବଢ଼ାଏ 4. ଏହି ଉର୍ବରକ ଅଣୁଜୀବମାନଙ୍କର କାର୍ଯ୍ୟକଳାପ ବଢ଼ାଏ 5. ଏହି ଖତ ସହ ମୃତ୍ତିକାର ସଂରଚନାରେ ଉନ୍ନତି ହେବା କାରଣରୁ, ଫସଲର ଚେର ଭଲ ଭାବରେ ବ୍ୟାପିଥାଏ 6. ସବୁଜ ଖତ ପାଇଁ ବ୍ୟବହୃତ ଛୁଇଁଜାତୀୟ ଗଛଗୁଡ଼ିକ ବାୟୁମଣ୍ଡଳରୁ ନାଇଟ୍ରୋଜେନ୍ ସଂଗ୍ରହ କରି ଏହାକୁ ଚେର ଗଣ୍ଠିଗୁଡ଼ିକରେ ଜମା କରେ, ଯାହା ମୃତ୍ତିକାରେ ନାଇଟ୍ରୋଜେନ୍ ପରିମାଣ ବୃଦ୍ଧି କରେ 7. ଯେତେବେଳେ ଏହି କମ୍ପୋଷ୍ଟ କରିବା ପାଇଁ ବ୍ୟବହୃତ ଗଛଗୁଡ଼ିକୁ ଓଲଟପାଲଟ କରି ମାଟି ଭିତରକୁ ଚାପି ଦିଆଯାଏ, ସେତେବେଳେ ଚେର ଗଣ୍ଠିଗୁଡ଼ିକ ସଢ଼ିବା ଦ୍ୱାରା ଏଥିରେ ଜମା ହୋଇଥିବା ନାଇଟ୍ରୋଜେନ୍ ଜୈବିକ ରୂପରେ ମାଟିକୁ ଫେରିଆସେ ଏବଂ ଏହାର ଉର୍ବରକ ଶକ୍ତି ବୃଦ୍ଧି କରେ । 8. ଏହି କମ୍ପୋଷ୍ଟ ଗଛ ଯୋଗୁଁ ମାଟି ସଢ଼ିବା କାରଣରୁ ମୃତ୍ତିକାର ଆର୍ଦ୍ରତା ବା ଜଳଧାରଣ କ୍ଷମତା ବୃଦ୍ଧିପାଏ ସବୁଜ ଖତ ପ୍ରସ୍ତୁତି ପାଇଁ ଉପଯୁକ୍ତ ଫସଲଗୁଡ଼ିକ ଝୁଡ଼ଙ୍ଗ, ଧନିଚା, ହରଡ଼,ମୁଗ, ବର୍ସିମ୍ ଘାସ ଆଦି ଏହି ଉର୍ବରକ ପାଇଁ ମୁଖ୍ର ଫସଳ ମଧ୍ୟରୁ ଅନ୍ୟତମ, ଯାହାକି ସବୁଜ ଖତ ପ୍ରସ୍ତୁତିରେ ବ୍ୟବହୃତ ହୁଏ । ଧନିଚା ସେମାନଙ୍କ ଠାରୁ ଭିନ୍ନ । ଉର୍ବରକ ପାଇଁ ଏହି ଫସଲ ବୁଣାଯିବାର 55 ରୁ 60 ଦିନ ମଧ୍ୟରେ ମାଟିରେ ମିଶିବା ପାଇଁ ହଳ କରିବାକୁ ପସ୍ତୁତ ହୋଇଯାଏ । ସୌଜନ୍ୟ: ଦୈନିକ ଜାଗୃତି_ଓଡ଼ିଆ
ଯଦି ଆପଣ ଏହି ସୂଚନା ଉପଯୋଗୀ ପାଆନ୍ତି, ତେବେ ଫଟୋ ତଳେଥିବା ହଳଦିଆ ଥମ୍ବସ୍‌ ଅପ୍‌ ଚିହ୍ନ ଉପରେ କ୍ଲିକ୍‌ କରନ୍ତୁ ଏବଂ ତଳେ ଦିଆଯାଇଥିବା ବିକଳ୍ପ ବ୍ୟବହାର କରି ନିଜର କୃଷକ ମିତ୍ରଗଣଙ୍କ ସହ ମଧ୍ୟ ସେୟାର୍‌ କରନ୍ତୁ |
687
0