Looking for our company website?  
AgroStar Krishi Gyaan
Pune, Maharashtra
01 Sep 19, 06:30 PM
ପଶୁ ପାଳନNDDB
ସେପ୍ଟେମ୍ବର ମାସରେ ପଶୁପାଳନ ସମ୍ପର୍କିତ ଗୁରୁତ୍ୱପୂର୍ଣ୍ଣ ବିଷୟ
• ଉତ୍ତମ ମୌସୁମୀ କାରଣରୁ, ଗୁହାଳରେ ପାଣି ଜମିବା ଫଳରେ ରୋଗ ହେବାର ଯଥେଷ୍ଟ ସମ୍ଭାବନା ରହିଛି, ଏଣୁ ବର୍ଷାଜଳର ଉପଯୁକ୍ତ ନିଷ୍କାସନ ବ୍ୟବସ୍ଥା କରାଯିବା ଉଚିତ । • ପଶୁମାନଙ୍କୁ ଶୁଷ୍କ ଓ ଉଚ୍ଚ ସ୍ଥାନରେ ବାନ୍ଧନ୍ତୁ । • ଗୋଖାଦ୍ୟକୁ ଶୁଖିଲା ଓ ଉଚ୍ଚ ସ୍ଥାନରେ ଠିକ୍ ଭାବେ ରଖନ୍ତୁ । • ଗୁହାଳର ପରିଚ୍ଛନ୍ନତା ପ୍ରତି ସ୍ୱତନ୍ତ୍ର ଯତ୍ନବାନ ହୁଅନ୍ତୁ । ମଝିରେ ମଝିରେ ଚଟାଣ ଓ କାନ୍ଥରେ ଚୂନ ପାଣି ସିଞ୍ଚନ କରନ୍ତୁ । • ପରିବେଶର ତାପମାତ୍ରାରେ ହେଉଥିବା ଅସ୍ଥିରତାରୁ ଗୃହପାଳିତ ପଶୁଙ୍କୁ ସୁରକ୍ଷା ଦେବା ଦିଗରେ ବିଶେଷ ପଦକ୍ଷେପ ନିଅନ୍ତୁ । • ପରଜୀବୀମାନଙ୍କ କବଳରୁ ପଶୁଙ୍କୁ ସୁରକ୍ଷା ଦିଅନ୍ତୁ । ପଶୁ ଗରମ ହେଲେ, 12 ରୁ 18 ଘଣ୍ଟା କୃତ୍ରିମ ବୀର୍ଯ୍ୟବପନ କରାଯିବା ଉଚିତ । • ଏହି ଋତୁରେ ପର୍ଯ୍ୟାପ୍ତ ପରିମାଣରେ ବିଭିନ୍ନ ପ୍ରକାରର କଞ୍ଚା ଘାସ ମିଳୁଥିବା ଯୋଗୁଁ ପଶୁମାନେ ଅଧିକ ଖାଇବା ଜନିତ ସମସ୍ୟା ଏଡ଼ାଇବା ପାଇଁ, ଖୋଲା ସ୍ଥାନରେ ପଶୁଙ୍କୁ ଚରିବାକୁ ଛାଡ଼ନ୍ତୁ ନାହିଁ । ଖଣିଜ ମିଶ୍ରଣଯୁକ୍ତ ଖାଦ୍ୟ ଖାଇବାକୁ ଦିଅନ୍ତୁ । • କଞ୍ଚା ଘାସ ସହିତ ଶୁଖିଲା ଖାଦ୍ୟ ମିଶାଇ ଖାଇବାକୁ ଦିଅନ୍ତୁ । • ଏହି ମାସରେ ମେଣ୍ଢାଙ୍କ ଶରୀରରୁ ଲୋମ କାଟନ୍ତୁ । ସୌଜନ୍ୟ: ଏନଡିଡିବି ଏବଂ ଏଫଏଓ
ଯଦି ଆପଣ ଏହି ସୂଚନା ଉପଯୋଗୀ ପାଆନ୍ତି, ତେବେ ଫଟୋ ତଳେଥିବା ହଳଦିଆ ଥମ୍ବସ୍‌ ଅପ୍‌ ଚିହ୍ନ ଉପରେ କ୍ଲିକ୍‌ କରନ୍ତୁ ଏବଂ ତଳେ ଦିଆଯାଇଥିବା ବିକଳ୍ପ ବ୍ୟବହାର କରି ନିଜର କୃଷକ ମିତ୍ରଗଣଙ୍କ ସହ ମଧ୍ୟ ସେୟାର୍‌ କରନ୍ତୁ |
811
2