Looking for our company website?  
AgroStar Krishi Gyaan
Pune, Maharashtra
17 Nov 19, 06:30 PM
ପଶୁ ପାଳନକ୍ରିଷି ଜାଗରଣ
ଗାଇଗୋରୁଙ୍କଠାରେ ଦୁଗ୍ଧ ଏବଂ ଚର୍ବି ବୃଦ୍ଧି କରିବା ନିମନ୍ତେ ବିଚାରକୁ ନେବାକୁ ଥିବା ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶାବଳୀଗୁଡ଼ିକ
ପଶୁପାଳନ କରିବାର ସମ୍ପୂର୍ଣ୍ଣ ସୁଫଳଗୁଡ଼ିକ ସମ୍ପୂର୍ଣ୍ଣ ଭାବରେ ଦୁଗ୍ଧ ଏବଂ ଏହାର ଚର୍ବି ଉପରେ ନିର୍ଭର କରେ l ଦୁଗ୍ଧ ଉତ୍ପାଦନ ଏବଂ ଗାଈଗୋରୁମାନଙ୍କର ଚର୍ବି ଅନୁପାତ ପଶୁର ଜିନୀୟ ଗଠନ ଉପରେ ନିର୍ଭର କରେ l କିନ୍ତୁ ମୁଖ୍ୟ କାରଣ ଅପପୃଷ୍ଟି ଯୋଗୁଁ ଗୋପାଳକମାନେ ଗାଇଗୋରୁମାନଙ୍କଠାରୁ ସେମାନଙ୍କର କ୍ଷମତା ଅନୁସାରେ ଦୁଗ୍ଧ ପାଆନ୍ତି l
ମୁଖ୍ୟ ପୋଷକତତ୍ତ୍ୱଗୁଡ଼ିକ: • ଗାଈଗୋରୁଙ୍କୁ ସେମାନଙ୍କର ଆହାରରେ କେବଳ ଗୋଟିଏ ପ୍ରକାରର ସବୁଜ ଘାସ ଖାଇବାକୁ ଦିଅନ୍ତୁ ନାହିଁ l • ଗାଈଗୋରୁଙ୍କୁ ବିଭିନ୍ନ ପ୍ରକାରର ସବୁଜ ଚାରାରେ ବିନ୍ସ (ଛୁଇଁ ଜାତୀୟ) ମିଶାଇ ଖାଇବାକୁ ଦିଆଯିବ ଉଚିତ l • ଖଣ୍ଡ ଖଣ୍ଡ କଟାଯାଇଥିବା ସବୁଜ ଚାରା ଏଭଳି ଭାବରେ ଯୋଗାଇ ଦିଆଯିବା ଉଚିତ ଯେମିତିକି ଏହା ସହଜରେ ଖାଇହେବ ଏବଂ ପୋଷକତତ୍ତ୍ୱର ହାନିକୁ ମଧ୍ୟ ହ୍ରାସ କରିବ l • କ୍ଷୀର ଦୁହିଁ ସାରିଲା ପରେ ସନ୍ଧ୍ୟା ସମୟରେ ଶୁଖିଲା ଚାରା ଦିଆଯିବା ଉଚିତ l • ଅଧିକ ଦୁଗ୍ଧ ପ୍ରଦାନ କରୁଥିବା ଗାଇଗୋରୁମାନଙ୍କୁ ନିଶ୍ଚିତ ଭାବରେ ଟିକେ ଅଧିକ ପରିମାଣର ଚାରା ଦେବାକୁ ହେବ l • ଗାଇଗୋରୁମାନଙ୍କୁ ଯଥେଷ୍ଟ ପରିମାଣରେ ପରିଷ୍କାର ଏବଂ ତାଜା ଜଳ ପ୍ରଦାନ କରନ୍ତୁ l • ପାନୀୟ ଜଳ କୁଣ୍ଡରେ ଅଳ୍ପ ପରିମାଣର ଚୂନ-ମିଶା ଜଳ ରଖିଲେ କ୍ୟାଲସିୟମ ଅଭାବ ହୁଏ ନାହିଁ ଏବଂ ଅନ୍ୟାନ୍ୟ ସମସ୍ୟାଗୁଡିକୁ ମଧ୍ୟ ଦୂରକରେ l • ମାତ୍ରା ସହିତ ଗାଇଗୋରୁମାନଙ୍କୁ ଯଥେଷ୍ଟ ପରିମାଣର ଧାତବ ମିଶ୍ରଣ ଯୋଗାଇ ଦିଆଯିବା ଉଚିତ l • ଆହାରରେ ପ୍ରତିଦିନ ୫୦ ଗ୍ରାମ ପରିମାଣର ଧାତବ ମିଶ୍ରଣ ନିଆଯିବା ଉଚିତ l ଏହା ସହିତ ଆହାର ସାଙ୍ଗରେ ୩୦ ଗ୍ରାମ ଲୁଣ ଗ୍ରହଣ କରିବାକୁ ଅନୁମୋଦନ କରାଯାଏ l • ଖାଇବାକୁ ଦିଆଯିବା ସମୟ ଏବଂ କ୍ଷୀର ଦୁହିଁବା ସମୟ ନିର୍ଣ୍ଣୟ କରାଯିବା ଉଚିତ l • ଗାଈଗୋରୁ ରହିବା ସ୍ଥାନଗୁଡିକୁ ସଫାସୁତୁରା ରଖନ୍ତୁ • ଗାଈଗୋରୁ କୌଣସି ପ୍ରକାରର ଅସ୍ୱସ୍ଥି କିମ୍ବା ଚାପର ସାମ୍ନା କରିବା ଉଚିତ ନୁହେଁ, ଅନ୍ୟଥା ଦୁଗ୍ଧ ଉତ୍ପାଦନ ଏବଂ ଚର୍ବି ଭାଗ ଉପରେ ଉଲ୍ଲେଖନୀୟ ଭାବରେ ପ୍ରଭାବ ପଡ଼ିବ l ଉତ୍ସ: ଆଗ୍ରୋଷ୍ଟାର ଆଗ୍ରୋନୋମି ସେଣ୍ଟର ଏକ୍ସସେଲେନ୍ସ
268
0