Looking for our company website?  
AgroStar Krishi Gyaan
Pune, Maharashtra
23 Jun 19, 06:00 PM
ପଶୁ ପାଳନପଶୁସନ୍ଦେଶ
(ଭାଗ-୧) ପଶୁସମ୍ପଦ ପାଇଁ ଟୀକାକରଣର ଗୁରୁତ୍ୱ
ପଶୁସମ୍ପଦର ସ୍ୱାସ୍ଥ୍ୟ ମୁଖ୍ୟ ଅଟେ କାରଣସମ୍ଭବତଃ ବିପଦପୂର୍ଣ୍ଣ ରୋଗ ଗୁଡିକ ହେତୁରୁ ପ୍ରତ୍ୟେକ ବର୍ଷ ହଜାର ହଜାର ଦୁଗ୍ଧ ଦେଉଥିବା ଗାଈଗୋରୁ ମରିଯାଉଛନ୍ତି, ଯେମିତିକି ହେମୋରେଜିକ ସେପ୍ଟିସେମିଆ, ଖୁରା ରୋଗ, ସାହାଣା ଏବଂ ବଜବଜିଆ ରୋଗ l ଏହା ଗୋପାଳକ ମାନଙ୍କ ପାଇଁ ବହୁତ କ୍ଷତି ଏବଂ ଆର୍ଥିକ ହାନୀର କାରଣ ହୁଏ l ଟୀକାକରଣର ଗୁରୁତ୍ୱ: ପ୍ରାରମ୍ଭରୁ ଗାଇଗୋରୁମାନଙ୍କର ଟୀକାକରଣ କରାଯିବା ଉଚିତ ଏବଂ ପଶୁ ଚିକିତ୍ସକଙ୍କର ନିର୍ଦ୍ଦେଶ ଗୁଡିକ ଅନୁସାରେ ଏହା ପ୍ରତିବର୍ଷ କରାଯିବା ଉଚିତ lଜୁନୋଟିକ ରୋଗ (ଗାଈଗୋରୁଙ୍କ ଠାରୁ ମନୁଷ୍ୟକୁ ବ୍ୟାପୁଥିବା ରୋଗସବୁ) ଗୁଡିକର ଭୟାବହତାକୁ ଆମେ ଅଣଦେଖା କରିପାରିବ ନାହିଁ, ଯେପରି କି ରାବିଜ, ଆନ୍ଥରାକସ, ବୃସେଲୋଶିଶ ରୋଗ, ଟ୍ୟୁବରକୁଲୋଶିଶ ଇତ୍ୟାଦି lପରିବେଶରେ ଥିବା ସୁକ୍ଷ୍ମବୀଜାଣୁ ଗୁଡିକ ସହିତ ଲଢ଼ିବା ପାଇଁ ଏହି ଆଣ୍ଟିବଡି ଶକ୍ତି ପ୍ରଦାନ କରେ lଟୀକା ଗୁଡିକ ଏକ ନିର୍ଦ୍ଧିଷ୍ଟ ଧାରାରେ କାମ କରନ୍ତି;ସେଇଥିପାଇଁଅସୁସ୍ଥ ଏବଂ ରୋଗଗ୍ରସ୍ତ ଗାଇଗୋରୁମାନଙ୍କୁ ଟୀକା ଦିଆନଯାଇ ସୁସ୍ଥ ଗାଇଗୋରୁମାନଙ୍କୁ ଟୀକା ଦିଆଯିବା ଉଚିତ ବୋଲି କୁହାଯାଏ lଏହି ସମୟରେ ଟୀକା ଗୁଡିକର ପ୍ରସ୍ତୁତି ଏବଂ ସମାପ୍ତି ତାରିଖ ଗୁଡିକ ଉପରେ ସ୍ୱତନ୍ତ୍ର ଦୃଷ୍ଟି ଦିଆଯିବା ଦରକାର l ଟୀକାକରଣର ଅବସ୍ଥାଗୁଡିକ ଏବଂ ରୋଗ ଦୂରୀକରଣ: ଟୀକାଦାନ କାର୍ଯ୍ୟକ୍ରମ ନିଶ୍ଚିତ କରାଏ ଯେ,ପଶୁସମ୍ପଦକୁ ଅନେକ ଗୁଡିଏ ରୋଗରୁ ରକ୍ଷାକରାଯାଇଛି ଏବଂ ସେମାନଙ୍କୁ ସୁସ୍ଥ ରଖେ lପଶୁ ଡାକ୍ତରଙ୍କର ଉପଦେଶ ଅନୁସାରେଟୀକାକରଣ କରିବା ପୂର୍ବରୁ କୃମିନାଶନ କରିବା ଜରୁରୀ ଅଟେ lଅତି କମରେ ୪୫ ଦିନ ପାଇଁ, ଗାଇଗୋରୁମାନଙ୍କୁ ଖାଦ୍ୟରେ ଧାତବ ମିଶ୍ରଣ ଖାଇବାକୁ ଦେବା ଉଚିତ l ଗାଇଗୋରୁମାନଙ୍କୁ କେବେ ଏବଂ କେଉଁ ଟୀକା ଦିଆଯିବା ଉଚିତ ତାହା ଆମେ ଦ୍ଵିତୀୟ ଭାଗରେ ଶିଖିବାl ଉତ୍ସ:ପଶୁସନ୍ଦେଶ
ଯଦି ଆପଣ ଏହି ସୂଚନା ଉପଯୋଗୀ ପାଆନ୍ତି, ତେବେ ଫଟୋ ତଳେଥିବା ହଳଦିଆ ଥମ୍ବସ୍‌ ଅପ୍‌ ଚିହ୍ନ ଉପରେ କ୍ଲିକ୍‌ କରନ୍ତୁ ଏବଂ ତଳେ ଦିଆଯାଇଥିବା ବିକଳ୍ପ ବ୍ୟବହାର କରି ନିଜର କୃଷକ ମିତ୍ରଗଣଙ୍କ ସହ ମଧ୍ୟ ସେୟାର୍‌ କରନ୍ତୁ |
462
0