Looking for our company website?  
AgroStar Krishi Gyaan
Pune, Maharashtra
21 Oct 19, 10:00 AM
ଆଜଭାଇଜରୀ ଆର୍ଟିକଲ୍‌https://readandlearn1111.blogspot.com/2017/06/blog-post_16.html
ସୁରକ୍ଷାତ୍ମକ କୃଷିରେ ଶେଡ୍‌ ହାଉସ(ଛାୟା ଗୃହ)ର ମହତ୍ୱ
ଛାୟା ଘର ଏକ ଗଠନ ପ୍ରଣାଳୀ ଯାହା କୃଷି ଜାଲ୍‌ କିମ୍ବା ଅନ୍ୟ ବୁଣା ଯାଇଥିବା ପଦାର୍ଥରେ ତିଆରି କରାଯାଇଥାଏ, ଯେଉଁଥିରେ ଆବଶ୍ୟକୀୟ ଖରା, ଆର୍ଦ୍ରତା, ଏବଂ ପବନ ଖୋଲା ସ୍ଥାନରେ ପ୍ରବେଶ କରିଥାଏ | ଏହା ଗଛର ବୃଦ୍ଧି ପାଇଁ ଏକ ଆର୍ଦଶ ବାତାବରଣ ତିଆରି କରିବାରେ ସାହାଯ୍ୟ କରିଥାଏ | ଏହାକୁ ଶେଡ୍‌ ନେଟ ହାଉସ ‘(ଛାୟା ଜାଲ୍‌ ଗୃହ) କିମ୍ବା ନେଟ ହାଉସ (ଜାଲ୍‌ ଘର)’ ମଧ୍ୟ କୁହାଯାଇଥାଏ |
ଶେଡ ହାଉସ (ଛାୟା ଗୃହ) ନିର୍ମାଣ କରିବାର ପଦ୍ଧତି ଏହି ଡ଼ିଜାଇନରେ, ଢାଞ୍ଚାଯୁକ୍ତ ଫ୍ରେମ ପାଇଁ ଆଇରନ ଆଙ୍ଗେଲ୍‌ (35 ମିଲିମିଟର x 35 ମିଲିମିଟର x 6 ମିଲିମିଟର) ଏବଂ ବାଉଁଶ ବ୍ୟବହାର କରାଯାଏ | ଆଇରନ ଆଙ୍ଗେଲ୍‌କୁ ମୂଳ ସ୍ତମ୍ଭ ଭଳି ତଳୁ ଉପର ପର୍ଯ୍ୟନ୍ତ ବାଉଁଶକୁ ଧରି ରଖିବା ପାଇଁ ଏ ୟୁ କ୍ଲିପ୍ ସହିତ ବ୍ୟବହାର କରାଯାଏ | ବାଉଁଶକୁ ଉଭୟ କବାଟର ଚାବି ଏବଂ ବାଲ୍କୋନିର ଢାଞ୍ଚା ପାଇଁ ବ୍ୟବହାର କରାଯାଏ | ଶେଡ୍‌ ହାଉସ (ଛାୟା ଗୃହ)ର ସ୍ଥାନକୁ ସମତଳ କଲା ପରେ ଡିପୋଜିସନର ଯୋଜନା କରାଯାଇଥାଏ | ଆଧାର ସ୍ତମ୍ଭ ପାଇଁ ଗାତ ଖୋଲାଯାଏ, ଗାତର ଏକ ଭାଗ ବାଲି ଦ୍ୱାରା ପୂର୍ଣ୍ଣ କରାଯାଏ ଏବଂ ଭଲଭାବେ ସଂରକ୍ଷିତ ରଖାଯାଏ | ତାପରେ ମୂଳ ସ୍ତମ୍ଭକୁ ସିମେଣ୍ଟ କଂକ୍ରିଟ ଦ୍ୱାରା ପକ୍କା କରାଯାଏ, ତିନୋଟି ସମତଳ ଧାଡିରେ ଶେଡ୍ର ସମାନ ଦୂରତା ଥିବା ସୁନିଶ୍ଚିତ କରନ୍ତୁ | ଉପଯୁକ୍ତ ପ୍ରକ୍ରିୟା ପରେ, ମପାଯାଇଥିବା ବାଉଁଶକୁ ଛାତର ଗୋଲେଇ ଢାଞ୍ଚା ଏବଂ କବାଟର ଚାବି ପରି ବ୍ୟବହୃତ ହୁଏ, ଠିକଭାବେ ବନ୍ଧାଯାଏ | ଗୋଟିଏ ନଟ ବୋଲ୍ଟକୁ ବ୍ୟବହାର କରି ଢାଞ୍ଚାରେ ପୂର୍ବରୁ ତିଆରି ହୋଇଥିବା ମୁଖ୍ୟ ଫ୍ରେମ୍ ଏବଂ କବାଟ ଫ୍ରେମ୍କୁ ବନ୍ଧାଯାଏ | ତାପରେ 50% ରୁ 75% ଛାତ ଉପରେ ଏଗ୍ରୋ ଶେଡ ଜାଲି ବନ୍ଧାଯାଏ ଏବଂ ଜାଲିର 30% ସାଇଡ ଫ୍ରେମ ଦ୍ୱାରା ବନ୍ଧାଯାଏ | ଭିତରପଟ ଫ୍ରେମଗୁଡ଼ିକ ଏବଂ କବାଟଗୁଡ଼ିକୁ ଶେଡ ଜାଲି ଦ୍ୱାରା ମଧ୍ୟ କଭର କରାଯାଏ | ଶେଷରେ ମଝି ଚଟାଣ ଏବଂ ବାଡର ସୀମା ରେଖା ଇଟା ଦ୍ୱାରା ତିଆରି କରାଯାଏ | ଶେଡ୍ ହାଉସ (ଛାୟା ଗୃହ)ର ମହତ୍ୱ: 1. ଏହା ଫୁଲ, ବେଲ, ଲତା, ପନିପରିବା, ଏବଂ ମସଲା ଜାତୀୟ ପରି ଚାରା ଚାଷ କାର୍ଯ୍ୟରେ ସାହାଯ୍ୟ କରିଥାଏ | 2. ଏହା ଫଳ ଏବଂ ପନିପରିବାର ଚାରା ଇତ୍ୟାଦି ପାଇଁ ବ୍ୟବହାର କରାଯାଇଥାଏ | 3. ଏହା ବିଭିନ୍ନ କୃଷି ଉତ୍ପାଦର ଗୁଣବତ୍ତା ଶୁଖାଇବାରେ ଲାଭଦାୟକ ଅଟେ | 4. ଏହାକୁ କୀଟ ଏବଂ ପୋକର ପ୍ରକୋପ ବିରୋଧରେ ସୁରକ୍ଷା ପାଇଁ ସୁପାରିଶିତ କରାଯାଇଥାଏ | 5. ଏହା ମୌସୁମୀର ପ୍ରାକୃତିକ ପ୍ରକୋପ ଯେପରିକି ଝଡ଼, ବର୍ଷା, କୁଆପଥର ବୃଷ୍ଟି ଇତ୍ୟାଦି ଠାରୁ ସୁରକ୍ଷା ପ୍ରଦାନ କରିଥାଏ | 6. ଗଛର ବିକାଶଶୀଳ ଶାଖାଗୁଡ଼ିକୁ ତୀବ୍ର ସୂର୍ଯ୍ୟାଲୋକରୁ ବଞ୍ଚାଇବା ପାଇଁ ଶେଡ୍‌ ନେଟ (ଛାୟା ଜାଲ୍‌) ଉପଯୋଗୀ ଅଟେ | 7. ଏହା ଟିସୁ କଲଚର୍‌ ଗଛକୁ ମଜଭୁତ କରିବା ପାଇଁ ବ୍ୟବହାର କରାଯାଇଥାଏ | ଉତ୍ସ: https://readandlearn1111.blogspot.com/2017/06/blog-post_16.html 29 ଅଗଷ୍ଟ 2018 ଯଦି ଆପଣ ଏହି ସୂଚନା ଉପଯୋଗୀ ପାଆନ୍ତି, ତେବେ ଫଟୋ ତଳେଥିବା ହଳଦିଆ ଥମ୍ବସ୍‌ ଅପ୍‌ ଚିହ୍ନ ଉପରେ କ୍ଲିକ୍‌ କରନ୍ତୁ ଏବଂ ତଳେ ଦିଆଯାଇଥିବା ବିକଳ୍ପ ବ୍ୟବହାର କରି ନିଜର କୃଷକ ମିତ୍ରଗଣଙ୍କ ସହ ମଧ୍ୟ ସେୟାର୍‌ କରନ୍ତୁ |
124
0