Looking for our company website?  
AgroStar Krishi Gyaan
Pune, Maharashtra
18 Aug 19, 06:30 PM
ପଶୁ ପାଳନNDDB
ବାଛୁରୀମାନଙ୍କଠାରେ ପୋଷଣ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଅଟେ
କୌଣସି ଡାଇରୀ ଫାର୍ମର ସଫଳତା ସମ୍ପୂର୍ଣ୍ଣ ଭାବରେ ଏହାର ବାଛୁରୀମାନଙ୍କର ଉତ୍ତମ ପରିଚାଳନା ଉପରେ ନିର୍ଭର କରେ l ଦ୍ରୁତ ବିକାଶ ଏବଂ ଶୀଘ୍ର ପରିପକ୍ଵତା ପାଇଁ ପ୍ରାଥମିକ ଅବସ୍ଥାରେ ବାଛୁରୀମାନଙ୍କର ଉତ୍ତମ ପୋଷଣ ଜରୁରୀ ଅଟେ l ବାଛୁରୀମାନଙ୍କଠାରେ ଅନୁପଯୁକ୍ତ ପୋଷଣ ଯୋଗୁଁ ବିଳମ୍ବିତ ଗର୍ଭାବସ୍ଥା ହୁଏ ଏବଂ ଦୁଗ୍ଧ ଉତ୍ପାଦନ ହ୍ରାସ ପାଏ l ବାଛୁରୀମାନଙ୍କର ଆହାର ବିଷୟରେ ମୁଖ୍ୟ କଥାଗୁଡିକ: • ବାଛୁରୀମାନଙ୍କର ଜନ୍ମର ଅଧ ଘଣ୍ଟା ମଧ୍ୟରେ କୋଲଷ୍ଟ୍ରମ ପିଇବାକୁ ଦିଆଯିବା ଉଚିତ • ଦୁଇ ମାସ ପାଇଁ ୧୦% ଦୁଗ୍ଧ ବାଛୁରୀମାନଙ୍କୁ ସେମାନଙ୍କର ଓଜନ ଅନୁଯାୟୀ ପିଆନ୍ତୁ • ଜନ୍ମର ଦ୍ଵିତୀୟ ସପ୍ତାହ ପରେ ବାଛୁରୀକୁ ଉତ୍ତମମାନର ପ୍ରାରମ୍ଭିକ ଖାଦ୍ୟ ଖାଇବାକୁ ଦିଅନ୍ତୁ • ପ୍ରତ୍ୟେକ ମାସରେ ବିଭିନ୍ନ ପ୍ରକାରର କୃମିନାଶନ ଔଷଧଗୁଡ଼ିକ ଦିଆଯିବା ଉଚିତ • ବାଛୁରୀମାନଙ୍କୁ କ୍ଷୀରର ବିକଳ୍ପ (ପରିପୂରକ) ଯୋଗାଇଦିଅନ୍ତୁ • ଯଦି କ୍ଷୀର ଜଣ ଜଣ କରି ଦିଆଯାଉଥାଏ, ଏଥିରେ ଆଣ୍ଟିବାୟୋଟିକ ଗୁଣ୍ଡ ମିଶାନ୍ତୁ • ବାଛୁରୀମାନଙ୍କୁ ଉତ୍ତମମାନର ଶୁଖିଲା ଘାସ ଖାଇବାକୁ ଦିଅନ୍ତୁ • ଠିକ ସମୟରେ ଟୀକାକରଣ କରାଯିବା ଉଚିତ ଉତ୍ସ:ଏନଡିଡିବି
ଯଦି ଆପଣ ଏହି ସୂଚନା ଉପଯୋଗୀ ପାଆନ୍ତି, ତେବେ ଫଟୋ ତଳେଥିବା ହଳଦିଆ ଥମ୍ବସ୍‌ ଅପ୍‌ ଚିହ୍ନ ଉପରେ କ୍ଲିକ୍‌ କରନ୍ତୁ ଏବଂ ତଳେ ଦିଆଯାଇଥିବା ବିକଳ୍ପ ବ୍ୟବହାର କରି ନିଜର କୃଷକ ମିତ୍ରଗଣଙ୍କ ସହ ମଧ୍ୟ ସେୟାର୍‌ କରନ୍ତୁ |
295
0