Looking for our company website?  
AgroStar Krishi Gyaan
Pune, Maharashtra
22 Jun 19, 06:00 PM
ଜୈବିକ ଚାଷhttp://satavic.org
ବିଭିନ୍ନ ପ୍ରକାର ଫସଲ ପ୍ରଣାଳୀର ଗୁରୁତ୍ୱ
ପାରମ୍ପରିକ ଚାଷୀମାନେ ଆଜି ପର୍ଯ୍ୟନ୍ତ ସେମାନଙ୍କୁ ମାଟି,ପାଣି ଏବଂ ଆଲୋକ ସମେତ ମିଳୁଥିବା ସମ୍ବଳର ସମ୍ପୂର୍ଣ୍ଣ ଉପଯୋଗ ନିମନ୍ତେ ଫସଲ ଚକ୍ରଣ (କ୍ରପ୍ରୋଟେସନ୍), ବହୁ ଫସଲ(ମଲ୍ଟିକ୍ରପିଙ୍ଗ୍), ମଧ୍ୟବର୍ତ୍ତୀ ଫସଲ(ଇଣ୍ଟର୍କ୍ରପିଙ୍ଗ୍) ଏବଂ ବହୁମୁଖୀ କୃଷି(ପଲି କଲ୍ଚର୍) ପଦ୍ଧତି ଅନୁସରଣ କରନ୍ତି। କେରଳର ଘରୋଇ ଉଦ୍ୟାନ ଏହାର ସର୍ବୋତ୍ତମ ଉଦାହରଣ। ଫସଲ ଚକ୍ରଣ (କ୍ରପ୍ରୋଟେସନ୍): ଏହା ଏକ ଫସଲ ଅନୁକ୍ରମ ଯେଉଁଠାରେ ଦୁଇଟି ଭିନ୍ନ ଭିନ୍ନ ଫସଲ ପରସ୍ପରକୁ ଅନୁସରଣ କରନ୍ତି। ଶସ୍ୟଜାତୀୟ ଏବଂ ଛୁଇଁ ଜାତୀୟ, ଗଭୀର ଚେର,ଛୋଟଚେର ଫସଲ ଏବଂ ଯେଉଁଠାରେ ଦ୍ୱିତୀୟ ଫସଲ କେଇ ମାସ ପୂର୍ବରୁ ପ୍ରଥମ ଫସଲ(ଅର୍ଥାତ୍ ଧାନ+ଗହମ, ଧାନ+କପା)କୁ ଯୋଗାଯାଇଥିବା ଖତ କିମ୍ବା ଜଳସେଚନର ଉପଯୋଗ କରିପାରେ। ବହୁ ଫସଲ(ମଲ୍ଟିକ୍ରପିଙ୍ଗ୍): ଏହା ଏକ ସଙ୍ଗରେ ଏକାଧିକ ଫସଲର ଚାଷ । ଭାରତୀୟ କୃଷି ପରମ୍ପରା କୃଷକମାନେ ଏକ ସମୟରେ 15 ପ୍ରକାର ପର୍ଯ୍ୟନ୍ତ ଫସଲ ବୁଣିବା ପାଇଁ ଜଣାଶୁଣା । ବହୁ ଫସଲର ଏକ ଉଦାହରଣ ହେଉଛି ଟମାଟୋ+ପିଆଜ+ ଗେଣ୍ଡୁ(ଯେଉଁଠାରେ କେତେକ ଟମାଟୋ ପୋକ ଗେଣ୍ଡୁ ଦ୍ୱାରା ଦୂରେଇ ଯାଆନ୍ତି।) ମଧ୍ୟବର୍ତ୍ତୀ ଫସଲ(ଇଣ୍ଟର୍କ୍ରପିଙ୍ଗ୍): ଏହା ଏକ ପ୍ରକାର କୃଷି ଯେଉଁଥିରେ ମୁଖ୍ୟ ଫସଲ ମଧ୍ୟରେ ଥିବା ସ୍ଥାନରେ ଅନ୍ୟ ଫସଲ କରାଯାଏ। ଏହାର ଏକ ଅନନ୍ୟ ଉଦାହରଣ ବହୁ ସ୍ତରୀୟ ନଡ଼ିଆ କଦଳୀ ସପୁରୀ/ଅଦା/ଛୁଇଁଜାତୀୟ ଗୋଖାଦ୍ୟ/ଔଷଧୀୟ କିମ୍ବା ସୁଗନ୍ଧିତ ଗଛ। ଗୋଟିଏ କ୍ଷେତ ମଧ୍ୟରେ ଜୈବ ବିବିଧତା ସୁନିଶ୍ଚିତ କରିବା ସହ ଏହା ସର୍ବାଧିକ ଉପଯୋଗ ପାଇଁ ସକ୍ଷମ ହୁଏ। ବହୁମୁଖୀ କୃଷି(ପଲି କଲ୍ଚର୍): ଉପରୋକ୍ତଗୁଡ଼ିକ ବହୁମୁଖୀ କୃଷି ଏବଂ ଜୈବବିବିଧତାର ରୂପ; ଏହା କୀଟ ସଂଖ୍ୟାରେ ନିୟନ୍ତ୍ରଣ ରଖିବାରେ ସାହାଯ୍ୟ କରେ। ଝଡ଼ୁଥିବା ପତ୍ର ଏବଂ ଅନ୍ୟାନ୍ୟ ଫସଲ ଅବଶେଷ ପୋଷକ ତତ୍ତ୍ୱର ମିଶ୍ରଣ ଯୋଗୁଁ ମିଳିତ ଭାବରେ ସେଗୁଡ଼ିକ ମିଶୁଥିବା ମୃତ୍ତିକା କିମ୍ବା ଖତର ମାନ ବୃଦ୍ଧି କରନ୍ତି। ସୁରକ୍ଷାଦାୟୀ କୃଷି (କଭର୍ କ୍ରପିଂ): ଏହା ସାଧାରଣତଃ ନାଇଟ୍ରୋଜେନ୍ ଫିକ୍ସିଂ ଫସଲ ସହ କରାଯାଏ । ଏହି ଫସଲଗୁଡ଼ିକ ପାଣି ଠାରୁ ଆରମ୍ଭ କରି ଅତିରିକ୍ତ ଖତ ପର୍ଯ୍ୟନ୍ତ ସବୁର ଖୁବ୍ କମ୍ ଆବଶ୍ୟକତାରେ କିମ୍ବା ଏସବୁ ବିନା ଖୁବ୍ ଶୀଘ୍ର ବଢ଼ିପାରନ୍ତି। ଏହି ସୁରକ୍ଷାଦାୟୀ ଫସଲଗୁଡ଼ିକ ଅଳ୍ପ କିଛି ଲାଭ ଦେଉଥିବା ବେଳେ ସେଗୁଡ଼ିକ ମୁଖ୍ୟତଃ ମୃତ୍ତିକାକୁ ସୁରକ୍ଷା ଦେବା ପାଇଁ, ମୃତ୍ତିକାରେ ନାଇଟ୍ରୋଜେନ୍ ସଂଯୋଗ ପାଇଁ, କୀଟ ଦମନ ପାଇଁ, ମୃତ୍ତିକା କ୍ଷୟ ରୋକିବା ପାଇଁ ଏବଂ ପରେ ଜୈବବସ୍ତୁପୁଞ୍ଜ କିମ୍ବା ପଶଉଚାରା ଭାବରେ ବ୍ୟବହୃତ ହୁଏ। ଏହାର ଏକ ସରଳ ଉଦାହରଣ ଭେଲ୍ଭେଟ୍ ବିନ୍ ବା ଏକ ପ୍ରକାର ଶିମ୍ବ ଯାହା ବାୟୋମାସ୍ ବା ଜୈବବସ୍ତୁପୁଞ୍ଜର ଉତ୍ପାଦକ ଭାବରେ ବ୍ୟବହୃତ ହୁଏ। ଅନ୍ୟ ଏକ ଉପଯୋଗୀ ସୁରକ୍ଷାଦାୟୀ ଫସଲର ହେଉଛି ଡୋଲିଚୋସ୍ ଲାବ୍ଲାବ୍ ବା ଅନ୍ୟ ଏକ ପ୍ରକାର ଶିମ୍ବ। ପଶୁଖାଦ୍ୟ ଏବଂ ଖାଦ୍ୟର ଏହା ଏକ ଉତ୍ସ। ଉତ୍ସ- http://satavic.org
ଯଦି ଆପଣ ଏହି ସୂଚନା ଉପଯୋଗୀ ପାଆନ୍ତି, ତେବେ ଫଟୋ ତଳେଥିବା ହଳଦିଆ ଥମ୍ବସ୍‌ ଅପ୍‌ ଚିହ୍ନ ଉପରେ କ୍ଲିକ୍‌ କରନ୍ତୁ ଏବଂ ତଳେ ଦିଆଯାଇଥିବା ବିକଳ୍ପ ବ୍ୟବହାର କରି ନିଜର କୃଷକ ମିତ୍ରଗଣଙ୍କ ସହ ମଧ୍ୟ ସେୟାର୍‌ କରନ୍ତୁ |
406
0