AgroStar Krishi Gyaan
Pune, Maharashtra
20 Jul 19, 07:00 PM
ଜୈବିକ ଚାଷhttp://agritech.tnau.ac.in
ଧାନ ଚାଷରେ ଆଜୋଲାର ଗୁରୁତ୍ୱ
ଏକ ଜୈବିକ ସାର ଭାବରେ ଆଜୋଲା ବାୟୁମଣ୍ଡଳୀୟ ଯବକ୍ଷାରଯାନକୁ ସ୍ଥିର ରଖେ ଏବଂ ପତ୍ରଗୁଡିକରେ ଗଚ୍ଛିତ କରି ରଖେ, ସେଇଥିପାଇଁ ଏହାକୁ ସବୁଜ ସାର ଭାବରେ ବ୍ୟବହାର କରାଯାଏ l ଏହା ଦେଖାଯାଇଛି ଯେ ଧାନ କ୍ଷେତରେ ଆଜୋଲା ରହି ଧାନ ଅମଳ ୨୦% ବୃଦ୍ଧି କରେ l ଆଜୋଲାରେ ପ୍ରଚୁର ପରିମାଣରେ ପୋଷଣତତ୍ତ୍ୱ ପ୍ରୋଟିନ (୨୫%-୩୫%),କ୍ୟାଲସିୟମ (୬୭ ମି.ଗ୍ରା/୧୦୦ ଗ୍ରା) ଏବଂ ଲୌହ (୭.୩ ମି.ଗ୍ରା./୧୦୦ ଗ୍ରା.) ଥାଏ l ଆଜୋଲାର ସୁଫଳ ଗୁଡ଼ିକ ୧. ଏହା ବଣୁଆ ଭାବରେ ଏବଂ ବ୍ୟବସ୍ଥିତ ଅବସ୍ଥା ଗୁଡ଼ିକରେ ମଧ୍ୟ ସହଜରେ ବଢି ପାରେ l ୨. ଖରିଫ ଏବଂ ରବି –ଉଭୟ ଋତୁରେ ଆବଶ୍ୟକୀୟ ସବୁଜ ସାର ଭାବରେ ଏହାକୁ ସହଜରେ ବହୁଳ ପରିମାଣରେ ସୃଷ୍ଟି କରାଯାଇପାରିବ l ୩. ଯଥାକ୍ରମେ କାର୍ବୋହାଇଡ୍ରେଟ ଏବଂ ଏମୋନିଆ ପ୍ରସ୍ତୁତ କରିବା ନିମନ୍ତେ ଏହା ବାୟୁମଣ୍ଡଳୀୟ ଅଙ୍ଗାରକାମ୍ଳ ଏବଂ ଯବକ୍ଷାରଯାନକୁ ସ୍ଥିର ରଖିପାରେ ଏବଂ ବିଘଟନ ପରେ, ଉପଲବ୍ଧ ଯବକ୍ଷାରଜାନକୁ ଫସଲ ଗ୍ରହଣ କରିବାକୁ ଯୋଗାଏ ଏବଂ ମୃତ୍ତିକାକୁ ଜୈବ ଅଙ୍ଗାରକ ଯୋଗାଏ l ୪. ଅମ୍ଳଜାନଜନିତ ଆଲୋକ ବିସ୍ଲେସଣ ହେତୁ ପ୍ରସ୍ତୁତ ହେଉଥିବା ଅମ୍ଳଜାନ ଫସଲର ଚେରର ଶ୍ୱସନକୁ ସକ୍ରିୟ କରେ ଏବଂ ମୃତ୍ତିକାର ଅନ୍ୟ ସୁକ୍ଷ୍ମଜୀବ ଗୁଡିକୁ ମଧ୍ୟ ସକ୍ରିୟ କରେ l ୫. ଏହା ଜିଙ୍କ, ଲୌହ, ଏବଂ ମାଙ୍ଗାନିଜକୁ ଦ୍ରବିଭୁତ କରାଏ ଏବଂ ସେଗୁଡିକୁ ଧାନ ଫସଲ ପାଇଁ ଉପଲବ୍ଧ କରାଏ l ୬. ଧାନ କ୍ଷେତରେ ଆଜୋଲା କଅଁଳିଆ ଗୁଳ୍ମ ଗୁଡିକୁ ଚାପିଦିଏ ଯଥା ଚାରା ଏବଂ ନୀଟେଲା l ୭. ଉଦ୍ଭିଦ ବୃଦ୍ଧି ନିୟନ୍ତ୍ରକଗୁଡିକୁ ଏବଂ ଭିଟାମିନଗୁଡିକୁ ଆଜୋଲା ଛାଡ଼ିଥାଏ ଯାହା କି, ଧାନ ଗଛର ବୃଦ୍ଧିକୁ ବିକାଶ କରେ l ୮. ଆଜୋଲା କେତେକାଂଶରେ ରାସାୟନିକ ଯବକ୍ଷାରଯାନ ସାରଗୁଡ଼ିକର ଗୋଟିଏ ବିକଳ୍ପ ହୋଇପାରିବ (୨୦ କେ.ଜି./ହେକ୍ଟର) ଏବଂ ଏହା ଫସଲର ମାନ ଏବଂ ଅମଳ ବୃଦ୍ଧି କରେ l ୯. ଏହା ବ୍ୟବହାର ହେବାକୁ ଥିବା ରାସାୟନିକ ସାର ଗୁଡ଼ିକର କ୍ଷମତା ବୃଦ୍ଧି କରେ ଲ ୧୦. ଜଳ ସେଚିତ ଧାନ ଜମିରେ ଏହା ବାଷ୍ପୀକରଣର ହାରକୁ ହ୍ରାସ କରେ l ଉତ୍ସ: http://agritech.tnau.ac.in
ଯଦି ଆପଣ ଏହି ସୂଚନା ଉପଯୋଗୀ ପାଆନ୍ତି, ତେବେ ଫଟୋ ତଳେଥିବା ହଳଦିଆ ଥମ୍ବସ୍‌ ଅପ୍‌ ଚିହ୍ନ ଉପରେ କ୍ଲିକ୍‌ କରନ୍ତୁ ଏବଂ ତଳେ ଦିଆଯାଇଥିବା ବିକଳ୍ପ ବ୍ୟବହାର କରି ନିଜର କୃଷକ ମିତ୍ରଗଣଙ୍କ ସହ ମଧ୍ୟ ସେୟାର୍‌ କରନ୍ତୁ |
218
0