AgroStar Krishi Gyaan
Pune, Maharashtra
19 Apr 19, 11:00 AM
ପଶୁ ପାଳନଏଗ୍ରୋୱନ
ପଶୁ ଖାଦ୍ୟଭଣ୍ଡାର କିପରି ପ୍ରସ୍ତୁତ କରିବ ?
1) ଗୋଟିଏ ନଡ଼ା କଟାରେ ଚାରାକୁ ୧ ରୁ ୨ ଇଞ୍ଚ ଖଣ୍ଡ ଖଣ୍ଡ କରି କାଟନ୍ତୁ l 2) ପଶୁ ଖାଦ୍ୟଭଣ୍ଡାର ପାଇଁ ପ୍ରସ୍ତୁତ କରାଯାଇଥିବା ଗର୍ତ୍ତର ପ୍ରତ୍ୟେକ ପାର୍ଶ୍ୱକୁ ଗୋଟିଏ ପ୍ଲାଷ୍ଟିକ ଚାଦରରେ ଉପଯୁକ୍ତ ଭାବରେ ବିଛାଇ ଦିଅନ୍ତୁ l 3) ୧୫ ଲିଟର ଜଳରେ ୧ କେଜି ଲୁଣ, ୨ କେଜି ଗୁଡ଼, ଏବଂ ୧ କେଜି ଖଣିଜ ମିଶାନ୍ତୁ ଏବଂ ଏହାକୁ ଏକ ଟନ କଟା ହୋଇଥିବା ଚାରାରେ ସିଞ୍ଚନ କରନ୍ତୁ l ଚାରା ସ୍ତର ଗୁଡ଼ିକୁ ଚାପି ଦିଅନ୍ତୁ l 4) ବହୁତ ଚଷୁର ସ୍ତର ବିଛାଇଦିଅନ୍ତୁ ଏବଂ ଭଲ ଭାବରେ ଗୋଟିଏ ସହିତ ଅନ୍ୟଟି ମିଶାଇ ଦିଅନ୍ତୁ l ଚଷୁକୁ ଭଲ ଭାବରେ ଚାପି ଦିଅନ୍ତୁ ଯେପରିକି ତା ଭିତରେ ବାୟୁ ନରହେ l ଯଦି ଭିତରେ ବାୟୁ ରହିଯାଏ, ତେବେ ଚାରାରେ ଫିମ୍ପି ସୃଷ୍ଟି ହୁଏ ଏବଂ ନିମ୍ନ ମାନର ପଶୁ ଖାଦ୍ୟ ପ୍ରସ୍ତୁତ ହୁଏ l 5) ଗର୍ତ୍ତଟି ଭଲଭାବରେ ପୂର୍ଣ୍ଣ ହୋଇଗଲା ପରେ ଏହାକୁ ପ୍ଲାଷ୍ଟିକ ଚାଦର ରେ ଆଚ୍ଛାଦନ କରିଦିଅନ୍ତୁ ଏବଂ ଶୁଖିଲା ଆଖୁ ପତ୍ର କିମ୍ବା ଶୁଖିଲା ଘାସର ଏକ ସ୍ତର ବିଛେଇ ଦିଅନ୍ତୁ l ଏହି ଆଚ୍ଛାଦନ ଉପରେ ମାଟିର ଏକ ସ୍ତର ଦେଇ ଘୋଡେଇ ଦିଅନ୍ତୁ l 6) ଯଦି ଏହି ପଶୁଖାଦ୍ୟ ଭଣ୍ଡାରକୁ ବାୟୁ ଚଳାଚଳ କର ନଯାଇ ୪୦ ରୁ ୫୦ ଦିନ ପର୍ଯ୍ୟନ୍ତ ରଖାଯାଏ, ତେବେ ଚାରାରେ ଅମ୍ଳୀଭବନ ପ୍ରକ୍ରିୟା ସମ୍ପୂର୍ଣ୍ଣ ହୁଏ ଏବଂ ଉତ୍ତମ ମାନର ପଶୁଖାଦ୍ୟ ପ୍ରସ୍ତୁତ ହୁଏ l
2) ଗାଈ ମାନଙ୍କୁ କେତେ ପରିମାଣର ପଶୁଖାଦ୍ୟ ଖାଇବାକୁ ଦିଆଯିବ ତାହା ସେମାନଙ୍କର ଦୁଗ୍ଧ ଉତ୍ପାଦନ କ୍ଷମତା ଉପରେ ନିର୍ଭର କରେ l ବିଏଆଇଏଫ- ଉରୁଲି କାଞ୍ଚନ ଯଦି ଆପଣ ଏହି ସୂଚନା ଉପଯୋଗୀ ପାଆନ୍ତି, ତେବେ ଫଟୋ ତଳେଥିବା ହଳଦିଆ ଥମ୍ବସ୍‌ ଅପ୍‌ ଚିହ୍ନ ଉପରେ କ୍ଲିକ୍‌ କରନ୍ତୁ ଏବଂ ତଳେ ଦିଆଯାଇଥିବା ବିକଳ୍ପ ବ୍ୟବହାର କରି ନିଜର କୃଷକ ମିତ୍ରଗଣଙ୍କ ସହ ମଧ୍ୟ ସେୟାର୍‌ କରନ୍ତୁ |
6
0