Looking for our company website?  
AgroStar Krishi Gyaan
Pune, Maharashtra
02 Sep 19, 10:00 AM
ଆଜଭାଇଜରୀ ଆର୍ଟିକଲ୍‌Navbharat Times
ବର୍ଷା ଜଳ ଅମଳ କେମିତି କରାଯିବ
ଜଳ ଜୀବନ ଏକ ଜରୁରୀ ଉପାଦାନ । ଯଦି ଏହା ଜୀବନ ତେବେ ଏହା ନିସନ୍ଦେହ ଭାବରେ ମୂଲ୍ୟବାନ ଏବଂ ଏଭଳି ମୂଲ୍ୟବାନ ଜିନିଷକୁ ଗୁରୁତ୍ୱ ମଧ୍ୟ ଦିଆଯାଏ । ସବୁ ସମୟରେ ଜଳର ଉପଲବ୍ଧତା ସୁନିଶ୍ଚିତ କରିବା ପାଇଁ ବର୍ଷାଜଳ ଅମଳ ଆବଶ୍ୟକ । ଏହା କାହିଁକି ଗୁରୁତ୍ୱପୂର୍ଣ୍ଣ ଭୂତଳ ଜଳର ଅତ୍ୟଧିକ ଦୋହନ ଯୋଗୁଁ, ଜଳସ୍ତର କ୍ରମାଗତ ତଳକୁ ଖସିବାରେ ଲାଗିଛି ଏବଂ ଏହା ପାନୀୟ ଜଳ ଅଭାବର କାରଣ ହେଉଛି । • ବର୍ଷାଜଳ ଏମିତିରେ ବୋହି ଚାଲିଯାଏ ଯଦିଓ ଏହାକୁ ସଂଚୟ କରାଯାଇ ପାରିବ ଏବଂ ସାରା ବର୍ଷ ବ୍ୟବହାର କରିହେବ । • ଏହା ଗଛ ଲତାଙ୍କ ସଂଖ୍ୟା ବଢ଼ାଇବ । • ବଡ଼ ବଡ଼ ସହରର ଜଳ ସମସ୍ୟା ବହୁ ପରିମାଣରେ ହ୍ରାସ କରାଯାଇ ପାରିବ । • ଏହା ଯୋଗାଣ ଜଳ ଏବଂ ଭୂତଳ ଜଳର ବ୍ୟବହାର ହ୍ରାସ କରିବ ଏବଂ ଏହାକୁ ବଞ୍ଚାଇବ । ଅମଳ କେମିତି କରିହେବ ପ୍ରଥମତଃ ଏହାକୁ ଠିକ୍ ଭାବରେ ବୁଝିବା ଦରକାର । ବର୍ଷାଜଳ ଅମଳ ସେହି ସ୍ଥାନରେ କରାଯିବା ଉଚିତ ଯେଉଁ ଠାରୁ ଆମେ ସବୁଠାରୂ ଅଧିକ ଜଳ ପାଇ ପାରିବା । ଛାତ ଏଥିପାଇଁ ସବୁଠାରୁ ଉପଯୁକ୍ତ ସ୍ଥାନ । ସୋସାଇଟି ଏବଂ ନିଜ ଜାଗାରେ ଘର କରିଥିବା ଘର ମାଲିକମାନଙ୍କ ପାଇଁ ଅଧିକ ସହଜ ଏବଂ ଏହା ମଧ୍ୟ ବାଧ୍ୟତାମୂଳକ କରାଯାଉଛି । ଅମଳ କେମିତି କରାଯାଏ 1. ସଂରକ୍ଷଣ ଏଥିରେ ବର୍ଷାଜଳକୁ ସିଧାସଳଖ ବ୍ୟବହାର ପାଇଁ ସଂରକ୍ଷଣ କରାଯାଏ । ଏଥିପାଇଁ ବର୍ଷାଜଳକୁ ପାଇପ୍ ଜରିଆରେ ସାଇତି ରଖାଯାଏ । ଏଥିରେ ବର୍ଷା ଫିଲ୍ଟର୍ ବ୍ୟବହାର କରାଯାଏ ଏବଂ ସେଥିପାଇଁ ଏହି ପାଣି ସାଧାରଣତଃ ପରିଷ୍କାର । ଏହି ପଦ୍ଧତି ସେହି ସବୁ ଅଞ୍ଚଳ ପାଇଁ ବିଶେଷ ଭାବରେ ଉପଯୋଗୀ ଯେଉଁଠାରେ ଜଳ ଲୁଣିଆ ଏବଂ ବୃଷ୍ଟିପାତ ଖୁବ୍ କମ୍ । ଏହି ଜଳ ଘରୋଇ ଧୁଆଧୋଇ ଏବଂ ବଗିଚା କାମରେ ବ୍ୟବହାର କରାଯାଇପାରେ । 2. ପୁନଃଭରଣା ଯେଉଁ ସ୍ଥାନରେ ଜଳ ମଧୁର ସେଠାରେ ବର୍ଷାଜଳକୁ ମାଟିତଳକୁ ପଠାଇ ଭୂତଳ ଜଳସ୍ତର ପୁନଃ ଭରଣା କରିହେବ । ଆମେ ଏହି ଜଳକୁ ନିଜ ଇଚ୍ଛାରେ ବ୍ୟବହାର କରି ପାରିବା ନାହିଁ କିନ୍ତୁ ଏହା ଦ୍ୱାରା ଭୂମି ତଳେ ମଧୁର ଜଳସ୍ତର ବୃଦ୍ଧି ପାଇ ଥାଏ । ଏଥି ପାଇଁ ଏକ ବିଶେଷ ପ୍ରକାର କୁଣ୍ଡ ନିର୍ମାଣ କରାଯିବା ଆବଶ୍ୟକ । ଯଦି ଭୂତଳ ଜଳ ଲୁଣିଆ ଥାଏ ତେବେ ପୁନଃଭରଣା କରାଯାଉଥିବା ମଧୁର ଜଳ ମଧ୍ୟ ଲୁଣିଆ ହୋଇଯାଏ । ମନେ ରଖନ୍ତୁ • ଏଭଳି ପୁନଃଭରଣା କୁଣ୍ଡଗୁଡ଼ିକ ଅଟ୍ଟାଳିକାର ନିଅଁ କିମ୍ବା ବେସ୍ମେଣ୍ଟ ଠାରୁ ଅତିକମ୍ରେ 5ମିଟର ଦୂରରେ ରହିବା ଆବଶ୍ୟକ । • ଆପଣ ଉପରେ ବର୍ଣ୍ଣିତ ଫିଲ୍ଟର୍ ମାଧ୍ୟମ ପରିବର୍ତ୍ତେ କେଇ ପରସ୍ତ ଝୋଟ ଅଖା ମଧ୍ୟ ଉପଯୋଗ କରିପାରିବେ । • କୌଣସି ପ୍ରକାର ବର୍ଜ୍ୟ ଜଳ ପୁନଃଭରଣା ସଂରଚନା ମଧ୍ୟରେ ନ ପହଞ୍ଚେ । • ପୁନଃଭରଣା ସଂରଚନାର ଗଭୀରତା 1 ରୁ 4 ମିଟର ହେବା ଆବଶ୍ୟକ । • ଛାତ କୌଣସି ପ୍ରକାର ରାସାୟନିକ ଦ୍ରବ୍ୟରେ ରଙ୍ଗା ଯାଇଥିବା ଉଚିତ ନୁହେଁ । • ଛାତ ଉପରେ କୌଣସି ପ୍ରକାରର ରାସାୟନିକ ଦ୍ରବ୍ୟ, କଳଙ୍କିଲଗା ଲୁହା, ଖତ କିମ୍ବା ସାପ ଆଦି ଥିବା ଉଚିତ ନୁହେଁ । • ଯେଉଁ ଅଞ୍ଚଳରେ ମୌସୁମୀ ପରେ ଭୂତଳ ଜଳ ସ୍ତର 5 ମିଟର କିମ୍ବା ଏହା ଠାରୁ କମ୍ ସେଠାରେ ବର୍ଷାଜଳ ଅମଳ ଆବଶ୍ୟକତା ନାହିଁ । ଯଦି ଜଳ ଏହା ଠାରୁ ଅଧିକ ଗଭୀରତାରେ ଥାଏ ତେବେ ଏହା ଆବଶ୍ୟକ । ସୌଜନ୍ୟ: ନବଭାରତ ଟାଇମ୍ସ, 28 ଜୁଲାଇ 2019_ଓଡ଼ିଆ
ଯଦି ଆପଣ ଏହି ସୂଚନା ଉପଯୋଗୀ ପାଆନ୍ତି, ତେବେ ଫଟୋ ତଳେଥିବା ହଳଦିଆ ଥମ୍ବସ୍‌ ଅପ୍‌ ଚିହ୍ନ ଉପରେ କ୍ଲିକ୍‌ କରନ୍ତୁ ଏବଂ ତଳେ ଦିଆଯାଇଥିବା ବିକଳ୍ପ ବ୍ୟବହାର କରି ନିଜର କୃଷକ ମିତ୍ରଗଣଙ୍କ ସହ ମଧ୍ୟ ସେୟାର୍‌ କରନ୍ତୁ |
115
0