AgroStar Krishi Gyaan
Pune, Maharashtra
20 May 19, 10:00 AM
ଆଜଭାଇଜରୀ ଆର୍ଟିକଲ୍‌ଏଗ୍ରୋଷ୍ଟାର ଏଗ୍ରୋନୋମୀ ସେଣ୍ଟର ଅଫ ଏକ୍ସଲେନ୍ସ
ଆମ୍ବର କାଣ୍ଡ ବିନ୍ଧା ରୋଗର ପରିଚାଳନା ପାଇଁ ଆରୋଗ୍ୟକାରୀ ଏବଂ ଆବଦ୍ଧକାରୀ
ଆମ୍ବର କାଣ୍ଡ ବିନ୍ଧା ରୋଗର ପରିଚାଳନା ପାଇଁ ଆରୋଗ୍ୟକାରୀ ଏବଂ ଆବଦ୍ଧକାରୀ, ଏହି ଜ୍ଞାନକୌଶଳ ଟି ଆଇଆଇଏଚଆର, ବାଙ୍ଗାଲୁରୁ ଦ୍ୱାରା ବିକଶିତ କରାଯାଇଛି l • ସମାଧାନଟି ସ୍ଥାୟୀ ଅଟେ (ଏହାର ଅର୍ଥ ସେହି ସମାନ ଋତୁରେ ପୁଣି ଉପଦ୍ରଵ ହୁଏ ନାହିଁ ) • ବ୍ୟବସ୍ଥାଟି ଦେଖାଯାଉନଥିବା କଣା ଗୁଡିକୁ ଏବଂ ଦେଖାଯାଉଥିବା କଣା ଗୁଡିକୁ ମଧ୍ୟ ପୂର୍ଣ୍ଣ ଭାବରେ ରୁଦ୍ଧ କରିଦିଏ • ଗଛର ବଳ୍କଳ ସଫାକରି, ସ୍ୱାବିଙ୍ଗ କରି ଏହି ପ୍ରସ୍ତୁତିକୁ ଯେବେ ପ୍ରୟୋଗ କରାଯାଏ ( ଡାଇକ୍ଲୋରଭସ@୫ ମି.ଲି./ଲିଟର+ସିଓସି@୪୦ ଗ୍ରାମ/ଲିଟର ରୋଧକାରୀ ଏବଂ ଆରୋଗ୍ୟକାରୀର ପ୍ରତି କେଜିରେ) କେବଳ କାଣ୍ଡବିନ୍ଧାର କ୍ଷୟ କ୍ଷତିକୁ ନିୟନ୍ତ୍ରଣ କରେ ନାହିଁ ବରଂ ଗଛକୁ ଛୋଟ ଛୋଟ ସଂକ୍ରମଣରୁ ମଧ୍ୟ ରକ୍ଷା କରେ ଏବଂ ଗଛର ପୁନଃବୃଦ୍ଧିରେ ସାହାଯ୍ୟ କରେ l
ବିଶେଷ ସୁଫଳଗୁଡ଼ିକ: • ଗଛଟି ପୋଷକ ସହିତ ପୁଣି ବଢ଼ି ଥାଏ l • ଏପରି କି ଏହି ବ୍ୟବସ୍ଥାଟିକୁ କମ ବୃଷ୍ଟିପାତରେ ଦିଆଯାଇପାରିବ ( ଉପଚାର କରାଯିବା ପରେ ପରେ ପ୍ରବଳ ବର୍ଷା ଉପଚାର କରାଯାଇଥିବା ସୁଡ଼ଙ୍ଗଗୁଡିକୁ ଧୋଇଦେଇ ପାରେ; ଉପଚାରର ୪୮ ଘଣ୍ଟା ପରେ ଏହି ଉପଚାର ଗଛ ଦ୍ୱାରା ଅବଶୋସିତ ହୋଇଯାଏ ଏବଂ ଶୁଖିଯାଏ) • ଏହି ବିକଶିତ ବ୍ୟବସ୍ଥାଟି ଶସ୍ତା ଅଟେ ଉତ୍ସ: ଆଇଆଇଏଚଆର, ବାଙ୍ଗାଲୁରୁ ଯଦି ଆପଣ ଏହି ସୂଚନା ଉପଯୋଗୀ ପାଆନ୍ତି, ତେବେ ଫଟୋ ତଳେଥିବା ହଳଦିଆ ଥମ୍ବସ୍‌ ଅପ୍‌ ଚିହ୍ନ ଉପରେ କ୍ଲିକ୍‌ କରନ୍ତୁ ଏବଂ ତଳେ ଦିଆଯାଇଥିବା ବିକଳ୍ପ ବ୍ୟବହାର କରି ନିଜର କୃଷକ ମିତ୍ରଗଣଙ୍କ ସହ ମଧ୍ୟ ସେୟାର୍‌ କରନ୍ତୁ |
244
29