Looking for our company website?  
AgroStar Krishi Gyaan
Pune, Maharashtra
13 Jul 19, 06:00 PM
ଜୈବିକ ଚାଷଏଗ୍ରୋୱନ
ଜୈବିକ ପ୍ରଣାଳୀରେ ଜେରବେରା ଫୁଲ ଚାଷ
ଜେରବେରା ଫୁଲ ଉଭୟ ଆକର୍ଷଣୀୟ ଅଟେ ଏବଂ ବହୁତ ଦିନ ପର୍ଯ୍ୟନ୍ତ ରହିପାରେ l ସେଥିପାଇଁ ସେଗୁଡିକ ବିବାହ ଉତ୍ସବ ଏବଂ ଫୁଲସଜ୍ଜା ଗୁଡିକରେ ବହୁଳ ଭାବରେ ବ୍ୟବହାର ହୁଏ l ଫୁଲର ଏହିପରି ଚାହିଦା ଯୋଗୁଁ, ବଜାର ଉଚ୍ଚ ରହେ ଏବଂ ସେଗୁଡିକର ଭଲ ବ୍ୟବସାୟିକ ମୂଲ୍ୟ ରହେ, ଫଳସ୍ୱରୂପ ଦିନକୁ ଦିନ ଫୁଲ ଚାଷ ବୃଦ୍ଧି ହୁଏ l ଫସଲରେ ବୀଜାଣୁ ଭିତିକ ସାର ଗୁଡିକର ବ୍ୟବହାର ୫୦୦ ଗ୍ରାମ ଆଯୋସ୍ପିରିଲମ, ୫୦୦ ଗ୍ରାମ ଫସଫରସ-ଦ୍ରବୀଭୁତ ବୀଜାଣୁ ଭିତିକ ସାର, ଟ୍ରାଇକୋଡର୍ମା ୫୦୦ ଗ୍ରାମ/୧୦ କେଜି ଖତ ଏବଂ ଏହାକୁ ୮ ରୁ ୧୦ ଦିନ ପର୍ଯ୍ୟନ୍ତ ଗୋଟିଏ ପ୍ଲାଷ୍ଟିକ କାଗଜରେ ଆବୃତ କରିରଖନ୍ତୁ l ଏହା ପରେ, ଲଗେଇବାର ତିନି ସପ୍ତାହ ପରେ ଆଚ୍ଛାଦିତଗୃହରେ ଥିବା ଜେରବେରାରେ ଏହା ପ୍ରୟୋଗ କରନ୍ତୁ l ରୋଗ ନିୟନ୍ତ୍ରଣ ବିକାଶର ପ୍ରାଥମିକ ପର୍ଯ୍ୟାୟରେ କବକ ସଂକ୍ରମଣ ଯୋଗୁଁ ଚେର କିମ୍ବା କାଣ୍ଡ ପଚିବାର ଆଶଙ୍କା ଅଧିକ ଥାଏ l ସାଧାରଣ ଭାବରେ ଗଛକୁ ସଂକ୍ରମିତ କରୁଥିବା ରୋଗକାରକ କବକ ହେଉଛି ରାଇଜୋକଟୋନିଆ, ଫ୍ୟୁସାରିୟମ, ପାଇଥିୟମ, ଫାଇଟୋଫଥୋରା, ଏବଂ ସ୍କ୍ଲେରୋସିସ l ଆକ୍ରମଣର ଲକ୍ଷଣଗୁଡିକ ରୋଗ ଯୋଗୁଁ, ଚାରାକେନ୍ଦ୍ରରେ ଚାରା ଗୁଡିକ ମରିଯାଆନ୍ତି l ସାଧାରଣତଃ ଅମଳ ପରେ ଜମିରେ କବକ ଗୁଡିକ ବୃଦ୍ଧି ପାଆନ୍ତି ଏବଂ ସମ୍ପୂର୍ଣ୍ଣ ଅଞ୍ଚଳକୁ ଶୁଷ୍କ କରିଦିଅନ୍ତି; ଯେଉଁ କାରଣରୁ ସମୟାନୁକ୍ରମେ ଗଛଟି ମଧ୍ୟ ଶୁଖିଯାଏ l ଯଦି ଜଳ ନିଷ୍କାସନର ସୁବିଧା ନଥାଏ ଏବଂ ମାଟିର ଆର୍ଦ୍ରତା ଅତ୍ୟଧିକ ଥାଏ ତେବେ ରୋଗର ତୀବ୍ରତା ବୃଦ୍ଧିପାଏ l ପ୍ରତିକାର ଚାରାଗୁଡିକୁ ରୋପଣ କରିବା ପୂର୍ବରୁ ମାଟିକୁ କୀଟାଣୁଶୋଧନ କରନ୍ତୁ l କୀଟାଣୁଶୋଧନ କରିବାର ୭ ରୁ ୧୦ ଦିନ ପରେ ଚାରା ରୋପଣ କରିବା ଅନୁକୂଳ ହେବ l ସୁସ୍ଥ ଚାରାଗୁଡିକୁ ରୋପଣ କରନ୍ତୁ l ଏପରିକି ଚାରା ରୋପଣ କରିବା ପୂର୍ବରୁ ରୋଗର ନିୟନ୍ତ୍ରଣ ନିମନ୍ତେ ଜୈବିକ କବକ ନାଶକ ୫୦୦ ଗ୍ରାମ/୧୦ କେ.ଜି. ଗୋବର ଖତ ସହିତ ଅଲଗା ଭାବରେ ଟ୍ରାଇକୋଡର୍ମା ଏବଂ ସୀଡୋମୋନାଶ ବ୍ୟବହାର କରନ୍ତୁ l ଜଳ ଠିକ ଭାବରେ ନିଷ୍କାସନ ହେଉଛି ଏହାର ନିଶ୍ଚୟତା ପ୍ରଦାନ କରନ୍ତୁ ଏବଂ ମାଟିର ଏବଂ ଚେର ମାଟିର ଆର୍ଦ୍ରତା ଉପରେ ଲକ୍ଷ୍ୟ ରଖନ୍ତୁ l ସୂଚନା ପ୍ରସ୍ତୁତ ମିଶ୍ରଣକୁ ଗଛର ଚେରଗୁଡିକର ଚାରିପାଖରେ ପ୍ରତିମାସରେ ପ୍ରୟୋଗ କରନ୍ତୁ ସାରର ସନ୍ତୁଳନ ପାଇଁ ପରାମର୍ଶ ଗୁଡିକ ଅନୁସରଣ କରନ୍ତୁ ପ୍ରସଙ୍ଗ: ଆଗ୍ରୋଓନ
ଯଦି ଆପଣ ଏହି ସୂଚନା ଉପଯୋଗୀ ପାଆନ୍ତି, ତେବେ ଫଟୋ ତଳେଥିବା ହଳଦିଆ ଥମ୍ବସ୍‌ ଅପ୍‌ ଚିହ୍ନ ଉପରେ କ୍ଲିକ୍‌ କରନ୍ତୁ ଏବଂ ତଳେ ଦିଆଯାଇଥିବା ବିକଳ୍ପ ବ୍ୟବହାର କରି ନିଜର କୃଷକ ମିତ୍ରଗଣଙ୍କ ସହ ମଧ୍ୟ ସେୟାର୍‌ କରନ୍ତୁ |
281
0