Looking for our company website?  
AgroStar Krishi Gyaan
Pune, Maharashtra
24 Mar 19, 06:00 PM
ପଶୁ ପାଳନଏଗ୍ରୋୱନ
ସବୁଜ ଗୋଖାଦ୍ୟ ସୁସ୍ଥ ଗାଈଗୋରୁ ସହିତ ଅଧିକ ଉତ୍ପାଦନର ସୁଫଳ ପ୍ରଦାନ କରେ
ସବୁଜ ଏବଂ ପୁଷ୍ଟିକର ଗୋଖାଦ୍ୟ ଗାଈଗୋରୁମାନଙ୍କର ଭୋକ ବଢାଇବାରେ ସାହାଯ୍ୟ କରେ, ରୋଗଗୁଡ଼ିକୁ ପ୍ରତିରୋଧ କରେ, ଯେମିତିକି ଅନ୍ଧାରକଣା ରୋଗ ଇତ୍ୟାଦି l • ଶୁଖିଲା ଗୋଖାଦ୍ୟ ଅପେକ୍ଷା ସବୁଜ ଗୋଖାଦ୍ୟରେ ଜଳର ପରିମାଣ ତୁଳନାତ୍ମକ ଭାବରେ ଅଧିକ ଥାଏ l ଏହି ଗୋଖାଦ୍ୟ ସୁସ୍ୱାଦୁକର ଅଟେ; ତେଣୁ ଗାଈଗୋରୁମାନେ ଏହାକୁ ଉପଭୋଗ କରନ୍ତି ଏବଂ ଗୋଖାଦ୍ୟ ନଷ୍ଟ ହୁଏ ନାହିଁ l • ପଶୁମାନେ ସହଜରେ ସବୁଜ ଗୋଖାଦ୍ୟରୁ ଗ୍ଲୁକୋଜ ମାତ୍ରାକୁ ପାଇପାରିଥାନ୍ତି, ଯାହାକି ହଜମରେ ସାହାଯ୍ୟ କରେ l • ସବୁଜ ଗୋଖାଦ୍ୟ ଧାତୁସାର ଏବଂ ପୁଷ୍ଟିସାର ଗୁଡ଼ିକରେ ପରିପୂର୍ଣ୍ଣ ଅଟେ l • ସବୁଜ ଗୋଖାଦ୍ୟ ପୁଷ୍ଟିକର ଏବଂ ଭୋକ ବଢାଇବାରେ ମଧ୍ୟ ସାହାଯ୍ୟ କରେ l • ପ୍ରତିଦିନ ସବୁଜ ଗୋଖାଦ୍ୟ ଖାଇବାର ସୁଫଳ ହେଉଛି ଉତ୍ତମ ଏବଂ ସୁସ୍ଥ ଗାଈଗୋରୁ l • ଏହା ପ୍ରାକୃତିକ ଭାବରେ ପୋଷକତତ୍ତ୍ୱ ଗୁଡ଼ିକୁ ଯୋଗାଏ, ଯାହା କି ପଶୁର ଶରୀର ପାଇଁ ଉପଯୋଗୀ ଅଟେ l
• ଏହା ଭିଟାମିନ ଏ କାରୋଟିନ ଯୋଗାଏ ଏବଂ ଅନ୍ଧାରକଣା ଦୂର କରେ ଏବଂ ଚର୍ମକୁ ସୁସ୍ଥ ରଖେ • ସବୁଜ ଗୋଖାଦ୍ୟରେ ଅଧିକ ପରିମାଣର ଦ୍ରବୀଭୂତ ଉପାଦାନ ଥାଏ, ତେଣୁ ପଶୁକୁ ଏହାକୁ ହଜମ କରେଇବାପାଇଁ ଉଦ୍ୟମ କରିବାକୁ ପଡ଼େ ନାହିଁ l • ଏଥିରେ ପ୍ରଚୁର ପରିମାଣର ଆମିନୋ ଏସିଡ ରହିଥାଏ, ଯେମିତିକି ଆର୍ଜିନାଇନି ଏବଂ ଗ୍ଲୁଟାମିକ . • ଯଦି ଗର୍ଭାବସ୍ଥାରେ ପଶୁଗୁଡିକ ସବୁଜ ଗୋଖାଦ୍ୟ ଖାଆନ୍ତି ନାହିଁ, ତେବେ ଜନ୍ମହୋଇଥିବା ବାଛୁରୀ ଦୁର୍ବଳିଆ ହୋଇପାରେ, ଅନ୍ଧ ହୋଇପାରେ, କିମ୍ବା ଅନ୍ୟ ଶାରୀରିକ ଅପାରଗତା ଗୁଡ଼ିକର ଶିକାର ହୋଇପାରେ l • ଯଦି ସୁଷମ ଏବଂ ପୁଷ୍ଟିକର ସବୁଜ ଗୋଖାଦ୍ୟ ଦିଆଯାଏ, ତେବେ ଗାଈଗୋରୁ ଗୁଡ଼ିକ ଅତିକମରେ ୮ ଲିଟର କ୍ଷୀର ଦିଅନ୍ତି l • ଉତ୍ତମ ଉତ୍ପାଦନ ଏବଂ ଉତ୍ତମ ସ୍ୱାସ୍ଥ୍ୟ ପାଇଁ ପ୍ରତ୍ୟେକ ଦିନ ଖାଇବାରେ ସବୁଜ ଗୋଖାଦ୍ୟ ଦିଆଯିବା ଆବଶ୍ୟକ l ସନ୍ଦର୍ଭ- ଆଗ୍ରୋଓନ ଯଦି ଆପଣ ଏହି ସୂଚନା ଉପଯୋଗୀ ପାଆନ୍ତି, ତେବେ ଫଟୋ ତଳେଥିବା ହଳଦିଆ ଥମ୍ବସ୍‌ ଅପ୍‌ ଚିହ୍ନ ଉପରେ କ୍ଲିକ୍‌ କରନ୍ତୁ ଏବଂ ତଳେ ଦିଆଯାଇଥିବା ବିକଳ୍ପ ବ୍ୟବହାର କରି ନିଜର କୃଷକ ମିତ୍ରଗଣଙ୍କ ସହ ମଧ୍ୟ ସେୟାର୍‌ କରନ୍ତୁ |
863
1