Looking for our company website?  
AgroStar Krishi Gyaan
Pune, Maharashtra
29 Jul 19, 10:00 AM
ଆଜଭାଇଜରୀ ଆର୍ଟିକଲ୍‌ଏଗ୍ରୋଷ୍ଟାର ଏଗ୍ରୋନୋମୀ ସେଣ୍ଟର ଅଫ ଏକ୍ସଲେନ୍ସ
ଜର୍ବେରା ରପ୍ତାନୀ ମାନର ଫୁଲ ଉତ୍ପାଦନ କୌଶଳ
ଗ୍ରୀନହାଉସ୍ରେ ଜର୍ବେରା ଉତ୍ପାଦନ ପାଇଁ, ସବୁଠାରୁ ଭଲ ଭାବରେ ଜଳ ବାଷ୍ପୀଭୂତ ହେଉଥିବା ଅଞ୍ଚଳ ଚୟନ କରନ୍ତୁ। ଉନ୍ନତମାନର ଫୁଲ ଉତ୍ପାଦନ ପାଇଁ ଟିସୁ କଲଚର ହୋଇଥିବା ଗଛ ଗ୍ରୀନ ହାଉସ୍ରେ ଚାଷ କରାଯିବା ଉଚିତ୍। ଯେତେବେଳେ ଉନ୍ନତ କୌଶଳ ପ୍ରୟୋଗ କରାଯାଏ ସେତେବେଳେ ଏହି ଫସଲ ସର୍ବାଧିକ ଅମଳ ଦେଇଥାଏ। ପ୍ରକାର ଚୟନ: ବଜାର କିମ୍ବା ଗ୍ରାହକଙ୍କ ଚାହିଦା ଉପରେ ନିର୍ଭର କରି ପ୍ରକାର ଚୟନ କରାଯିବା ଉଚିତ୍। ସ୍ଥାନ ଚୟନ: ଜର୍ବେରା ଚାଷ ପାଇଁ ଭଲ ଭାବରେ ପାଣି ନିଗିଡ଼ି ଯାଉଥିବା ମୂର୍ତ୍ତିକା ଚୟନ କରନ୍ତୁ (5.5 ରୁ 6.0 ପାଣିରେ)। ରୋପଣ : ମୃତ୍ତିକା ବିଶୋଧନ ପରେ ବିଶେଷଜ୍ଞମାନଙ୍କ ପରାମର୍ଶ ନେଇ ଫସଲ 30 ସେମି x 30 ସେମି (ମିଟର ପିଛା 7 ରୁ 9) ବ୍ୟବଧାନରେ ଲଗାଯିବା ଉଚିତ୍। ଟିସୁ କଲଚର କୌଶଳରେ ପ୍ରସ୍ତୁତ ହୋଇଥିବା ଚାରା ଚୟନ କରନ୍ତୁ। ଚାରାଗୁଡ଼ିକ ଅଧିକ ଗଭୀରରେ ପୋତନ୍ତୁ ନାହିଁ ଏବଂ ଗ୍ରୀନ୍ ହାଉସ୍ରେ ଫସଲର ଉପଯୁକ୍ତ ସଂଖ୍ୟା ରକ୍ଷା କରନ୍ତୁ। ଜଳ ପରିଚାଳନା: ଫସଲର ଅବସ୍ଥା ଏବଂ ଆବଶ୍ୟକତା ଅନୁଯାୟୀ ଫସଲର ପ୍ରତ୍ୟେକ ପର୍ଯ୍ୟାୟରେ ପାଣି ଯୋଗାନ୍ତୁ। ଉର୍ବରକ ପରିଚାଳନା: ଗୋବର ଖତ ପ୍ରୟୋଗ ଟ୍ରାଇକ୍ରୋଡର୍ମାଭିରାଇଡ୍, ବାସିଲୋମିସେସ୍, ଏବଂ ନିମ୍ବ ପିଡ଼ିଆ ଗୋବର ଖତ ସହ ଭଲ ଭାବରେ ମିଶାଯାଇ ପ୍ରତି ବର୍ଗମିଟର ପିଛା 10 କେଜି ପ୍ରୟୋଗ କରିବା ଆବଶ୍ୟକ। ମୃତ୍ତିକା ପରୀକ୍ଷଣ ଅନୁଯାୟୀ ଉର୍ବରକ ପ୍ରୟୋଗ ହେବା ଉଚିତ୍। ଗଛ ଉଠିବାର ପ୍ରାଥମିକ ପର୍ଯ୍ୟାୟଗୁଡ଼ିକରେ 4ଦିନ ବ୍ୟବଧାନରେ 19:19:19 @ 2 କେଜି ଦେବା ଆବଶ୍ୟକ। ଫୁଲ ଧରିବା ପରେ ଅଧିକ ଫୁଲ ପାଇଁ 5ରୁ 6 ଦିନ ବ୍ୟବଧାନରେ 12:61:00 @3 କେଜି ପ୍ରତି ଏକର ପରିମାଣର ଦେବା ଆବଶ୍ୟକ। ଉର୍ବରକ ସହ ଫୁଲ ଧରିବା ପୂର୍ବ ଏବଂ ପର ପର୍ଯ୍ୟାୟରେ ବୋରୋନ, କ୍ୟାଲସିୟମ, ମାଗ୍ନେସିୟମ ପରି ମାଇକ୍ରୋ ନ୍ୟୁଟ୍ରିଏଣ୍ଟ ମଧ୍ୟ ଦେବା ଆବଶ୍ୟକ। ପ୍ରତି ମାସରେ ଥରେ ବୋରୋନ, କ୍ୟାଲସିୟମ, ମାଗ୍ନେସିୟମକୁ ଲିଟର ପିଛା 1.5 ମିଲି ହାରରେ ସିଞ୍ଚନ କରିବା ଆବଶ୍ୟକ। ଏଥିସହିତ ଫୁଲ ଧରିବା ପାଇଁ ଏକର ପିଛା 13:00:45 @ 3କେଜି 5ରୁ 6ଦିନ ବ୍ୟବଧାନରେ ପ୍ରଦାନ କରାଯିବା ଉଚିତ୍। ଉଚ୍ଚମାନର ଫୁଲ ପାଇଁ ମାଇକ୍ରୋନ୍ୟୁଟ୍ରିଏଣ୍ଟକୁ ବୁନ୍ଦା ଜଳସେଚନ ଦ୍ୱାରା ଯୋଗାଇବା ଉଚିତ୍। ଏହା ଫୁଲ ଉତ୍ପାଦନ ବୃଦ୍ଧି କରି ଏହାର ମାନ ମଧ୍ୟ ବୃଦ୍ଧି କରେ। ଅମଳ: ● ଜର୍ବେରା ଫୁଲ ସାଧାରଣତଃ ଗଛ ଲଗାଯିବାର 8 ରୁ 10 ସପ୍ତାହଠାରୁ ଅମଳ ହୁଏ। ● କେବଳ ଦୁଇପରସ୍ତ ପାଖୁଡ଼ା ଫୁଟିବା ପରେ ହିଁ ଅମଳ କରାଯିବା ଉଚିତ୍। ● କାଟିବା ପରେ ଫୁଲଗୁଡ଼ିକ ଡେମ୍ଫଠାରୁ 3 ରୁ 4 ସେମି ତଳକୁ କଟାଯିବା ଉଚିତ୍। ● ସାଧାରଣତଃ ଫୁଲଗୁଡ଼ିକ ସକାଳେ ତୋଳାଯିବା ଉଚିତ୍। ● ଫୁଲର କଟାମୁଣ୍ଡକୁ ପାଣି ବାଲ୍ଟିରେ ବୁଡ଼ାଇ ରଖନ୍ତୁ। ● ଫୁଲଗୁଡ଼ିକ ସତେଜ ଏବଂ ସୁସ୍ଥ ରଖିବା ପାଇଁ ଏକ ଲିଟର ପାଣି ପିଛା 7 ରୁ 10 ମିଲି ସୋଡିୟମ ହାଇପୋକ୍ଲୋରାଇଡ୍ ମିଶାଇ ଦ୍ରବଣ ପ୍ରସ୍ତୁତ କରନ୍ତୁ ଏବଂ ସେଗୁଡ଼ିକୁ ସେହି ଦ୍ରବଣରେ ବୁଡ଼ାଇ ରଖନ୍ତୁ। ● ପ୍ରତି ଜର୍ବେରା ଫୁଲ ଅମଳ ପରେ ଏହି ଦ୍ରବଣ ବଦଳାନ୍ତୁ। ଉତ୍ସ: ଆଗ୍ରୋଷ୍ଟାର ଆଗ୍ରୋନୋମି ସେଣ୍ଟର ଅଫ୍ ଏକ୍ସେଲେନ୍ସ
ଯଦି ଆପଣ ଏହି ସୂଚନା ଉପଯୋଗୀ ପାଆନ୍ତି, ତେବେ ଫଟୋ ତଳେଥିବା ହଳଦିଆ ଥମ୍ବସ୍‌ ଅପ୍‌ ଚିହ୍ନ ଉପରେ କ୍ଲିକ୍‌ କରନ୍ତୁ ଏବଂ ତଳେ ଦିଆଯାଇଥିବା ବିକଳ୍ପ ବ୍ୟବହାର କରି ନିଜର କୃଷକ ମିତ୍ରଗଣଙ୍କ ସହ ମଧ୍ୟ ସେୟାର୍‌ କରନ୍ତୁ |
130
0