Looking for our company website?  
AgroStar Krishi Gyaan
Pune, Maharashtra
28 Apr 19, 06:00 PM
ପଶୁ ପାଳନଏଗ୍ରୋୱନ
ଗାଇଗୋରୁଙ୍କର ସ୍ୱାସ୍ଥ୍ୟ ବିକାଶରେ ସାହାଯ୍ୟ ପାଇଁ ପ୍ରାଥମିକ ଚିକିତ୍ସା
ପଶୁମାନଙ୍କ ଶରୀରରେ ବହୁତ ପ୍ରକାରର ଭୂତାଣୁ ଏବଂ ବୀଜାଣୁ ଜନିତ ରୋଗ ଥାଏ ଯାହା କି, ବହୁତ ପ୍ରକାର ମାଧ୍ୟମରେ ଶରୀରରେ ପ୍ରବେଶ କରିଥାଏ l ଅନୁକୂଳ ପାଣିପାଗରେ ଏହି ସଂକ୍ରମଣ ଏବଂ ରୋଗ ବୃଦ୍ଧିପାଇ ଥାଏ l ଯଦି ଜଣେ ଲକ୍ଷଣଗୁଡ଼ିକ ବିଷୟରେ ସଚେତନ ରୁହେ, ତେବେ ଏହି ସଂକ୍ରମଣ ଏବଂ ରୋଗ ଗୁଡିକର ଉପଚାର କରାଯାଇପାରିବ ଏବଂ ଅର୍ଥନୈତିକ କ୍ଷତିକୁ ରୋକାଯାଇ ପାରିବ l ୧) ପେଟ ଫୁଲିବା ପଶୁର ବାମ ପାର୍ଶ୍ଵର ପେଟ ସମ୍ପୂର୍ଣ୍ଣ ଭାବରେ ଫୁଲେ l ଗୋରୁ ଅସ୍ଥିର ରହେ ଏବଂ ଚାରା ଖାଇବା ବନ୍ଦ କରିଦିଏ କିମ୍ବା ପାଣି ପିଇବା ବନ୍ଦ କରିଦିଏ ଏବଂ ପାକୁଳି କରିବା ବନ୍ଦ ହୋଇଯାଏ l ଯଦି ପେଟରେ ବାୟୁର ପରିମାଣ ଅଧିକ ରହେ, ତେବେ ନିଶ୍ୱାସ ନେବା କଷ୍ଟ ହୁଏ ଏବଂ କେତେକ ସମୟରେ ସେମାନେ ପାଟି ବାଟେ ନିଶ୍ୱାସ ନିଅନ୍ତି l ଏହି ରୋଗ ମୁଖ୍ୟତଃ ଅତ୍ୟଧିକ ଏବଂ ଚଞ୍ଚଳ ଭାବରେ ସବୁଜ ଚାରା ଖାଇବା କାରଣରୁ ହୋଇଥାଏ l ଚିକିତ୍ସା
ପ୍ରାଥମିକ ଚିକିତ୍ସା ସ୍ୱରୂପ ପେଟର ବାମ ପାର୍ଶ୍ଵ କୁ ମାଲିସ କରନ୍ତୁ l ଅତ୍ୟଧିକ ବାୟୁ ହୋଇଥିବା କ୍ଷେତ୍ରରେ, ଯଥାଶୀଘ୍ର ଜଣେ ପଶୁଚିକିତ୍ସକଙ୍କ ସହିତ ପରାମର୍ଶ କରିବା ପାଇଁ କୁହାଯିବ l ୨) ବଦହଜମୀ ଯଦି ବହୁତ ପରିମାଣର ଶସ୍ୟଜାତୀୟ ଖାଦ୍ୟ କିମ୍ବା ବାସି ଖାଦ୍ୟ ପଶୁଙ୍କୁ ଦିଆଯାଏ, ତେବେ ଏହା ବଦହଜମୀ କରିପାରେ l ଫଳସ୍ଵରୁପ ପଶୁମାନେ ଚାରା ଖାଇବା ଏବଂ ପାଣି ପିଇବା ବନ୍ଦ କରିଦିଅନ୍ତି, ପେଟ ଫୁଲିବା ଦେଖାଯାଏ ଏବଂ ପାକୁଳି କରିବା ବନ୍ଦ ହୋଇଯାଏ l ଯଦି ବଦହଜମୀର ପ୍ରାବଲ୍ୟତା ଅତ୍ୟଧିକ ରହେ, ତେବେ ପଶୁ ମାନ୍ଦା ଏବଂ ଦୁର୍ବଳ ହୋଇଯାଏ l ଚିକିତ୍ସା ମାଗ୍ନେଶୀୟମ ସଲଫେଟ ଏବଂ କଷ୍ଟିକ ସୋଡ଼ାକୁ ଉଷୁମ ପାଣିରେ ମିଶାଇ ଗୋରୁକୁ ଦିଆଯିବା ଉଚିତ ଏବଂ ଯଥାଶୀଘ୍ର ଜଣେ ପଶୁଚିକିତ୍ସକଙ୍କ ସହିତ ପରାମର୍ଶ କରିବା ଉଚିତ l ପ୍ରସଙ୍ଗ: ଆଗ୍ରୋଓନ ଯଦି ଆପଣ ଏହି ସୂଚନା ଉପଯୋଗୀ ପାଆନ୍ତି, ତେବେ ଫଟୋ ତଳେଥିବା ହଳଦିଆ ଥମ୍ବସ୍‌ ଅପ୍‌ ଚିହ୍ନ ଉପରେ କ୍ଲିକ୍‌ କରନ୍ତୁ ଏବଂ ତଳେ ଦିଆଯାଇଥିବା ବିକଳ୍ପ ବ୍ୟବହାର କରି ନିଜର କୃଷକ ମିତ୍ରଗଣଙ୍କ ସହ ମଧ୍ୟ ସେୟାର୍‌ କରନ୍ତୁ |
290
9