AgroStar Krishi Gyaan
Pune, Maharashtra
22 Jul 19, 10:00 AM
ଆଜଭାଇଜରୀ ଆର୍ଟିକଲ୍‌ଏଗ୍ରୋଷ୍ଟାର ଏଗ୍ରୋନୋମୀ ସେଣ୍ଟର ଅଫ ଏକ୍ସଲେନ୍ସ
ଏକ ବ୍ୟବସାୟିକ ଦୃଷ୍ଟିକୋଣରେ କୃଷିକାର୍ଯ୍ୟ, କେବଳ ଦୈନନ୍ଦିନ ଆବଶ୍ୟକତା ଗୁଡିକର ପୂରଣ ପାଇଁ ନୁହେଁ!
କିଛି ମାସ ତଳେ ସେମାନଙ୍କର କୃଷିକାର୍ଯ୍ୟର ପ୍ରଣାଳୀ ଗୁଡ଼ିକୁ ଅତିନିକଟରୁ ଅନୁଭବ କରିବା ପାଇଁ ନେଦରଲାଣ୍ଡସର କୃଷକ ମାନଙ୍କୁ ଭେଟିବାର ସୁଯୋଗ ଆମ୍ଭମାନଙ୍କୁ ମିଳିଥିଲା l ଏହା ଉଲ୍ଲେଖ କରାଗଲା ଯେ, କହିବାକୁ ଗଲେ, କୃଷକମାନେ ପିଇବାପାଇଁ ସାଧାରଣ ଜଳ ବ୍ୟବହାର କରିପାରନ୍ତି, କିନ୍ତୁ ସେମାନେ କୃଷିକାର୍ଯ୍ୟ ପାଇଁ ଅତି ଉଚ୍ଚମାନର (ବିସଲେରି ଭଳି) ଜଳ ବ୍ୟବହାର କରନ୍ତି l ଯେହେତୁ କୃଷିକାର୍ଯ୍ୟ ସେଠାରେ କେବଳ ମୌଳିକ ଆବଶ୍ୟକତା ପୂରଣ ପାଇଁ କରାଯାଏନାହିଁ କିନ୍ତୁ ଏକ ବ୍ୟବସାୟିକ ଦୃଷ୍ଟିକୋଣରୁ କରାଯାଏ l ଡଚ ଲୋକମାନେ ସମସ୍ତ ପ୍ରକାରର କୌଶଳଗୁଡିକୁ ଅବଲମ୍ବନ କରନ୍ତି, ଯେପରିକି ତାଙ୍କର ଫସଲ ନୀଚ ହେବ ନାହିଁ l ଅନ୍ୟ ପକ୍ଷରେ, ଆମ୍ଭେମାନେ ଏହିଭଳି ଆମର କୃଷିକାର୍ଯ୍ୟର ଯତ୍ନ ନେଉ କି ? ମୌସୁମୀ ବର୍ଷା ଭାରତୀୟ କୃଷକ ନିମନ୍ତେ ସବୁଠୁ ବଡ଼ ଉପହାର ଅଟେ ଯେହେତୁ ଜୁନ ମାସରେ ହେଉଥିବା ବୃଷ୍ଟିପାତ ବର୍ଷସାରା କୃଷିକାର୍ଯ୍ୟ ପାଇଁ ଜଳ ଯୋଗାଏ l ଏପରିକି, ଅଳ୍ପ କେତେକ କୃଷକ ପ୍ରତ୍ୟେକ ବୁନ୍ଦା ଜଳର ସଂରକ୍ଷଣ ପାଇଁ ଜଳ ଭଣ୍ଡାର ପ୍ରସ୍ତୁତ କରନ୍ତି, କିନ୍ତୁ ଅଧିକାଂଶ ଲୋକ କରନ୍ତି ନାହିଁ l ନେଦରଲାଣ୍ଡସ (ୟୁରୋପ) ରେ, ସେଠାରେ ବୃଷ୍ଟିପାତ ଅନିୟମିତ ହେବା ସହିତ ଶୀତ ଋତୁରେ ଅତ୍ୟଧିକ ବରଫପାତ ହୋଇ ଯେ କୌଣସି ସମୟରେ ବର୍ଷା ହେବାର ସମ୍ଭାବନା ଥାଏ; ଏପରିକି ଏହିପରି ଅବସ୍ଥା ଗୁଡିକରେ, ସେଠାରେ କୃଷକମାନେ ପଲିହାଉସ କୃଷିକାର୍ଯ୍ୟ କରନ୍ତି l ପଲିହାଉସ ଭିତରେ ତାପମାତ୍ରା, ଆର୍ଦ୍ରତା ଏବଂ ଆଲୋକ ସବୁଜିନିଷ ଗୁଡିକର ପରିଚାଳନା କରାଯାଏ l କମ ତାପମାତ୍ରା ୫ ଡିଗ୍ରୀ ସତ୍ୱେ,ପଲିହାଉସ ଭିତରେ ଫସଲ ଉତ୍ପାଦନ ଚାଲୁରହେ l ନେଦରଲାଣ୍ଡସ ର ପଲିହାଉସ ବା କାଚଘର ଗଠନ ଏପରି ହୋଇଥାଏ, ଏହା ଉପରେ ହେଉଥିବା ସମସ୍ତ ବର୍ଷାଜଳକୁ ସଂଗ୍ରହ କରିପାରିବ ଏବଂ ସେହି ହଜାର ହଜାର ଲିଟରର ଜଳକୁ ପଲିହାଉସ ସଂଲଗ୍ନ ପୋଖରୀରେ ସଂଚୟ କରି ରଖାଯାଏ l ଯଦି ଜଣେ କୃଷକ ବର୍ଷାଜଳ ଅମଳ କରିବା ଅବଲମ୍ବନ କରେ ନାହିଁ, ତେବେ ସେ ଫଳାଫଳ ନିଶ୍ଚିତ ଭୋଗ କରିବ ଯେହେତୁ କୃଷିକାର୍ଯ୍ୟ କରିବା ପାଇଁ ପିଏଚ ମାନର ଏବଂ ବିଦ୍ୟୁତ ପରିବାହୀ ଜଳ (ଇସି) ଯୋଗାଇବା ବହୁତ କଷ୍ଟକର ହୋଇପଡିବ l ଯଦି ଜଳର ମାନ ଭଲ ରହେ, ତେବେ କୃଷିକାର୍ଯ୍ୟ ଲାଭଜନକ ହେବ; କିନ୍ତୁ ଯଦି ଏହା ହୁଏ ନାହିଁ, ତେବେ ସମସ୍ତ କୃଷିକାର୍ଯ୍ୟ ଆରଓ ଛଣା ପାଣି ଦରକାର କରିବ l ବିଗତ ୫ ବର୍ଷରେ ଆମେ ନିୟମିତ ବୃଷ୍ଟିପାତ ଅନୁଭବ କରିନାହୁଁ ଏବଂ ବୃଷ୍ଟିପାତ ହ୍ରାସ ଏବଂ ତୋଫାନର ବାରାମ୍ବାରତା ଯୋଗୁଁ କୃଷିକାର୍ଯ୍ୟ ବିପର୍ଯ୍ୟସ୍ତ ହୋଇଛି l ଆମର ପ୍ରଚୁର ଉର୍ବର ମୃତ୍ତିକା ରହିଛି, ମୌସୁମୀ ରହିଛି, ପ୍ରାୟ ବର୍ଷସାରା ଭିନ୍ନ ଭିନ୍ନ ଜଳବାୟୁ ରହିଛି ଏବଂ ଯଥେଷ୍ଟ ସୂର୍ଯ୍ୟାଲୋକ ରହିଛି, ବହୁତ ଗୁଡ଼ିଏ ଜିନିଷ ଥିବା ସତ୍ୱେ, ଆମର କୃଷକମାନେ କାହିଁକି ସଂକଟରେ ? ଭାରତରେ ପ୍ରତ୍ୟେକ କୃଷକ ଏଭଳି କାଚଘର ତିଆରି ପାଇଁ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରିବା ଦରକାର ନାହିଁ କିମ୍ବା କରିପାରିବେ ନାହିଁ, ଏପରିକି ନେଦରଲାଣ୍ଡସର କୃଷକ ମାନଙ୍କର ମାନସିକତା ଏବଂ ଦୃଷ୍ଟିକୋଣକୁ ବୁଝିବା ନିହାତି ଜରୁରୀ ଅଟେ l ଆମେ କୃଷିକାର୍ଯ୍ୟକୁ ମଧ୍ୟ ଏକ ବ୍ୟବସାୟିକ ଦୃଷ୍ଟିକୋଣରୁ ଭାବିପାରିବା ଏବଂ ସମୟାନୁକ୍ରମେ କୃଷିକାର୍ଯ୍ୟର ସମସ୍ତ ପ୍ରମୁଖ ନୀତି ନିୟମାବଳୀ ଗୁଡିକର ଉପଯୋଗ କରି ଉତ୍ପାଦନ ବୃଦ୍ଧି କରିବା ପାଇଁ କାମ କରିବା l ଉଦାହରଣ ସ୍ୱରୂପ, ମୃତ୍ତିକା ପରୀକ୍ଷଣ, ଜଳର ମାନ ପରୀକ୍ଷଣ, ଫସଲ ପରିବର୍ତ୍ତନ, ଜଳ ସଂରକ୍ଷଣ, କୂପ ପୁନରୁଦ୍ଧାର, ଜୈବିକ ସାର ଉତ୍ପାଦନ, ସବୁଜ ସାରର ଅନ୍ତର୍ଭୁକ୍ତିକରଣ ଏବଂ ରାସାୟନିକ କବକନାଶକର ସୀମିତ ବ୍ୟବହାର, ପରାଗ ସଙ୍ଗମ ବୃଦ୍ଧି କରିବା ନିମନ୍ତେ ମହୁମାଛି ମାନଙ୍କର ସଂରକ୍ଷଣ l ସ୍ୱଳ୍ପ ଖର୍ଚ୍ଚରେ ଏହି ଜିନିଷ ଗୁଡିକ କରିବା ସମ୍ଭବ ଅଟେ l ଉତ୍ସ: ତେଜସ କୋଲହେ, ବରିଷ୍ଠ କୃଷିବିତ
ଯଦି ଆପଣ ଏହି ସୂଚନା ଉପଯୋଗୀ ପାଆନ୍ତି, ତେବେ ଫଟୋ ତଳେଥିବା ହଳଦିଆ ଥମ୍ବସ୍‌ ଅପ୍‌ ଚିହ୍ନ ଉପରେ କ୍ଲିକ୍‌ କରନ୍ତୁ ଏବଂ ତଳେ ଦିଆଯାଇଥିବା ବିକଳ୍ପ ବ୍ୟବହାର କରି ନିଜର କୃଷକ ମିତ୍ରଗଣଙ୍କ ସହ ମଧ୍ୟ ସେୟାର୍‌ କରନ୍ତୁ |
237
0