AgroStar Krishi Gyaan
Pune, Maharashtra
23 May 19, 10:00 AM
ଗୁରୁ ଜ୍ଞାନGOI - Ministry of Agriculture & Farmers Welfare
ଫଲ ଆର୍ମିୱାର୍ମ ନିମନ୍ତେ କୃଷି ଏବଂ କୃଷକ କଲ୍ୟାଣ ମନ୍ତ୍ରଣାଳୟ ଦ୍ୱାରା ପରାମର୍ଶ
ନିକଟରେ କୃଷି ବିଭାଗ, ସମବାୟ ଏବଂ କୃଷକ କଲ୍ୟାଣ, ଭାରତ ସରକାର ମକା ଫସଲରେ ଫଲ ଆର୍ମିୱାର୍ମର ପରିଚାଳନା ପାଇଁ କେତେ ଗୁଡିଏ ପଦକ୍ଷେପ ପ୍ରସ୍ତାବ ଦେଇଛନ୍ତି l ଏହି ଆକ୍ରମଣକାରୀ କୀଟ, ଫଲ ଆର୍ମିୱାର୍ମ ମକା ଜମିରେ ପରିଚାଳନା କରିବା ପାଇଁ ଏକ ଅନ୍ୟତମ ସଙ୍କଟଜନକ କୀଟ ହୋଇପାରେ l ବିଳମ୍ବରେ ବୁଣା ଯାଇଥିବା ଜମିଗୁଡିକ ଏବଂ ବିଳମ୍ବରେ ପରିପକ୍ଵ ହେଉଥିବା ଶଙ୍କର ଜାତୀୟ ଗୁଡିକ ଫଲ ଆର୍ମିୱାର୍ମର ଆକ୍ରମଣର ଶିକାର ହେବାର ଅଧିକ ସମ୍ଭାବନା ଥାଏ l ଫଲ ଆର୍ମିୱାର୍ମ ଦଳବଦ୍ଧ ଭାବରେ ପତ୍ରଗୁଡିକୁ ଖାଇଦିଏ ଏବଂ ମକାର କବକୁ ସାଙ୍ଘାତିକ କ୍ଷତି ପହଞ୍ଚାଏ l ତେଣୁ ଫଲ ଆର୍ମିୱାର୍ମ ମକା ଫସଲର ସମସ୍ତ ସ୍ତରରେ କ୍ଷତି କରିପାରେ, ଫଲ ଆର୍ମିୱାର୍ମକୁ କେବଳ ପ୍ରଥମ ଶୁକ ସ୍ତରରେ ପ୍ରଭାବଶାଳୀ ଭାବରେ ପରିଚାଳନା କରାଯାଇପାରିବ, କବ ଗୁଡିକ ମଧ୍ୟକୁ ଏହା କେବଳ ଥରେ ପ୍ରବେଶ କରିଲେ ଆମେ ଏହି କୀଟକୁ ନିୟନ୍ତ୍ରଣ କରିପାରିବା ନାହିଁ l ଏହି ପୋକ ୧୦୦ ରୁ ଅଧିକ ଫସଲକୁ ଶିକାର କରିପାରେ, କିନ୍ତୁ ଭାରତରେ ଏହା ମକା ଫସଲରେ ଦେଖା ଯାଏ (ବିଭିନ୍ନ ଶସ୍ୟ ଫସଲ, ପନିପରିବା, ଏବଂ ବନ୍ୟ ଉଦ୍ଭିଦ ଗୁଡିକରେ ) l ଫଲ ଆର୍ମିୱାର୍ମ ଗ୍ରୀଷ୍ମ ମଣ୍ଡଳୀୟ ଅଞ୍ଚଳ ଏବଂ ଆମେରିକାର ସୀମାନ୍ତବର୍ତ୍ତୀ ଅଞ୍ଚଳରେ ଥାଏ, ପରେ ଦକ୍ଷିଣ-ପଶ୍ଚିମ ନାଇଜେରିଆରୁ ଜଣାପଡିଲା, ପରେ ଆଫ୍ରିକାକୁ ବ୍ୟାପିଲା l ଭାରତରେ ଏହା ପ୍ରଥମେ କର୍ଣ୍ଣାଟକର ଶିବମୋଗାରେ ୨୦୧୮ ମେ ମାସର ମଧ୍ୟରେ ଦେଖାଦେଲା, ପରେ ଅନ୍ୟ ରାଜ୍ୟ ଗୁଡ଼ିକରୁ ଖବର ମିଳିଲା ଯଥା; ତେଲେଙ୍ଗାନା, ଆନ୍ଧ୍ର ପ୍ରଦେଶ, ମହାରାଷ୍ଟ୍ର, ଗୁଜରାଟ ଏବଂ ତାମିଲନାଡୁ
ରାତିରେ ପ୍ରବଳମାତ୍ରାରେ ମକାର କବକୁ ଖାଇଯାଉଥିବା ଏଭଳି ଗୋଟିଏ ପୋକର ପରିଚାଳନା ପାଇଁ କେତେକ ପଦକ୍ଷେପ ନେବା ପାଇଁ କୃଷକମାନଙ୍କୁ ଉପଦେଶ ଦିଆଯାଇଛି l ଗଭୀର ଭାବରେ, ଋତୁର ପ୍ରାରମ୍ଭରେ ଖରାଦିନେ ଗଭୀର ଚାଷ ଦ୍ୱାରା ଶୁକ ଗୁଡିକ ବାହାରେ ପଡିଲେ ଖାଦକ ପକ୍ଷୀ ମାନଙ୍କର ଏବଂ ସିଧାସଳଖ ସୂର୍ଯ୍ୟ କିରଣର ସାମ୍ନାକୁ ଆସିପାରନ୍ତି; ଏହା ମୃତ୍ତିକାରେ FAW ର ବିଶ୍ରାମସ୍ତର ଗୁଡିକୁ ନଷ୍ଟ କରେ l ମକା ସହିତ ନିର୍ଦ୍ଧିଷ୍ଟ ଅଞ୍ଚଳର ବିଭିନ୍ନ ଉପଯୁକ୍ତ ଡାଲିଜାତୀୟ ଫସଲର ଅନ୍ତଃକୃଷି (ଯଥା; ମକା +ହରଡ଼/ବିରି/ମୁଗ) l ଜମିରେ କୀଟଙ୍କୁ ରୋକିବା ପାଇଁ ଏକର ପିଛା ୫ଟି ଫେରୋମୋନ ଯନ୍ତା ବସାନ୍ତୁ l ଏକର ପିଛା ସାପ୍ତାହିକ ବ୍ୟବଧାନରେ ଟ୍ରାଇକୋଗ୍ରାମା ପ୍ରେଟିଓସମ କିମ୍ବା ଟେଲିନୋମସ ରେମଶ@୫୦,୦୦୦ ଦିଅନ୍ତୁ କିମ୍ବା ଯନ୍ତାରୁ ଧରାପଡୁଥିବା ସଂଖ୍ୟା ଅନୁସାରେ ୩ଟି ଶୁକ/ଯନ୍ତା l ମେଟାରିଜିୟମ ଆନିସୋପ୍ଳୀଆ ପାଉଡର ଉପଯୋଗ@ ୭୫ ଗ୍ରାମ କିମ୍ବା ବାସିଲସ ଥୁରୀଞ୍ଜିଏନଶିଶ l ବାର.କୁରଷ୍ଟାକି@୩୦ ଗ୍ରାମ ୧୫ ଲିଟର ଜଳ ପିଛା ୧୫ ରୁ ୨୦ ଦିନ ବ୍ୟବଧାନରେ ଭଉଁରୀ ଆକାରରେ l ପ୍ରଭାବଶାଳୀ ରାସାୟନିକ ପରିଚାଳନା ପାଇଁ, ବିହନକୁ ସିଆଣ୍ଟ୍ରାନୀଲିପ୍ରୋଲ ୧୯.୮% + ଥିଆ ମେଥୋକଯାମ ୧୯.୮ % @ ୪ ମି.ଲି. ବିହନ କିଲୋ ପିଛା ନେଇ ବିଶୋଧନ କରିବା ଉଚିତ l ମଞ୍ଜିରୁ ଗଜା ବାହାରିବା ସମୟରେ NSKE ୫%/ ଆଜାଦିରାକ୍ଟିନ ୧୫୦୦ ପିପିଏମ@୫ ମି.ଲି. ଜଳରେ ସିଞ୍ଚନ କରନ୍ତୁ l ପରେ ଭଉଁରୀ ବିକାଶ କରିବା ସମୟରେ ଏମାମେକ୍ଟିନ ବେନଜୋଏଟ @ ୦.୪ ଗ୍ରାମ/ଲିଟର ଜଳରେ କିମ୍ବା ସ୍ପିନୋସାଡ@ ୦.୩ ମି.ଲି./ଲିଟର ଜଳରେ କିମ୍ବା ଥିଆମେଥୋକଯାମ ୧୨.୬% + ଲାମ୍ବଡା ସିହାଲୋଥ୍ରୀନ ୯.୫% @ ୦.୫ ମି.ଲି./ଲିଟର ଜଳରେ କିମ୍ବା କ୍ଲୋରାଣ୍ଟ୍ରାନୀଲୀପ୍ରଲ ୧୮.୫% ଏସସି@ ୦.୩ ମି.ଲି./ଲିଟର ଜଳରେ ସିଞ୍ଚନ କରନ୍ତୁ l ପରବର୍ତ୍ତୀ ସ୍ତରରେ ଏହା ପରିଚାଳନା କରିବା ଅତ୍ୟନ୍ତ କଷ୍ଟ ହୋଇପଡେ, ତେଣୁ କୃଷକ ମାନଙ୍କୁ ବହୁତ ଆଗରୁ କୀଟ ମାନଙ୍କୁ ପରିଚାଳନା କରିବା ପାଇଁ ଉପଯୁକ୍ତ କାର୍ଯ୍ୟପନ୍ଥା ଗ୍ରହଣ କରିବା ପାଇଁ ଉପଦେଶ ଦିଆଯାଇଛି l ଉତ୍ସ: କୃଷି ମନ୍ତ୍ରଣାଳୟ ଏବଂ କୃଷକ କଲ୍ୟାଣ, କୃଷି ବିଭାଗ, ସମବାୟ ଏବଂ କୃଷକ କଲ୍ୟାଣ, ଭାରତ ସରକାର ଯଦି ଆପଣ ଏହି ସୂଚନା ଉପଯୋଗୀ ପାଆନ୍ତି, ତେବେ ଫଟୋ ତଳେଥିବା ହଳଦିଆ ଥମ୍ବସ୍‌ ଅପ୍‌ ଚିହ୍ନ ଉପରେ କ୍ଲିକ୍‌ କରନ୍ତୁ ଏବଂ ତଳେ ଦିଆଯାଇଥିବା ବିକଳ୍ପ ବ୍ୟବହାର କରି ନିଜର କୃଷକ ମିତ୍ରଗଣଙ୍କ ସହ ମଧ୍ୟ ସେୟାର୍‌ କରନ୍ତୁ |
144
17