Looking for our company website?  
AgroStar Krishi Gyaan
Pune, Maharashtra
28 Mar 19, 10:00 AM
ଗୁରୁ ଜ୍ଞାନଏଗ୍ରୋଷ୍ଟାର ଏଗ୍ରୋନୋମୀ ସେଣ୍ଟର ଅଫ ଏକ୍ସଲେନ୍ସ
ଫସଲ ସହ ସଂଶ୍ଳିଷ୍ଟ ପରିବେଶରେ ପରିବେଶ ଅନୁକୂଳ କୀଟ ପରିଚାଳନା
ବହୁଳ ଏବଂ ଅନାବଶ୍ୟକ ଭାବରେ କୀଟନାଶକ ର ସିଞ୍ଚନ ଦ୍ୱାରା ପ୍ରାକୃତିକ ଶତ୍ରୁ ଉପରେ ପ୍ରଭାବ ପଡ଼ିଥାଏ | ସେହି ସମୟରେ ଜମିରେ ଠିଆ ଫସଲରେ ରସାୟନିକ ଅବଶେଷ ରହିଯାଏ | ଆମର ପରିବେଶ ଉପରେ ମଧ୍ୟ ପ୍ରତିକୂଳ ପ୍ରଭାବ ପଡ଼େ | ଆସନ୍ତୁ କିଛି ଶୋଷଣକାରୀ କୀଟ ଏବଂ ଫସଲ ପାଇଁ ସେଗୁଡ଼ିକର ଲାଭ କଣ ସେ ବିଷୟରେ ଜାଣିବା |
1. ଲେଡିବାର୍ଡ ବିଟିଲ: ବୟସ୍କ(ଭିନ୍ନ ଭିନ୍ନ ଗୋଲ ଦାଗ ଥିବା) ଏବଂ ଶୁକ ଆମର ଫସଲ ଗଛକୁ ନଷ୍ଟ କରୁଥିବା ଏଫିଡ (କୀଟ)କୁ ଖାଇଯାଆନ୍ତି ଏବଂ ବହୁଳତା କୁ କମ୍‌ କରନ୍ତି |_x000D_ 2. କ୍ରାଇସୋପେର୍ଲା: ଏହି କୀଟ ର ଶୁକ ନରମ ଶରୀର ଶୋଷଣକାରୀ କୀଟ ଉଦାହରଣ ସ୍ୱରୂପ: ଏଫିଡ, ଧଳା ମାଛି, ଥ୍ରୀପ୍ସ, ଜାସିଡ୍‌ ଆଦି ସହିତ ଅଣ୍ଡା ଓ ପତ୍ର ଖାଇଯାଉଥିବା ସଁବାଳୁଆ(ଶୁକ)ର ପ୍ରଥମ ସ୍ତରର ଲାର୍ଭା କୁ ଖାଇଯାଇନ୍ତି |_x000D_ 3. ସିରିଫିଡ ମାଛି: ଏହି ମାଛିର ଲାର୍ଭା ମଧ୍ୟ ବିଭିନ୍ନ ପ୍ରକାର ଛୋଟ ଶୋଷଣକାରୀ କୀଟ କୁ ଖାଦ୍ୟ ରୂପେ ଖାଇଯାଆନ୍ତି|_x000D_ 4. ଡ୍ରାଗନମାଛି: ଏହି ସବୁ ଅବିରତ ଉଡୁଥିବା ଏବଂ ସକ୍ରିୟ ବୟସ୍କ ଉଡୁଥିବା ମଥ ଏବଂ ପ୍ରଜାପତି ସହିତ ଛୋଟ କୀଟକୁ ଖାଦ୍ୟ ରୂପେ ଖାଇଯାଆନ୍ତି |_x000D_ 5. ଜିୟୋକୋରିସ୍‌: ଏହି କୀଟ ସମସ୍ତ ପ୍ରକାର ଛୋଟ ଶୋଷଣକାରୀ କୀଟ ସହିତ ପତ୍ର ଖାଉଥିବା ସଁବାଳୁଆ (ଶୁକ)ର ଅଣ୍ଡା କୁ ମଧ୍ୟ ଖାଇଯାଆନ୍ତି|_x000D_ 6. ରେଡୁବିଡ ବଗ: ଏହି ଶୋଷଣକାରୀ କୀଟ ପତ୍ର ଖାଉଥିବା ସଁବାଳୁଆ (ଶୁକ)ର ଅଣ୍ଡା ରୁ ରସ ଶୋଷି ନିଅନ୍ତି |_x000D_ 7. ଟାଇଗର ବିଟିଲ: ଏହି ବିଟିଲଗୁଡିକ ଫସଲ ଗଛକୁ ନଷ୍ଟ କରୁଥିବା ଧଳା ଗ୍ରବ (ଧଳା ଶୁକ )କୁ ଖାଇଯାଆନ୍ତି |_x000D_ 8. ପେଣ୍ଟାଟୋମିଡ ବଗ: ଏହି ବୟସ୍କ କୀଟ ବିଭିନ୍ନ ଲାର୍ଭା ରୁ ରସ ଶୋଷି ନିଏ ଏବଂ ସେଗୁଡିକୁ ମାରିଦିଏ |_x000D_ 9. ପ୍ରେଇଙ୍ଗ ମାନଟଡ: ଏହି କୀଟ ନିଜର ଆଗ ଦୁଇ ଗୋଡରେ ଛୋଟ ଓ ବଡ କୀଟ କୁ ଧରିନିଏ ଏବଂ ସେଗୁଡ଼ିକୁ ଖାଇଯାଏ |_x000D_ 10. ବୁଢିଆଣୀ (ସ୍ପାଇଡ଼ର): ଏହି ଗୁଡ଼ିକ ଆମର ଫସଲକୁ ନଷ୍ଟ କରୁଥିବା ସମସ୍ତ ପ୍ରକାର କୀଟଗୁଡ଼ିକ ଖାଇ ଯାଆନ୍ତି ଏବଂ ସେଗୁଡ଼ିକର ବହୁଳତା କୁ କମ୍‌ କରିଦିଅନ୍ତି | _x000D_ 11. ଶିକାରୀ ପକ୍ଷୀ: କଳା ଡ୍ରୋଙ୍ଗୋ ଏବଂ ପାରା ପରି ପକ୍ଷୀ ଆମର ଫସଲକୁ କ୍ଷତି କରୁଥିବା କୀଟ ଏବଂ ମାଟିରୁ ପୋକକୁ ମଧ୍ୟ ଖାଇ ଯାଆନ୍ତି | _x000D_ _x000D_ ଏହିପରି ଅନ୍ୟ ଶିକାରୀ ପ୍ରକୃତିରେ ରହିଛନ୍ତି ଏବଂ କାମ କରିଛନ୍ତି, ସେମାନଙ୍କୁ ସଂରକ୍ଷଣ କରନ୍ତୁ | ଡ଼ଃ. ଟି. ଏମ. ଭରପୋଡ଼ା, ଏଣ୍ଟୋମୋଲୋଜୀ ର ପୂର୍ବ. ଅଧ୍ୟାପକ, B. A. କୃଷି ମହାବିଦ୍ୟାଳୟ, ଆନନ୍ଦ କୃଷି ବିଶ୍ୱବିଦ୍ୟାଳୟ, ଆନନ୍ଦ- 388 110 (ଗୁଜୁରାଟ ଭାରତ) ଯଦି ଆପଣ ଏହି ସୂଚନା ଉପଯୋଗୀ ପାଆନ୍ତି, ତେବେ ଫଟୋ ତଳେଥିବା ହଳଦିଆ ଥମ୍ବସ୍‌ ଅପ୍‌ ଚିହ୍ନ ଉପରେ କ୍ଲିକ୍‌ କରନ୍ତୁ ଏବଂ ତଳେ ଦିଆଯାଇଥିବା ବିକଳ୍ପ ବ୍ୟବହାର କରି ନିଜର କୃଷକ ମିତ୍ରଗଣଙ୍କ ସହ ମଧ୍ୟ ସେୟାର୍‌ କରନ୍ତୁ |
323
3