Looking for our company website?  
AgroStar Krishi Gyaan
Pune, Maharashtra
29 Sep 19, 06:30 PM
ପଶୁ ପାଳନHpagrisnet.gov.in
ସଠିକ୍‌ ସମୟରେ ବାଛୁରୀମାନଙ୍କର ଶିଙ୍ଗ ନହେବା ଏବଂ ସେଗୁଡ଼ିକ ଲାଭ
ଗୃହପାଳିତ ପଶୁମାନେ ନିଜର ଆତ୍ମରକ୍ଷା ଏବଂ ସୁରକ୍ଷା ପାଇଁ ଶିଙ୍ଗରେ ସଜ୍ଜିତ ହୋ‍ଇଥାଆନ୍ତି | ଶିଙ୍ଗଗୁଡ଼ିକ ପଶୁଙ୍କ ପ୍ରଜାତି ଚିହ୍ନଟରେ ସହାୟକ ହୋ‍ଇଥାଏ; ଯେହେତୁ, ସେଗୁଡ଼ିକୁ ନିୟନ୍ତ୍ରଣ ଏବଂ ପରିଚାଳନା କରିବା କଷ୍ଟକର ହୋ‍ଇଥାଏ କାରଣ ଶିଙ୍ଗ ମଣିଷ ଜାତି ମଧ୍ୟରେ କ୍ଷତିର ଭୟ ରହିଥାଏ | ଶିଙ୍ଗ ଭାଙ୍ଗିଯିବାରେ ପଶୁମାନଙ୍କୁ କ୍ଷତି ପହଞ୍ଚିଥାଏ ଏବଂ ଶିଙ୍ଗ କର୍କଟରୋଗ ହେବାର ମଧ୍ୟ ବିପଦ ହୋ‍ଇପାରେ | ସାଧାରଣତଃ ଶିଙ୍ଗ ନଥିବା ପଶୁ ଆକର୍ଷକ ଲାଗନ୍ତି, ଏବଂ ସେମାନଙ୍କର ବଜାର ମୂଲ୍ୟ ମଧ୍ୟ ଅପେକ୍ଷାକୃତ ଅଧିକ ଅଟେ |
କୌଶଳ: ଶାବକକୁ ଶିଙ୍ଗହୀନ କରିବା ପାଇଁ ସେମାନଙ୍କ ଜନ୍ମର କିଛି ଦିନ ପରେ ଶିଙ୍ଗକୁ ନଷ୍ଟ କରିଦିଆଯାଏ | ଏହା ଗାଈ’ର ବାଛୁରୀ ପାଇଁ 10-15 ଦିନ ଭିତରେ ଏବଂ ମ‍ଇଁଷି’ର ବାଛୁରୀ ପାଇଁ 7-10 ଦିନ ଭିତରେ କରାଯିବା ଉଚିତ, କାରଣ ଶିଙ୍ଗର ମୂଳ ମେରୁଦଣ୍ଡୀୟ ହାଡ଼ (ଖପୁରୀ) ଠାରୁ ଅଲଗା ହୋ‍ଇଥାଏ, ଯାହାକୁ ସହଜରେ ଅଲଗା କରାଯାଇପାରିବ, ଏବଂ ଯନ୍ତ୍ରଣା ଏବଂ ଶାରୀରିକ କ୍ଷତିକୁ ମଧ୍ୟ କମ୍‌ କରାଯାଇପାରିବ | ପୂର୍ବ ସତର୍କତା: ପୂର୍ବରୁ, ବାଛୁରୀମାନଙ୍କ ଶିଙ୍ଗହୀନ କରିବା ପାଇଁ, ଶିଙ୍ଗ ଥିବା ସ୍ଥାନରେ କାଷ୍ଟିକ ପୋଟାସ୍‌ ଲଗାଯାଇଥାଏ, ଯାହାକି ଶିଙ୍ଗକୁ ମୂଳରୁ ନଷ୍ଟ କରିବାରେ ସାହାଯ୍ୟ କରିଥାଏ | କିନ୍ତୁ ବର୍ତ୍ତମାନ ଏହି ପ୍ରକ୍ରିୟାର ସଂଚାଳନ ଏକ ବିଶେଷ ବିଦ୍ୟୁତ ଉପକରଣ ମାଧ୍ୟମରେ କରାଯାଏ ଯାହାକି ଏକ ବିଦ୍ୟୁତ ଡ଼େହର୍ନର୍‌ ଭାବରେ ଜଣାଯାଏ, ଯାହା ମାଧ୍ୟମରେ ଏକ ଛୋଟ ସର୍ଜରୀ କରାଯାଏ | ଶିଙ୍ଗ ଥିବା ମୂଳର ଗର୍ଭନାଡ଼ିକୁ ଇଞ୍ଜେକସନ ଦ୍ୱାରା ବଧୀରା କରାଯାଇଥାଏ ଫଳରେ ସର୍ଜରୀ କରିବା ସମୟରେ ପଶୁ ଯନ୍ତ୍ରଣା-ମୁକ୍ତ ରହିଥାଏ | ଆଣ୍ଟିସେପ୍ଟିକ୍‌ କ୍ରୀମ୍‌ ର ଅଳ୍ପ ମାତ୍ରାକୁ ତ୍ୱଚାରେ ହୋ‍ଇଥିବା ଛୋଟ ଘା ଉପରେ ଲଗାଯିବା ଉଚିତ ଯାହା ଏହାକୁ ଅଳ୍ପ ସମୟରେ ଠିକ୍‌ କରିବାରେ ସାହାଯ୍ୟ କରିବ | ଉତ୍ସ: www.hpagrisnet.gov.in ଯଦି ଆପଣ ଏହି ସୂଚନା ଉପଯୋଗୀ ପାଆନ୍ତି, ତେବେ ଫଟୋ ତଳେଥିବା ହଳଦିଆ ଥମ୍ବସ୍‌ ଅପ୍‌ ଚିହ୍ନ ଉପରେ କ୍ଲିକ୍‌ କରନ୍ତୁ ଏବଂ ତଳେ ଦିଆଯାଇଥିବା ବିକଳ୍ପ ବ୍ୟବହାର କରି ନିଜର କୃଷକ ମିତ୍ରଗଣଙ୍କ ସହ ମଧ୍ୟ ସେୟାର୍‌ କରନ୍ତୁ |
242
1