Looking for our company website?  
AgroStar Krishi Gyaan
Pune, Maharashtra
30 Mar 19, 06:00 PM
ଜୈବିକ ଚାଷସମସ୍ତଙ୍କ ପାଇଁ କୃଷି_x000D_
ଦଶପର୍ଣ୍ଣୀ ଅର୍କ (ନିର୍ଯ୍ୟାସ): ପ୍ରସ୍ତୁତ ଏବଂ ଷ୍ଟୋରେଜ ପଦ୍ଧତି
ସମସ୍ତ ପ୍ରାକୃତିକ ଉପାଦାନ କୁ ବ୍ୟବହାର କରି ପ୍ରସ୍ତୁତ କରାଯାଇଥିବା ସମସ୍ତ କୀଟ ଏବଂ ରୋଗକୁ ନିୟନ୍ତ୍ରଣ କରିବାରେ ଦଶପର୍ଣ୍ଣୀ ଅର୍କ ଅତ୍ୟନ୍ତ ଫଳପ୍ରଦ ଅଟେ | ଏହା ଗଛର ସମସ୍ତ ପ୍ରତିରକ୍ଷା କୁ ମଜଭୁତ କରେ; ଏହା ଆଣ୍ଟିଭାଇରାଲ୍‌ ଏବଂ ଆଣ୍ଟିଫଙ୍ଗାଲ ଅଟେ | କୃଷକମାନେ ଗୃହରେ ଦ୍ରବଣକୁ ପ୍ରସ୍ତୁତ କରିପାରିବେ |
ଉପାଦାନ (ମୂଳପଦାର୍ଥ):_x000D_ • ଏକ 500 ଲିଟର ଡ୍ରମରେ ନିମ୍ନଲିଖିତ ଗଛର କିଛି ଅଂଶକୁ ଚୁର୍ଣ୍ଣ କରନ୍ତି_x000D_ • ନିମ୍ବ ପତ୍ର- 5 କି.ଗ୍ରା_x000D_ • ଜଟ୍ରୋପା ପତ୍ର ଅମୃତଭଣ୍ଡା-2 କି.ଗ୍ରା_x000D_ • ହାର୍ଟ-ଲିଭଡ଼ ଚନ୍ଦନ ପତ୍ର- 2 କି.ଗ୍ରା_x000D_ • ଆତ ପତ୍ର-2 କି.ଗ୍ରା, କରଞ୍ଜ ପତ୍ର-2 କି.ଗ୍ରା, ଜଡ଼ା ପତ୍ର- 2 କି.ଗ୍ରା_x000D_ • ନେରିୟମ୍‌ ପତ୍ର-2 କି.ଗ୍ରା_x000D_ • ଆକ୍‍ ‍ପତ୍ର-2 କି.ଗ୍ରା_x000D_ • କଞ୍ଚା ଲଙ୍କା ବଟା (ପେଷ୍ଟ)- 2 କି.ଗ୍ରା_x000D_ • ରସୁଣ ବଟା-250 କି.ଗ୍ରା_x000D_ • ଗାଇ ର ଗୋବର-3 କି.ଗ୍ରା, ଗୋ ମୂତ୍ର-5 ଲିଟର, ପାଣି-200 ଲିଟର_x000D_ _x000D_ ପ୍ରସ୍ତୁତି ର ପଦ୍ଧତି_x000D_ • 200 ଲିଟର ର ଏକ ପାତ୍ର ନିଅନ୍ତୁ (ପ୍ଲାଷ୍ଟିକ ଡ୍ରମ କିମ୍ବା ସେହିପରି ଗୋଟିଏ)_x000D_ • ପ୍ରଥମେ ପାଣି ଢାଳନ୍ତୁ_x000D_ • ପାଣିରେ ସମସ୍ତ 10 ଭିନ୍ନ ଭିନ୍ନ ପତ୍ରକୁ ଭିଜାନ୍ତୁ_x000D_ • ଭିଜା ଯାଇଥିବା ପତ୍ର ଉପରେ ଗୋ ମୂତ୍ର ଏବଂ ଗାଇ ର ଗୋବର ଢାଳନ୍ତୁ_x000D_ • ସେଗୁଡ଼ିକୁ ଭଲ ଭାବରେ ମିଶାନ୍ତୁ ଏବଂ 5 ଦିନ ପାଇଁ ଏହାକୁ ଛାଡ଼ି ଦିଅନ୍ତୁ _x000D_ • ଷଷ୍ଠ ଦିନରେ, 5-7 ଲିଟର ପାଣି ମିଶାନ୍ତୁ ଏବଂ ପାତ୍ରରେ ସମସ୍ତ ସାମଗ୍ରୀ କୁ ପୁନର୍ବାର ମିଶ୍ରଣ କରନ୍ତୁ_x000D_ • ଏକ ମାସ ପାଇଁ ସେହିପରି ଏହାକୁ ଛାଡ଼ି ଦିଅନ୍ତୁ_x000D_ • ଦଶପର୍ଣ୍ଣୀ ଅର୍କ କୁ ଛାଣିବା ପରେ ଏହା ବ୍ୟବହାର କରିବା ପାଇଁ ପ୍ରସ୍ତୁତ ହୋ‍ଇଥାଏ _x000D_ _x000D_ ଷ୍ଟୋରେଜ ର ପଦ୍ଧତି_x000D_ • କୀଟନାଶକ କୁ ଛାୟାରେ ରଖାଯିବା ଉଚିତ ଏବଂ ଦ୍ରବଣରେ ମାଛି କୁ ଅଣ୍ଡା ଦେବାରୁ ଏବଂ ଦ୍ରବଣରେ ଗଣଗଣିଆ ମାଛି (ପୋକ) ହେବାରୁ ନିବାରଣ କରିବା ପାଇଁ ତାର ଜାଲି କିମ୍ବା ପ୍ଲାଷ୍ଟିକ ମଶାରୀ ଦ୍ୱାରା କଭର କରାଯିବା ଦରକାର |_x000D_ • କୀଟନାଶକ ର ସେଲ୍ଫ ଜୀବନ ସହିତ ପ୍ରସ୍ତୁତି ମଧ୍ୟରେ ଏହା ପ୍ରୟୋଗ ଯୋଗ୍ୟ ଅଟେ |_x000D_ • ଅର୍କ (ନିର୍ଯ୍ୟାସ)କୁ ଛ‍ଅ ମାସ ପର୍ଯ୍ୟନ୍ତ ଷ୍ଟୋର କରାଯାଇପାରିବ ଏବଂ ଏହା ଗୋଟିଏ ଏକର ପାଇଁ ପର୍ଯ୍ୟାପ୍ତ ଅଟେ |_x000D_ • କୀଟନାଶକ ଉତ୍ତମ ଅବସ୍ଥାରେ ଚାରି ମାସ ପାଇଁ ଷ୍ଟୋର କରାଯାଇପାରିବ |_x000D_ କୀଟନାଶକ କୁ କିପରି ବ୍ୟବହାର କରାଯାଏ?_x000D_ _x000D_ ସିଞ୍ଚନ ପ୍ରଣାଳୀ – କୀଟନାଶକ କୁ ପତ୍ରରେ ପ୍ରୟୋଗ କରାଯାଇପାରିବ |_x000D_ ନୋଟ:_x000D_ • 10 ଲିଟର ପାଣି ସହିତ 125 ମି.ଲି. ର କୀଟନାଶକ ମିଶାଇ ପତଳା କରନ୍ତୁ କିମ୍ବା _x000D_ • ଗୋଟିଏ ଏକର ପାଇଁ 200 ଲିଟର ପାଣି ସହିତ 2.5 ଲିଟର କୀଟନାଶକ କୁ ମିଶାଇ ପତଳା କରନ୍ତୁ_x000D_ _x000D_ ଉତ୍ସ: ପ୍ରତ୍ୟେକଙ୍କ ପାଇଁ କୃଷି_x000D_ ଯଦି ଆପଣ ଏହି ସୂଚନା ଉପଯୋଗୀ ପାଆନ୍ତି, ତେବେ ଫଟୋ ତଳେଥିବା ହଳଦିଆ ଥମ୍ବସ୍‌ ଅପ୍‌ ଚିହ୍ନ ଉପରେ କ୍ଲିକ୍‌ କରନ୍ତୁ ଏବଂ ତଳେ ଦିଆଯାଇଥିବା ବିକଳ୍ପ ବ୍ୟବହାର କରି ନିଜର କୃଷକ ମିତ୍ରଗଣଙ୍କ ସହ ମଧ୍ୟ ସେୟାର୍‌ କରନ୍ତୁ |
680
11