Looking for our company website?  
AgroStar Krishi Gyaan
Pune, Maharashtra
17 Jun 19, 10:00 AM
ଆଜଭାଇଜରୀ ଆର୍ଟିକଲ୍‌ଅପନି ଖେତି
ଅଶ୍ୱଗନ୍ଧା ଫସଲ କରିବା ପଦ୍ଧତି : ଔଷଧୀୟ ବୃକ୍ଷ (ବିଭାଗ-1)
ଅଶ୍ୱଗନ୍ଧା ମଧ୍ୟ ଏକ ଆଶ୍ଚର୍ଯ୍ୟଜନକ ଚେରମୂଳି ଭାବରେ ଜଣାଶୁଣା ଯେହେତୁ ଏହାର ବିଭିନ୍ନ ଔଷଧୀୟ ଗୁଣ ରହିଛି | ଏହାକୁ “ଅଶ୍ୱଗନ୍ଧା” କୁହାଯାଏ ଯେହେତୁ ଏହାର ଉତ୍ପତ୍ତି ଏକ ଅଶ୍ୱ ପରି ଗନ୍ଧ ହୁଏ ଏବଂ ଶରୀରକୁ ଶକ୍ତି ପ୍ରଦାନ କରେ | ଏହାର ମଞ୍ଜି, ଚେର, ଏବଂ ପତ୍ରଗୁଡ଼ିକ ଏକାଧିକ ଔଷଧ ପ୍ରସ୍ତୁତ କରିବା ପାଇଁ ବ୍ୟବହୃତ ହୁଏ | ଅଶ୍ୱଗନ୍ଧାରୁ ପ୍ରସ୍ତୁତ ଔଷଧ ଚିନ୍ତା ନିବାରକ ରୂପେ ବ୍ୟବହାର କରାଯାଏ ଯାହା ଶିଥିଳତା, ଅବସାଦ, ଭୟ(ଫୋବିୟା), ସିଜୋଫ୍ରେନିଆ ର ପରିଚାଳନା ପାଇଁ ବ୍ୟବହାର କରାଯାଏ | ପୃଥଳ, ଧଳା ଏବଂ ପାଉଁଶିଆ ଚେର ସହିତ 30 ସେ.ମି -120 ସେ.ମି ର ହାରାହାରି ଉଚ୍ଚତା ସହ ଗୁଳ୍ମ ଶାଖା ଥାଏ | ନାରଙ୍ଗୀ-ନାଲି କୋଳି ପରି ଫଳ ସହିତ ଏହାର ଫୁଲ ସବୁଜ ରଙ୍ଗର ହୋଇଥାଏ | ଏହା ମୁଖ୍ୟତଃ ଭାରତର ଅନେକ ଭାଗରେ ଯେପରିକି ରାଜସ୍ଥାନ, ପଞ୍ଜାବ, ହରିୟାଣା, ଉତ୍ତରପ୍ରଦେଶ, ଗୁଜୁରାଟ, ମହାରାଷ୍ଟ୍ର ଏବଂ ମଧ୍ୟପ୍ରଦେଶରେ ଚାଷ କରାଯାଏ | ମାଟିର ଆବଶ୍ୟକତା: 7.5 ରୁ 8.0. ପର୍ଯ୍ୟନ୍ତ ଉଚିତ ନିଷ୍କାସନ ହେଉଥିବା ବାଲିଆ ଉର୍ବର ମାଟି ଏବଂ ସାମାନ୍ୟ ନାଲି ମାଟିରେ ଚାଷ କରାଗଲେ ଅଶ୍ୱଗନ୍ଧା ସବୁଠାରୁ ଉତ୍ତମ ଫଳାଫଳ ଦିଏ | ମାଟିରେ ଏହାର ବୃଦ୍ଧି ଯାହା ଆର୍ଦ୍ରତାର ରକ୍ଷାଣବେକ୍ଷାଣ କରେ ଏବଂ ଜଳପୂର୍ଣ୍ଣ ଅବ୍ୟବହାରିକ ରହେ | ମାଟି ହାଲୁକା, ଗଭୀର ଏବଂ ଉତ୍ତମ-ଜଳ ନିଷ୍କାସନ ରହିବା ଉଚିତ | ଉତ୍ତମ ନିଷ୍କାସନ ସହିତ କଳା କିମ୍ୱା ଓଜନିଆ ମାଟି ମଧ୍ୟ ଏହି ଚାଷ ପାଇଁ ଉପଯୁକ୍ତ ଅଟେ | ଜମି ପ୍ରସ୍ତୁତି : ଅଶ୍ୱଗନ୍ଧା ରୋପଣ ପାଇଁ ଭଲଭାବରେ ଗୁଣ୍ଡ ଏବଂ ସମତଳ ହୋଇଥିବା ମାଟି ଦରକାର | ଭଲଭାବରେ ମାଟିକୁ ଭାଙ୍ଗିବା ପାଇଁ, ଜମି ଚାଷ 2-3 ଥର ଏବଂ ଜମି ଚାଷ କିମ୍ୱା ବର୍ଷା ପୂର୍ବରୁ ଚାଷ କରି ମଇ ଦେବା କାମ ସମ୍ପାଦିତ ହେବା ଉଚିତ ଏବଂ ତାପରେ ବିଲରେ ସାର ଦେବା ଦରକାର | ଜମି ଏପ୍ରିଲ-ମେ ମାସରେ ପ୍ରସ୍ତୁତ କରାଯାଏ |
ରୋପଣ ସମୟ: ଜୁନ-ଜୁଲାଇ ମାସରେ, ଅଶ୍ୱଗନ୍ଧା ତଳି ଚାଷ ପାଇଁ ଜମି ପ୍ରସ୍ତୁତ କରଯାଏ | ବ୍ୟବଧାନ: ବିକାଶ ପ୍ରବୃତ୍ତି ଏବଂ ଅଙ୍କୁରୋଦଗମ୍‌ ଆଧାରରେ ଚାରାର ଦୂରତା ସ୍ଥିର କରିବା ପାଇଁ ଧାଡିରୁ ଧାଡି 10 ସେ.ମି ଲମ୍ବ ଚାରା 20 ରୁ 25 ସେ.ମି ବ୍ୟବଧାନରେ ବ୍ୟବାହାର କରନ୍ତୁ | ରୋପଣ ଗଭୀରତା: ସାଧାରଣତଃ ବିହନକୁ ପ୍ରାୟ 1 ରୁ 3 ସେ.ମି ଗଭୀରରେ ରୋପଣ କରାଯିବା ଉଚିତ | ରୋପଣ ପଦ୍ଧତି: ମୁଖ୍ୟ ଜମିରେ ଚାରା ରୋପଣର ପଦ୍ଧତି ବ୍ୟବହାର କରାଯାଏ | ମଞ୍ଜିର ପରିମାଣ(ମାତ୍ରା) ଉତ୍କୃଷ୍ଟ କିସମ ପାଇଁ ପ୍ରତି ଏକର 4-5 କି.ଗ୍ରା ବିହନ ବ୍ୟବହାର କରନ୍ତୁ | ବିହନ ବିଶୋଧନ: ବିହନ ବାହିତ ରୋଗ ଏବଂ ପୋକରୁ ଫସଲକୁ ରକ୍ଷା କରିବା ପାଇଁ ରୋପଣ ପୂର୍ବରୁ ଥିରାମ କିମ୍ୱା ଡିଥେନ M-45 (Indofil M-45) @3 ଗ୍ରାମ୍‌/କି.ଗ୍ରା ରେ ବିହନକୁ ବିଶୋଧନ କରନ୍ତୁ | ବିଶୋଧନ ପରେ ବିହନଗୁଡ଼ିକୁ ପବନରେ ଶୁଖାଯାଏ ଏବଂ ତାପରେ ରୋପଣ ପାଇଁ ବ୍ୟବହାର କରାଯାଏ | ଉତ୍ସ: ଅପନି ଖେତି ଯଦି ଆପଣ ଏହି ସୂଚନା ଉପଯୋଗୀ ପାଆନ୍ତି, ତେବେ ଫଟୋ ତଳେଥିବା ହଳଦିଆ ଥମ୍ବସ୍‌ ଅପ୍‌ ଚିହ୍ନ ଉପରେ କ୍ଲିକ୍‌ କରନ୍ତୁ ଏବଂ ତଳେ ଦିଆଯାଇଥିବା ବିକଳ୍ପ ବ୍ୟବହାର କରି ନିଜର କୃଷକ ମିତ୍ରଗଣଙ୍କ ସହ ମଧ୍ୟ ସେୟାର୍‌ କରନ୍ତୁ |
436
0