Looking for our company website?  
AgroStar Krishi Gyaan
Pune, Maharashtra
19 Aug 19, 10:00 AM
ଆଜଭାଇଜରୀ ଆର୍ଟିକଲ୍‌କୃଷି ସର୍ମପଣ
ଛତୁ ଚାଷ
ଭାରତରେ ଉଚ୍ଚ-ଧରଣର ଛତୁ ଉତ୍ପାଦନ ଆରମ୍ଭ ହୋଇଯାଇଛି ଏବଂ ଏହା ସାରା ବିଶ୍ୱ ବଜାରରେ ସୁଲଭ ହୋଇଛି | ମଧୁମେହ, ରକ୍ତଚାପ ଏବଂ ହୃଦୟଜନିତ ରୋଗଥିବା ବ୍ୟକ୍ତିମାନଙ୍କୁ ଛତୁ ଖାଇବା ପାଇଁ ପରାମର୍ଶ ଦିଆଯାଇଥାଏ | ଏହା ସମ୍ପୂର୍ଣ୍ଣଭାବେ ନିରାମିଷ ଅଟେ ଏବଂ ଏଥିରେ ନିମ୍ନ କ୍ୟାଲୋରୀ ଥିବା ଉଚ୍ଚ ପ୍ରୋଟିନ, ଆଇରନ୍, ଖଣିଜପଦାର୍ଥ, ଏବଂ ଭିଟାମିନ୍ ରହିଥାଏ | ଗବେଷଣାରୁ ମଧ୍ୟ ଜଣାପଡିଛି ଯେ ଛତୁ ହେଉଛି ଅଦ୍ୱିତୀୟ ଯେଉଁଥିରେ ‘ସଂକ୍ରମଣ -ପ୍ରତିରୋଧକ’ ଏବଂ ‘କର୍କଟ -ପ୍ରତିରୋଧକ’ର ବିଶେଷଗୁଣ ରହିଛି | ଭାରତରେ ବଟନ, ଛତୁ ର ଅନେକ ପ୍ରକାର ଚାଷ କରାଯାଏ | ରୋପଣ ପ୍ରକ୍ରିୟା 1) ଭିଜାଯାଇଥିବା କୁଣ୍ଡା : ଧାନର ଚୋପା, ଗହମର ନଡା , ସୋରଘୁମ, ଘାସ, ସୂର୍ଯ୍ୟମୁଖୀଫୁଲର କୁଣ୍ଡା, ନଡ଼ିଆ ପତ୍ର, ଆଖୁ ପତ୍ର ଏବଂ ବାଜରା ପତ୍ର ଉପରେ ଛତୁ ଚାଷ କରାଯାଇପାରିବ | ପ୍ରଥମେ ପ୍ରାୟ 2-3 ସେଣ୍ଟିମିଟର ଲମ୍ୱା ନଡାକୁ ଦୁଇ ଭାଗରେ କଟାଯିବା ଉଚିତ ଏବଂ 10ରୁ12 ଘଣ୍ଟା ପର୍ଯ୍ୟନ୍ତ ଥଣ୍ଡା ପାଣିରେ ଭିଜାଯିବା ଦରକାର | ଭିଜିଯାଇଥିବା କୁଣ୍ଡାକୁ ବାହାରକୁ କାଢନ୍ତୁ ଏବଂ ଏହାକୁ ଜୀବାଣୁ ମୁକ୍ତ କରନ୍ତୁ, ତାପରେ ଜୀବାଣୁର ବିନାଶ ପାଇଁ ଏହାକୁ 1 ଘଣ୍ଟା ପର୍ଯ୍ୟନ୍ତ ଗରମ ପାଣିରେ ରଖନ୍ତୁ | 2) ମଞ୍ଜି ଲଗାଇବା: ଏକ ପ୍ଲାଷ୍ଟିକ ବ୍ୟାଗ୍ରେ କୁଣ୍ଡାର ଏକ ପରସ୍ତ ପକାନ୍ତୁ, ଯାହା ପାଖାପାଖି ଦୁଇରୁ ଅଢେଇ ଇଞ୍ଚ ହୋଇଥିବ | ତାପରେ ପ୍ରଥମ ପରସ୍ତ ଉପରେ ମଞ୍ଜି ବୁଣାଯାଏ | ପୁର୍ନବାର, ମଞ୍ଜିଗୁଡ଼ିକୁ କଭରକରିବା ପାଇଁ କୁଣ୍ଡାର ଏକ ପରସ୍ତ ଦିଆଯାଏ | ପୁଣିଥରେ ମଞ୍ଜିକୁ କାଢନ୍ତୁ, ଏହିଭଳି କରି ବ୍ୟାଗ୍କୁ ପୂର୍ଣ୍ଣ କରନ୍ତୁ | ବୁଣିବା ସମୟରେ 5% ଓଦା ପଙ୍କ ଢାଳନ୍ତୁ | ବ୍ୟାଗ୍‌ ପୂର୍ଣ୍ଣ କରିବା ସମୟରେ କୁଣ୍ଡାକୁ ଦବାନ୍ତୁ ଏବଂ ପୂର୍ଣ୍ଣ କରନ୍ତୁ | ବ୍ୟାଗ୍‌ର ମୁହଁକୁ ସୂତା ସାହାଯ୍ୟରେ ବାନ୍ଧନ୍ତୁ ଏବଂ 25 ରୁ 30ଟି କଣା କରିବା ପାଇଁ ଛୁଞ୍ଚି ବା ଜଙ୍କ ଲାଗିଥିବା ଛୁଞ୍ଚିର ବ୍ୟବହାର କରନ୍ତୁ | 3) ଉଷୁମେଇବା(ହ୍ୟାଚିଙ୍ଗ୍): ଛତୁର ବୃଦ୍ଧି ପାଇଁ ଉତ୍ତାପ ହେଉଛି ଏକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ | ବୁଣାଯାଇଥିବା ବ୍ୟାଗ୍କୁ 22 ରୁ 26 ଡିଗ୍ରୀ ସେଲିସିୟସ ତାପମାତ୍ରା ଥିବା ଜୀବାଣୁରହିତ ଅନ୍ଧାର ଘରେ ରଖାଯିବା ଉଚିତ |\ 4) ବ୍ୟାଗ୍ କାଢିବା : ଯେତେବେଳେ ଛତୁଗୁଡ଼ିକ ପୂର୍ଣ୍ଣଭାବେ ବିକଶିତ ହୋଇଯାଆନ୍ତି, ସେତେବେଳେ ବ୍ୟାଗ୍ଟି ଧଳା ଦେଖାଯାଏ | ଏହାକୁ ବ୍ଲେଡ଼ ସାହାଯ୍ୟରେ କଟାଯିବା ଉଚିତ ଏବଂ ଥାକ ଉପରେ ରଖାଯିବା ଉଚିତ | ଫାଙ୍କ ଗୁଡ଼ିକରେ, ପରୋକ୍ଷ ସୂର୍ଯ୍ୟାଲୋକ ଏବଂ କମ୍ ବାୟୁରେ ସକ୍ରିୟ କରାଯିବା ଉଚିତ | ଦିନକୁ 2 ରୁ 3 ଥର ବ୍ୟାଗ୍ରୁ ବେଡ୍ ଅଲଗା କରି ଧୀରେ ଧୀରେ ପାଣି ସ୍ପ୍ରେ କରନ୍ତୁ | ସ୍ପ୍ରେ କରିବା ପାଇଁ ପମ୍ପ ସ୍ପ୍ରେ ଏବଂ ହାତ ସ୍ପ୍ରେ ବ୍ୟବହାର କରିବା ଉଚିତ | 5) ଅମଳ କରିବା : ବ୍ୟାଗ୍କୁ କାଟିବା ପରେ 4 ରୁ 5 ମଧ୍ୟରେ ଛତୁ ପୂର୍ଣ୍ଣ ବିକାଶିତ ହୋଇଥାଏ | ସମ୍ପୂର୍ଣ୍ଣଭାବରେ ଅମଳହୋଇଥିବା ଛତୁକୁ ବାମ କିମ୍ୱା ଡାହାଣ ପାର୍ଶ୍ୱକୁ ନିଆଯିବା ଉଚିତ | ଛତୁ କଢିବା ପରେ ଏକରୁ ଦେଢ ଇଞ୍ଚରେ ବେଡ୍କୁ ଚକଟି ଦିଅନ୍ତୁ | ଦ୍ୱିତୀୟ ଥର ଛତୁର ବିକାଶ 10 ଦିନ ପରେ ଦେଖାଯାଇପାରେ ଏବଂ ପରବର୍ତ୍ତୀ 10 ଦିନ ପରେ ଫସଲର ତୃତୀୟ ସେଟ୍ ଦେଖାଯାଏ | ଗୋଟିଏ ବେଡ୍(ବ୍ୟାଗ୍) ରୁ 900 ରୁ 1500 ଗ୍ରାମ୍ ପର୍ଯ୍ୟନ୍ତ ଓଦା ଛତୁର ଅମଳ କରାଯିବା ସମ୍ଭବପର | ସନ୍ତୁଳିତ ବେଡସ୍ର ଉପଯୋଗ ଉଭିଦ ସାର ଏବଂ ପଶୁର ପୋଷଣରୂପେ କରାଯାଏ | ଉତ୍ସ: କୃଷି ସର୍ମପଣ
ଯଦି ଆପଣ ଏହି ସୂଚନା ଉପଯୋଗୀ ପାଆନ୍ତି, ତେବେ ଫଟୋ ତଳେଥିବା ହଳଦିଆ ଥମ୍ବସ୍‌ ଅପ୍‌ ଚିହ୍ନ ଉପରେ କ୍ଲିକ୍‌ କରନ୍ତୁ ଏବଂ ତଳେ ଦିଆଯାଇଥିବା ବିକଳ୍ପ ବ୍ୟବହାର କରି ନିଜର କୃଷକ ମିତ୍ରଗଣଙ୍କ ସହ ମଧ୍ୟ ସେୟାର୍‌ କରନ୍ତୁ |
359
1