Looking for our company website?  
AgroStar Krishi Gyaan
Pune, Maharashtra
03 Oct 19, 10:00 AM
ଗୁରୁ ଜ୍ଞାନଏଗ୍ରୋଷ୍ଟାର ଏଗ୍ରୋନୋମୀ ସେଣ୍ଟର ଅଫ ଏକ୍ସଲେନ୍ସ
କପା ଫସଲର ବିଳମ୍ବିତ ପର୍ଯ୍ୟାୟରେ ଗୋଲାପୀ ବଲ୍ ଓ୍ୱାର୍ମର ନିୟନ୍ତ୍ରଣ
ଗତ କେତେ ବର୍ଷ ହେବ ଉପଦ୍ରବ କରୁଥିବା ଗୋଲାପୀ ବଲ୍ଓ୍ୱାର୍ମ ବିଳମ୍ବିତ ପର୍ଯ୍ୟାୟରେ କପାର ଭୀଷଣ କ୍ଷତି କରିଛି । ଏହି ପୋକ କଢ଼, ଫୁଲ ଏବଂ ଧରୁଥିବା କଢ଼ରେ ଯେଉଁ ଅଣ୍ଡା ଦିଏ ତାହା ସାଧାରଣତଃ ଖାଲି ଆଖିରେ ଦେଖାଯାଏ ନାହିଁ । ଏଥିରୁ ବାହାରୁଥିବା ଲାର୍ଭା ଫୁଲ, କଢ଼, ଏବଂ ବଲ୍ଗୁଡ଼ିକରେ ପ୍ରବେଶ କରି ସେଗୁଡ଼ିକୁ ଭିତରୁ ଖାଇ ଦିଅନ୍ତି । ସଂକ୍ରମିତ ଫୁଲ ଗୁଡ଼ିକ ଗୋଲାପ ଫୁଲ ପରି ଖୋଲି ଯାଏ । ସଂକ୍ରମିତ ଫୁଲ, କଢ଼ ଏବଂ ଛୋଟ ବଲ୍ଗୁଡ଼ିକ ଖସି ପଡ଼େ । ଲାର୍ଭା ବଲ୍ଗୁଡ଼ିକରେ ପ୍ରବେଶ କରେ ଏବଂ ତନ୍ତୁ ଏବଂ ମଞ୍ଜିଗୁଡ଼ିକ ନଷ୍ଟ କରିଦିଏ ।
ପରିଚାଳନା: • ନଜର ରଖିବା ପାଇଁ ହେକ୍ଟର ପିଛା 5 ଟି ଟ୍ରାପ ଲଗାନ୍ତୁ । ଯଦି ଲଗାତାର ତିନି ଦିନ ପର୍ଯ୍ୟନ୍ତ ଟ୍ରାପ୍‌ ପିଛା 8 କିମ୍ବା ଅଧିକ ମଥ୍ ଧରାପଡ଼ନ୍ତି ତେବେ ହେକ୍ଟର ପିଛା 40 ଟି ଟ୍ରାପ୍‌ ଲଗାନ୍ତୁ । • ଯାଦୃଚ୍ଛିକ ଭାବରେ 20 ଟି ଗଛ ଚୟନ କରନ୍ତୁ ଏବଂ କଢ଼-ଫୁଲ-ବଲ୍‌ ଗଣନ୍ତୁ ଏବଂ ଯଦି 100 କଢ଼-ଫୁଲ-ବଲ୍‌ରୁ 5 ଲାର୍ଭା ମିଳନ୍ତି ତେବେ ନିମ୍ନତ ମଧ୍ୟରୁ ଯେ କୌଣସି କୀଟନାଶକ ସିଞ୍ଚନ କରନ୍ତୁ । • ଯେଉଁମାନେ ବିହନ ଉତ୍ପାଦନ ପାଇଁ କପା ଚାଷ କରୁଛନ୍ତି ସେମାନଙ୍କୁ ସଙ୍ଗମ ପରେ ଫୁଟୁଥିବା ପାଖୁଡାଗୁଡ଼ିକୁ ନଷ୍ଟ କରିଦେବାକୁ ପରାମର୍ଶ ଦିଆଯାଉଛି । • କୀଟନାଶକ ପ୍ରୟୋଗ କରାଯିବା ପୂର୍ବରୁ ଖୋଲି ଯାଇଥିବା ଫୁଲ କଢ଼ ଗୁଡ଼ିକୁ ସଂଗ୍ରହ କରି ନଷ୍ଟ କରି ଦିଅନ୍ତୁ । • ମୋନୋକ୍ରୋଟୋଫସ୍‌ ଏବଂ ଆସେଫେଟ୍‌ ପରି କୀଟନାଶକର ବାରମ୍ବାର ସିଞ୍ଚନ, ଗଛ ଜୀବନର ଅବଧି ଏବଂ ଗୋଲାପୀ ବଲ୍ଓ୍ୱାର୍ମ ପରିସ୍ଥିତି ଏସବୁ କୀଟନାଶକକୁ ନିଷେଧ କରିବା ପାଇଁ ଜରୁରୀ । • ଅମଳ ହୋଇଥିବା କପାକୁ ଜମା କରି ରଖନ୍ତୁ ନାହିଁଏବଂ ଏହାକୁ ବଜାରରେ ବିକ୍ରି କରି ଦିଅନ୍ତୁ । • ଶେଷ ଅମଳ ପରେ ଗଛଗୁଡ଼ିକୁ ଉପାଡ଼ି ଦିଅନ୍ତୁ ଏବଂ ନଷ୍ଟ କରି ଦିଅନ୍ତୁ କିମ୍ବା ସେଗୁଡ଼ିକୁ ଜୈବିକ ଖତ ପ୍ରସ୍ତୁତ କରିବା ପାଇଁ ବ୍ୟବହାର କରନ୍ତୁ । • ଯଦି ସଂକ୍ରମଣ ଲାଗି ରୁହେ ତେବେ ଜଳସେଚନ ବନ୍ଦ କରି ଦିଅନ୍ତୁ ଏବଂ ଫସଲ ବାତିଲ କରି ଦିଅନ୍ତୁ । • 5 ମିଲି ହାରରେ କ୍ଲୋରାଣ୍ଟ୍ରାନିଲିପ୍ରୋଲ୍‌ 9.3% + ଲାମ୍ବଡା ସିହେଲୋଥ୍ରିନ୍‌ 46% ଜେଡ୍‌ସି କିମ୍ବା 10 ମିଲି ହାରରେ ସାଇପର୍‌ର୍‌ମେଥ୍ରିନ୍‌ 10 ଇସି କିମ୍ବା 10 ମିଲି ହାରରେ ଡେଲ୍‌ଟାମେଥ୍ରିନ୍‌ 2.8 ଇସି କିମ୍ବା 10 ମିଲି ହାରରେ ଲାମ୍ବଡା ସିହେଲୋଥ୍ରିନ୍‌ 2.5 ଇସି କିମ୍ବା 5 ମିଲି ହାରରେ ଇଣ୍ଡୋକ୍ସାକାର୍ବ 15.8 ଇସି କିମ୍ବା 5 ଗ୍ରାମ ହାରରେ ଏମାମାକ୍ଟିନ୍‌ ବେଞ୍ଜୋଏଟ୍‌ 5 ଏସ୍‌ଜି କିମ୍ବା 3ମିଲି ହାରରେ ସ୍ପିନୋସାଡ୍‌ 45 ଏସ୍‌ସି କିମ୍ବା 10 ମିଲି ହାରରେ ଡେଲ୍‌ଟାମେଥ୍ରିନ୍‌ 1% + ଟ୍ରିଆଜୋଫସ୍‌ 35% ଇସି କିମ୍ବା 10 ମିଲି ହାରରେ କ୍ଲୋର୍ପିରିଫୋସ୍‌ 50% + ସାଇପର୍‌ମେଥ୍ରିନ୍‌ 5 ଇସି 10 ଲିଟର ପାଣିରେ ବଦଳାଇ ବଦଳାଇ ସିଞ୍ଚନ କରନ୍ତୁ । ଡ଼ଃ. ଟି. ଏମ. ଭରପୋଡ଼ା, ଏଣ୍ଟୋମୋଲୋଜୀ ର ପୂର୍ବ. ଅଧ୍ୟାପକ, B. A. କୃଷି ମହାବିଦ୍ୟାଳୟ, ଆନନ୍ଦ କୃଷି ବିଶ୍ୱବିଦ୍ୟାଳୟ, ଆନନ୍ଦ- 388 110 (ଗୁଜୁରାଟ ଭାରତ) ଯଦି ଆପଣ ଏହି ସୂଚନା ଉପଯୋଗୀ ପାଆନ୍ତି, ତେବେ ଫଟୋ ତଳେଥିବା ହଳଦିଆ ଥମ୍ବସ୍‌ ଅପ୍‌ ଚିହ୍ନ ଉପରେ କ୍ଲିକ୍‌ କରନ୍ତୁ ଏବଂ ତଳେ ଦିଆଯାଇଥିବା ବିକଳ୍ପ ବ୍ୟବହାର କରି ନିଜର କୃଷକ ମିତ୍ରଗଣଙ୍କ ସହ ମଧ୍ୟ ସେୟାର୍‌ କରନ୍ତୁ |
456
72