AgroStar Krishi Gyaan
Pune, Maharashtra
08 Aug 19, 10:00 AM
ଗୁରୁ ଜ୍ଞାନଏଗ୍ରୋଷ୍ଟାର ଏଗ୍ରୋନୋମୀ ସେଣ୍ଟର ଅଫ ଏକ୍ସଲେନ୍ସ
ଚିନାବାଦାମ ଫସଲରେ ପତ୍ରଖିଆ ସମ୍ବାଳୁଆମାନଙ୍କର ନିୟନ୍ତ୍ରଣ
ପତ୍ରଖିଆ ସମ୍ବାଳୁଆ କୃଷି ସମ୍ପ୍ରଦାୟରେ ଆର୍ମି ୱାର୍ମ ଏବଂ ତମାଖୁ ସମ୍ବାଳୁଆ ନାମରେ ମଧ୍ୟ ପରିଚିତ ଅଟେ l ଉଷୁମ ପାଗ ଅବସ୍ଥାଗୁଡ଼ିକରେ ଅଧିକ ସଂଖ୍ୟାରେ ଦୀର୍ଘ ସମୟ ଧରି ଆକ୍ରମଣ ଜାରି ରହେ l ଛୋଟ ସମ୍ବାଳୁଆଗୁଡ଼ିକ ଗଛର ପତ୍ରଗୁଡ଼ିକର କ୍ଲୋରଫିଲକୁ କୋରି ଦିଅନ୍ତି, କଅଁଳିଆ ଅଗଗୁଡ଼ିକୁ କୋରି ଦିଅନ୍ତି, ବଡ଼ ଶୁକକୀଟ ଗୁଡ଼ିକ ସମ୍ପୂର୍ଣ୍ଣ ଭାବରେ ପତ୍ରକୁ ଖାଇଦିଅନ୍ତି, କେବଳ ଶିରାଗୁଡ଼ିକ ରହେ ଏବଂ ପତ୍ରଗୁଡ଼ିକ ଶୁଖିଯାଏ l ଦିନବେଳା, ମାଟିରେ ସମ୍ବାଳୁଆଗୁଡ଼ିକ ଲୁଚି ରହନ୍ତି ଏବଂ ରାତିବେଳା ପ୍ରଚୁର ପରିମାଣରେ ଖାଆନ୍ତି l ସେଗୁଡିକ ମଧ୍ୟ ଫୁଲ ଖାଆନ୍ତି ଏବଂ ମାଟି ତଳେ ବଢୁଥିବା କନ୍ଦା ଗୁଡ଼ିକୁ ମଧ୍ୟ ବେଳେ ବେଳେ ଖାଆନ୍ତି l ସାଧାରଣତଃ ଅଗଷ୍ଟ-ସେପ୍ଟେମ୍ବର ମାସରେ ଫସଲରେ ସମ୍ବାଳୁଆମାନଙ୍କର ସଂଖ୍ୟା ଅଧିକ ହୋଇଥାଏ l ପରିଚାଳନା: • ଫେରୋମନ ଯନ୍ତାଗୁଡ଼ିକୁ ବସାନ୍ତୁ @୧-୧୫/ଏକର • କୀଟ ଆକ୍ରମଣର ପ୍ରାରମ୍ଭିକ ଅବସ୍ଥାରେ, ନିମ୍ବ ମଞ୍ଜି ରସ ସିଞ୍ଚନ କରନ୍ତୁ @ ୫୦୦ ମି.ଲି. (୫%) କିମ୍ବା ୧୦ ଲିଟର ଜଳରେ ନିମ୍ବ ଆଧାରିତ ପ୍ରସ୍ତୁତି @ ୪୦ ମି.ଲି. ମିଶାଇ ସିଞ୍ଚନ କରନ୍ତୁ l • ବୋଭେରୀଆ ବାଷିଆନା ସିଞ୍ଚନ କରନ୍ତୁ, ଏକ କବକଭିତ୍ତିକ ଗୁଣ୍ଡ @ ୪୦ ଗ୍ରାମ କିମ୍ବା ବାସିଲସ ଥୁରୀଏନଜେନେସୀସ, ଏକ ଜୀବାଣୁଭିତିକ ଗୁଣ୍ଡ @୧୦ ଗ୍ରାମ ୧୦ ଲିଟର ଜଳରେ ମିଶାଇ ସିଞ୍ଚନ କରନ୍ତୁ l • ହେକ୍ଟର ପିଛା ନ୍ୟୁକ୍ଲିୟର ପଲିହେଡ୍ରୋସିସ ଭାଇରସ (ଏନପିଭି) ସିଞ୍ଚନ କରନ୍ତୁ @ ୨୫୦ ଏଲଇ (ପତ୍ରଖିଆ ସାମ୍ବାଳୁଆ ନିମନ୍ତେ) ରୁ ୪୫୦ ଏଲଇ (ଛୁଇଁଖିଆ କୀଟ) • ପତ୍ରଖିଆ ସାମ୍ବାଳୁଆର ଅତ୍ୟଧିକ ଆକ୍ରମଣ କ୍ଷେତ୍ରରେ, ୧୦ ଲିଟର ଜଳରେ ମେଥୋମିଲ ୫୦ ଡବ୍ଲୁପି @୧୨.୫ ଗ୍ରାମ ମିଶାଇ ସିଞ୍ଚନ କରନ୍ତୁ l • କୀଟନାଶକଗୁଡ଼ିକର ପ୍ରଭାବ ବୃଦ୍ଧି କରିବା ପାଇଁ ଦ୍ରବଣରେ ଗୁଡ଼ ମିଶାଯାଇପାରିବ
ଡ଼ଃ. ଟି. ଏମ. ଭରପୋଡ଼ା, ଏଣ୍ଟୋମୋଲୋଜୀ ର ପୂର୍ବ. ଅଧ୍ୟାପକ, B. A. କୃଷି ମହାବିଦ୍ୟାଳୟ, ଆନନ୍ଦ କୃଷି ବିଶ୍ୱବିଦ୍ୟାଳୟ, ଆନନ୍ଦ- 388 110 (ଗୁଜୁରାଟ ଭାରତ) ଯଦି ଆପଣ ଏହି ସୂଚନା ଉପଯୋଗୀ ପାଆନ୍ତି, ତେବେ ଫଟୋ ତଳେଥିବା ହଳଦିଆ ଥମ୍ବସ୍‌ ଅପ୍‌ ଚିହ୍ନ ଉପରେ କ୍ଲିକ୍‌ କରନ୍ତୁ ଏବଂ ତଳେ ଦିଆଯାଇଥିବା ବିକଳ୍ପ ବ୍ୟବହାର କରି ନିଜର କୃଷକ ମିତ୍ରଗଣଙ୍କ ସହ ମଧ୍ୟ ସେୟାର୍‌ କରନ୍ତୁ |
184
8