Looking for our company website?  
AgroStar Krishi Gyaan
Pune, Maharashtra
27 Jun 19, 10:00 AM
ଗୁରୁ ଜ୍ଞାନଏଗ୍ରୋଷ୍ଟାର ଏଗ୍ରୋନୋମୀ ସେଣ୍ଟର ଅଫ ଏକ୍ସଲେନ୍ସ
ବାଇଗଣ ଫସଲରେ ଲାଗୁଥିବା ଫଳବିନ୍ଧା ପୋକ- ଆଇପିଏମ୍
ସମନ୍ୱିତ କୀଟ ପରିଚାଳନା (ଆଇପିଏମ୍): ● ରୋଗ ପ୍ରତିରୋଧ ଶକ୍ତି ଥିବା କିସମର ଗଛ ଚୟନ କରନ୍ତୁ ● ଫଳବିନ୍ଧା ପୋକ ବାଇଗଣ ଫସଲର ଅଧିକ କ୍ଷତି ନ କରିବା ପାଇଁ ପତ୍ରଗୁଡ଼ିକୁ ଛିଣ୍ଡାଇ ଦିଅନ୍ତୁ ● କ୍ଷେତରେ, ଏକର ପ୍ରତି 10-12 ଟି ଫେରୋମୋନ୍ ଟ୍ରାପ୍ ଲଗାନ୍ତୁ ● କ୍ଷତି ହେବାର ପ୍ରାରମ୍ଭିକ ଅବସ୍ଥାରେ, ଉଦ୍ଭିଦ କୀଟନାଶକ ସିଞ୍ଚନ କରନ୍ତୁ ● ଗୋମୂତ୍ର (20%) ଓ ନିମ୍ବ, ଆତ, ନାଗଅଇରି କିମ୍ୱା ଗବ ମଞ୍ଜିରୁ ତିଆରି ରସ (10%) ସିଞ୍ଚନ କରନ୍ତୁ
● ପ୍ରଭାବ ଅଧିକ ଥିଲେ, 10 ଲିଟର ପାଣିରେ କ୍ଲୋରାନ୍ତ୍ରାନିଲିପ୍ରୋଲ୍ 18.5 ଏସସି 4 କିମ୍ୱା ଇମାମାକ୍ଟିନ୍ ବେନଜୋଏଟ୍ 5 ଏସଜି 4 ଗ୍ରାମ୍ କିମ୍ୱା ଥିଓଡିକାର୍ବ 75 ଡବ୍ଲୁପି 10 ଗ୍ରାମ୍ କିମ୍ୱା ସାଇପରମେଥ୍ରୀନ୍ 3% + କୁଇନାଲଫସ୍ 20 ଇସି 5 ମିଲି କିମ୍ୱା ଡେଲଟାମେଥ୍ରୀନ୍ 1% + ଟ୍ରିଆଜୋଫସ୍ 35% ଇସି 10 ମିଲି ମିଶାଇ ସିଞ୍ଚନ କରନ୍ତୁ ● ପ୍ରତି ଥର ସିଞ୍ଚନ ପରେ କୀଟନାଶକ ବଦଳାନ୍ତୁ ଫସଲର ବଳକା ଅଂଶକୁ କ୍ଷେତରେ ପୋତନ୍ତୁ ନାହିଁ ବରଂ ତାହାକୁ ଉପଯୁକ୍ତ ଭାବେ ନଷ୍ଟ କରି ଦିଅନ୍ତୁ ଡ଼ଃ. ଟି. ଏମ. ଭରପୋଡ଼ା, ଏଣ୍ଟୋମୋଲୋଜୀ ର ପୂର୍ବ. ଅଧ୍ୟାପକ, B. A. କୃଷି ମହାବିଦ୍ୟାଳୟ, ଆନନ୍ଦ କୃଷି ବିଶ୍ୱବିଦ୍ୟାଳୟ, ଆନନ୍ଦ- 388 110 (ଗୁଜୁରାଟ ଭାରତ) ଯଦି ଆପଣ ଏହି ସୂଚନା ଉପଯୋଗୀ ପାଆନ୍ତି, ତେବେ ଫଟୋ ତଳେଥିବା ହଳଦିଆ ଥମ୍ବସ୍‌ ଅପ୍‌ ଚିହ୍ନ ଉପରେ କ୍ଲିକ୍‌ କରନ୍ତୁ ଏବଂ ତଳେ ଦିଆଯାଇଥିବା ବିକଳ୍ପ ବ୍ୟବହାର କରି ନିଜର କୃଷକ ମିତ୍ରଗଣଙ୍କ ସହ ମଧ୍ୟ ସେୟାର୍‌ କରନ୍ତୁ |
535
62