Looking for our company website?  
AgroStar Krishi Gyaan
Pune, Maharashtra
10 Aug 19, 06:30 PM
ଜୈବିକ ଚାଷଏଗ୍ରୋଷ୍ଟାର ଏଗ୍ରୋନୋମୀ ସେଣ୍ଟର ଅଫ ଏକ୍ସଲେନ୍ସ
ଡାଳିମ୍ବ ଫସଲରେ ସୂତ୍ର କୃମି (ନେମାଟୋଡ) ମାନଙ୍କର ଜୈବିକ ନିୟନ୍ତ୍ରଣ
ବର୍ତ୍ତମାନର ପରିସ୍ଥିତିରେ ସୂତ୍ରକୃମିଗୁଡ଼ିକ ସମସ୍ତ ଫସଲର ପ୍ରଧାନ ସମସ୍ୟା ଅଟନ୍ତି l ଅଧିକ ଆର୍ଦ୍ରତା ଏବଂ ଓଦାଳିଆ ମାଟି ଯୋଗୁଁ ଉଦ୍ଭିଦର ଚେରଗୁଡ଼ିକରେ ସୂତ୍ରକୃମିଗୁଡ଼ିକ ଆକ୍ରମଣ କରିବା ଦେଖାଯିବ କିମ୍ବା ଗଛର ଚେରଗୁଡ଼ିକରେ ଆବୁ ଭଳି ହେବାର ଦେଖାଯିବ l ଆକାରରେ ସୂତ୍ରକୃମିଗୁଡ଼ିକ ବହୁତ ଛୋଟ ଅଟେ ଏବଂ ଫସଲର ଛୋଟ ଚେରର ଭିତର ଅଂଶରେ ରହି ଫସଲକୁ କ୍ଷତି ପହଞ୍ଚାଇଥାନ୍ତି l ଏହା ଚେରଗୁଡ଼ିକୁ ରୋଗାକ୍ରାନ୍ତ କରେ ଏବଂ ଫଳସ୍ୱରୂପ ଆବୁ ସୃଷ୍ଟି ହୋ‍ଇଥାଏ ଏବଂ ଉଦ୍ଭିଦଗୁଡ଼ିକର ପୋଷଣ ପ୍ରଭାବିତ ହୁଏ l ଏହି ପ୍ରକାର କ୍ଷତି ଉଦ୍ଭିଦଗୁଡ଼ିକର ପତ୍ରଗୁଡ଼ିକୁ ହଳଦିଆ ରଙ୍ଗ କରିଦିଏ l ଏହା ସହିତ ସୂତ୍ରକୃମିମାନଙ୍କର କାରଣରୁ ହେଉଥିବା କ୍ଷୟକ୍ଷତି ଅନ୍ୟ କବକ ଜୀବଗୁଡ଼ିକ ସଂକ୍ରମିତ ହେବାର ଅଧିକ ସମ୍ଭାବନା ରହିଛି l ସୂତ୍ରକୃମିଗୁଡ଼ିକ ଗଛ ମରିବା ଏବଂ ଡାଳିମ୍ବ ଫସଲ ଝାଉଁଳିବାର କାରଣ ହୋ‍ଇଥାନ୍ତି l ଡାଳିମ୍ବ ବଗିଚାଗୁଡ଼ିକରେ ସୂତ୍ରକୃମିମାନଙ୍କର ନିୟନ୍ତ୍ରଣ ପାଇଁ ଏହି ଜୈବିକ ପରିଚାଳନାର ଅଭ୍ୟାସଗୁଡ଼ିକୁ ସାମୟିକ ଭାବରେ ପାଳନ କରନ୍ତୁ: • ନୂତନ ଡାଳିମ୍ବ ବଗିଚା ଲଗାଇବା ପୂର୍ବରୁ ମୃତ୍ତିକାରେ ସୂର୍ଯ୍ୟକିରଣ ପଡ଼ିବାର ବ୍ୟବସ୍ଥା କରାଯିବା ଉଚିତ, ଯାହା ମାଟିରେ ସୂତ୍ରକୃମିଗୁଡିକୁ ନିୟନ୍ତ୍ରଣ କରିବାରେ ସାହାଯ୍ୟ କରିବ l • ଡାଳିମ୍ବ ବଗିଚାରେ ବିଲାତି ବାଇଗଣ, ବାଇଗଣ, ଲଙ୍କା, ଏବଂ ଭେଣ୍ଡି ଇତ୍ୟାଦି ଅନ୍ତଃକୃଷି ଭାବରେ ଲଗାନ୍ତୁ ନାହିଁ l • ବସନ୍ତ ଋତୁ ପରେ କିମ୍ବା ଗଛଗୁଡିକୁ ସଫାକରି କାଟିବା ପରେ, ଆଫ୍ରିକୀୟ ଗେଣ୍ଡୁ ଫୁଲ ଗଛଗୁଡିକୁ ଡାଳିମ୍ବ ବଗିଚାର ବାହାରେ ଏବଂ ଭିତରେ ଲଗାଇବା ଉଚିତ l • ଗଛଗୁଡିକର ଚାରିପାଖରେ ଏକ ଗୋଲାକାର ମନ୍ଦା କରନ୍ତୁ ଏବଂ ଗଛଗୁଡିକର ଚାରିପାଖେ ଗଛ ପିଛା ନିମ୍ବ ପିଡିଆ @ ୨ ରୁ ୩ କେଜି ପ୍ରୟୋଗ କରାଯିବ ଉଚିତ l • ଟ୍ରାଇକୋଡର୍ମାପ୍ଲସ୍‌ @ ୫୦୦ ଗ୍ରାମ୍‌ ର ପ୍ରୟୋଗ ଏବଂ ଏକର ପିଛା ପେଶୀଲୋମିସ୍‌ ଲୀଲାସୀନସ୍‌ @ ୧ ରୁ ୩ କେଜି ସହିତ ବାଡ଼ିଖତ ମିଶାଇ ମୃତ୍ତିକାରେ ପ୍ରୟୋଗ କରାଯିବା ଉଚିତ ଏବଂ ଏହାକୁ ୩୦ ଦିନ ବ୍ୟବଧାନରେ ନିୟମିତ ଆଧାରରେ ଦିଆଯିବା ଉଚିତ l ନିର୍ଦ୍ଦେଶ : ଏଗ୍ରୋଷ୍ଟାର ଏଗ୍ରୋନୋମୀ ସେଣ୍ଟର ଅଫ ଏକ୍ସିଲେନ୍ସ
ଯଦି ଆପଣ ଏହି ସୂଚନା ଉପଯୋଗୀ ପାଆନ୍ତି, ତେବେ ଫଟୋ ତଳେଥିବା ହଳଦିଆ ଥମ୍ବସ୍‌ ଅପ୍‌ ଚିହ୍ନ ଉପରେ କ୍ଲିକ୍‌ କରନ୍ତୁ ଏବଂ ତଳେ ଦିଆଯାଇଥିବା ବିକଳ୍ପ ବ୍ୟବହାର କରି ନିଜର କୃଷକ ମିତ୍ରଗଣଙ୍କ ସହ ମଧ୍ୟ ସେୟାର୍‌ କରନ୍ତୁ |
292
21