AgroStar Krishi Gyaan
Pune, Maharashtra
20 Apr 19, 06:00 PM
ଜୈବିକ ଚାଷଏଗ୍ରୋୱନ
କୃଷିକାର୍ଯ୍ୟରେ ସବୁଜ ଖତର ସୁଫଳ ଗୁଡ଼ିକ
ସବୁଜଖତ ହେଉଛି ଏକ ସଢ଼ିନଥିବା ପଦାର୍ଥ ଯାହା ସାର ରୂପେ ବ୍ୟବହାର ହୁଏ l ଏହା ଦୁଇ ପ୍ରକାରରେ ମିଳିଥାଏ, ଯେମିତିକି ସବୁଜସାର ଫସଲ କରିବା ଦ୍ୱାରା କିମ୍ବା ପଡ଼ିଆ ଜମିରେ, ଜମି ହୁଡ଼ାରେ, ଜଙ୍ଗଲରେ ହୋଇଥିବା ଗଛର ସବୁଜ ପତ୍ର (ଡାଳ ସହିତ) ସଂଗ୍ରହ କରିବା ଦ୍ୱାରା l ସାଧାରଣତଃ ଜମିରେ ଛୁଇଁ ଜାତୀୟ ଫସଲ ଗୁଡ଼ିକୁ ସବୁଜ ସାର ପାଇଁ କରାଯାଉଛି ଏବଂ ଏଗୁଡିକ ଯଥେଷ୍ଟ ବୃଦ୍ଧିପ୍ରାପ୍ତ ହେଲା ପରେ ମାଟିରେ ମିଶାଯାଏ l ଯେଉଁ ଗଛସବୁ ସବୁଜ ଖତ ପାଇଁ କରାଯାଏ ସେଗୁଡ଼ିକ ସବୁଜ ସାର ଫସଲ ନାମରେ ପରିଚିତ ଅଟନ୍ତି l ପ୍ରମୁଖ ସବୁଜ ଖତ ଫସଲ ଗୁଡ଼ିକ ହେଉଛନ୍ତି ସନହେମ୍ପ, ଧଇଂଚା, ଗୁଆଁର, ଏବଂ ଶେଷବାନିଆ l ସବୁଜ ପତ୍ର ଖତ ସବୁଜ ପତ୍ର ଏବଂ ଗଛ ଡାଳଗୁଡ଼ିକର ପ୍ରୟୋଗ, କୌଣସି ସ୍ଥାନରୁ ସଂଗ୍ରହ କରାଯାଇଥିବା ଗୁଳ୍ମଲତା ସବୁ ସବୁଜ ପତ୍ର ଖତ ରୂପେ ପରିଚିତ ଅଟନ୍ତି l ଜଙ୍ଗଲ ଗଛର ପତ୍ରସବୁ ସବୁଜ ପତ୍ର ଖତର ମୁଖ୍ୟ ଉତ୍ସ ଅଟେ l ସବୁଜ ପତ୍ର ଖତର ଅନ୍ୟ ଉତ୍ସ ଗୁଡ଼ିକ ହେଉଛି ପଡ଼ିଆ ଜମିରେ ହୋଇଥିବା ଗଛସବୁ, ଜମି ହୁଡ଼ା ଇତ୍ୟାଦି l ସବୁଜ ପତ୍ର ଖତ ପାଇଁ ପ୍ରମୁଖ ସାହାଯ୍ୟକାରୀ ଗଛ ଗୁଡ଼ିକ ହେଉଛନ୍ତି, ନିମ୍ବ, ଗ୍ଲୀରିସିଡିଆ, କରଞ୍ଜ (ପୋଙ୍ଗାମିଆ ଗ୍ଲାବ୍ରା), ଅରଖ, ଆଭିସ (ଶେଷବାନିଆ ଗ୍ରାଣ୍ଡିଫ୍ଲୋରା), ଝୁଣୁକୀ ଏବଂ ଅନ୍ୟ ଗଛଲତା l
ସୁବିଧାଗୁଡ଼ିକ:  ଜୈବ ପଦାର୍ଥ ଏବଂ ମାଟିର ସାର ବୃଦ୍ଧିପାଏ  ଯବକ୍ଷାରଯାନ ବିବନ୍ଧନ ବୃଦ୍ଧିପାଏ  ମାଟିର ପୃଷ୍ଠଭୂମିର ସୁରକ୍ଷା କରେ  ମୃତ୍ତିକା କ୍ଷୟର ପ୍ରତିକାର  ମୃତ୍ତିକାର ସରଂଚନାକୁ ବଜାୟ ରଖେ କିମ୍ବା ବିକାଶ କରେ  ଧୋଇହୋଇ ବୋହିଯିବାର ଆଶଙ୍କା କମ ରହେ  ନିମ୍ନ ମାଟିରୁ ମିଳୁନଥିବା ପୋଷକତତ୍ତ୍ୱଗୁଡ଼ିକ ମିଳିଥାଏ  ପୂର୍ଣ୍ଣଭାବରେ ମିଳୁଥିବା ପୋଷକତତ୍ତ୍ୱଗୁଡ଼ିକୁ ପରବର୍ତ୍ତୀ ଫସଲକୁ ଯୋଗାଏ ଉତ୍ସ: ଟିଏନଏୟୁ ଏଗ୍ରିପୋର୍ଟାଲ ଯଦି ଆପଣ ଏହି ସୂଚନା ଉପଯୋଗୀ ପାଆନ୍ତି, ତେବେ ଫଟୋ ତଳେଥିବା ହଳଦିଆ ଥମ୍ବସ୍‌ ଅପ୍‌ ଚିହ୍ନ ଉପରେ କ୍ଲିକ୍‌ କରନ୍ତୁ ଏବଂ ତଳେ ଦିଆଯାଇଥିବା ବିକଳ୍ପ ବ୍ୟବହାର କରି ନିଜର କୃଷକ ମିତ୍ରଗଣଙ୍କ ସହ ମଧ୍ୟ ସେୟାର୍‌ କରନ୍ତୁ |
399
8