Looking for our company website?  
AgroStar Krishi Gyaan
Pune, Maharashtra
07 Jul 19, 06:00 PM
ପଶୁ ପାଳନwww.vetextension.com
ବର୍ଷାଦିନେ ଲାଭଦାୟକ ପଶୁପାଳନ ସୂଚନାଗୁଡିକ
ବର୍ଷାଦିନର ସମସ୍ତ ପ୍ରମୁଖ ଲାଭ ଗୁଡିକ ମଧ୍ୟରୁ ଏମିତି କିଛି ସାବଧାନତା ରହିଛି ଯାହା ବିଷୟରେ ପଶୁପାଳକ ମାନେ ଯତ୍ନବାନ ହେବ ଉଚିତ l ବର୍ଷାଦିନରେ ଯଦି ସାବଧାନତାର ଉପାୟ ଗୁଡିକ ଅବଲମ୍ବନ କରାଯିବ ନାହିଁ, ତେବେ ଅନେକ ରୋଗ ହୋଇ ଗାଈଗୋରୁଙ୍କର ମୃତ୍ୟୁର କାରଣ ହେବ l ଉତ୍ତମ ରୂପେ ଗାଇଗୋରୁଙ୍କର ସ୍ୱାସ୍ଥ୍ୟର ପରିଚାଳନା ନିମନ୍ତେ ନିମ୍ନଲିଖିତ ଉପାୟ ଗୁଡିକ ଅବଲମ୍ବନ କରାଯିବା ଦରକାର: • ପାଣି ଗଳୁଥିବା ଗୁହାଳକୁ ମରାମତି କରନ୍ତୁ • ଯଥେଷ୍ଟ ବାୟୁଚଳାଚଳ ବଜାୟ ରଖନ୍ତୁ • ପାକସ୍ଥଳୀର କୃମୀରୁ ଗାଇଗୋରୁଙ୍କୁ ରକ୍ଷା କରିବା ପାଇଁ ପାଇଁ ଔଷଧ ଯୋଗାଇଦିଅନ୍ତୁ • ମାଛି ଏବଂ ମଶାଙ୍କର ବିସ୍ତାର ଏବଂ ଆକ୍ରମଣକୁ ଦୂର କରନ୍ତୁ • ଗୋଟିଏ ଶୁଖିଲା ସ୍ଥାନରେ ପଶୁଖାଦ୍ୟ ଗଚ୍ଛିତ କରନ୍ତୁ • ଗାଇଗୋରୁଙ୍କର ଦେହ ଯାଞ୍ଚ କରନ୍ତୁ ଏବଂ କ୍ଷୀର ଦୁହିଁ ସାରିବା ପରେ ପହ୍ନାକୁ ଗୋଟିଏ ଆଣ୍ଟିସେପ୍ଟିକ ସାହାଯ୍ୟରେ ସଫାକରିଦିଅନ୍ତୁ • ଫିନାଇଲ ସାହାଯ୍ୟରେ ଗୋରୁ ଗୁହାଳକୁ ବାରମ୍ବାର ସଫା କରନ୍ତୁ • ପଶୁମାନଙ୍କୁ ସଫା ଏବଂ ସୁସ୍ଥ ରଖିବା ପାଇଁ ସେମାନଙ୍କୁ ନିୟମିତ ଭାବରେ ଗାଧୋଇ ଦିଅନ୍ତୁ • ପ୍ରତ୍ୟେକ ଗୋରୁକୁ ଉପଯୁକ୍ତ ଜାଗା ଦିଅନ୍ତୁ • ଗାଇଗୋରୁଙ୍କର ଶରୀରର କୌଣସି ପ୍ରକାରର କ୍ଷତର ବିଶେଷ ଯତ୍ନ ନିଅନ୍ତୁ ଏବଂ ଆଣ୍ଟିସେପଟିକ ପ୍ରୟୋଗ କରନ୍ତୁ l • ପଶୁମାନଙ୍କୁ ଅତ୍ୟଧିକ ସବୁଜ ରଙ୍ଗର ଚାରା ଖାଇବାକୁ ଦିଅନ୍ତୁ ନାହିଁ ଏହା ଡାଇରିଆର କାରଣ ହେବ • ବିପାକ ବୃଦ୍ଧିକୁ ସନ୍ତୁଷ୍ଟି ପ୍ରଦାନ ନିମନ୍ତେ ସନ୍ତୁଳିତ ଆହାର ଯୋଗାଇ ଦିଅନ୍ତୁ • ପ୍ରାଣୀ ମାନଙ୍କର ମଳମୂତ୍ରକୁ ଉପଯୁକ୍ତ ସ୍ଥାନରେ ବିନଷ୍ଟ କରନ୍ତୁ, ନ ହେଲେ ଏହା ରୋଗଗୁଡିକ ବିସ୍ତାର କରିବାର କାରଣ ହୋଇପାରେ • ସଂକ୍ରମିତ ଗାଇଗୋରୁମାନଙ୍କୁ ସୁସ୍ଥ ଗୋରୁମାନଙ୍କ ଠାରୁ ଅଲଗା ରଖନ୍ତୁ • ପ୍ରତିରୋଧକ ଶକ୍ତି ବୃଦ୍ଧି ପାଇଁ ପ୍ରତିରୋଧକ ଶକ୍ତି ଉଦ୍ରେକକାରୀ ଦିଆଯିବା ଉଚିତ ଉତ୍ସ: www.vetextension.com
ଯଦି ଆପଣ ଏହି ସୂଚନା ଉପଯୋଗୀ ପାଆନ୍ତି, ତେବେ ଫଟୋ ତଳେଥିବା ହଳଦିଆ ଥମ୍ବସ୍‌ ଅପ୍‌ ଚିହ୍ନ ଉପରେ କ୍ଲିକ୍‌ କରନ୍ତୁ ଏବଂ ତଳେ ଦିଆଯାଇଥିବା ବିକଳ୍ପ ବ୍ୟବହାର କରି ନିଜର କୃଷକ ମିତ୍ରଗଣଙ୍କ ସହ ମଧ୍ୟ ସେୟାର୍‌ କରନ୍ତୁ |
417
0