AgroStar Krishi Gyaan
Pune, Maharashtra
10 Jun 19, 10:00 AM
ଆଜଭାଇଜରୀ ଆର୍ଟିକଲ୍‌www.phytojournal.com
ଘିକୁଆଁରୀ ଚାଷ ଏବଂ ଏହାର ସୌନ୍ଦର୍ଯ୍ୟ ମୂଲ୍ୟ
ଘିକୁଆଁରୀ ଏକ ଔଷଧୀୟ ବୃକ୍ଷ ଯାହାକି ବିଭିନ୍ନ ଚର୍ମର ଅବସ୍ଥାନକୁ କ୍ଷତ, ପୋଡ଼ାକୁ ବାହ୍ୟ ଚିକିତ୍ସା କରାଯାଏ, ଏହା ସାଧାରଣତଃ ରୌଦ୍ରଦାହ, ନିଆଁ ଲାଗି ଫୋଟକା ହୋ‍ଇଥିବା କ୍ଷତକୁ ପ୍ରଥମେ ଚିକିତ୍ସା କରାଯାଏ | ଏହାକୁ ଅଠାଳିଆ ପଦାର୍ଥ ଭାବରେ କେଶର ବିଭିନ୍ନ ଢଙ୍ଗ ପାଇଁ ବ୍ୟବହାର କରାଯାଏ | କୁଞ୍ଚିତ କେଶ ପାଇଁ ଅତି ପ୍ରକୃଷ୍ଟ ଅଟେ | କାଶ, କଫ ପାକସ୍ଥଳୀ କ୍ଷତ, ଗ୍ୟାସ, ମଧୁମେହ, କର୍କଟରୋଗ, ମୁଣ୍ଡବିନ୍ଧା, ଆଣ୍ଠୁଗଣ୍ଠିବାତ, ରୋଗ ପ୍ରତିରୋଧକ ଅଭାବ ଓ ଅଭ୍ୟନ୍ତରୀଣ ପ୍ରତିକାର ପାଇଁ ବଜାରକୁ ପ୍ରେରିତ କରାଯାଇଛି | ଘିକୁଆଁରୀ ଚାଷର ଅମଳ: 1. ମୃତ୍ତିକା: ବ୍ୟବସାୟିକ ଘିକୁଆଁରୀ ଚାଷ ପାଇଁ ଜଳ ଜମି ନଥିବା, ବାଲିଆ ଖତ ମିଶା ମୃତ୍ତିକା ସହିତ ସାମାନ୍ୟ ଉର୍ବର 8.5 ପି ଏଚ (pH) ମୃତ୍ତିକା ଦରକାର କରାଯାଏ | 2. ଜମି ପ୍ରସ୍ତୁତି: ମୃତ୍ତିକା ପ୍ରକାର ଅନୁସାରେ ଓ କୃଷିର ଜଳବାୟୁ ଉପରେ ନିର୍ଭର କରି ଥରେ କିମ୍ବା ଦୁଇଥର ହଳ କରିବା ବାଧ୍ୟତାମୂଳକ ଏବଂ ତାପରେ ଜମିକୁ ସମତଳ କରାଯାଏ 10-15 ମି / 3 ମି ଗଡ଼ାଣିଆ ଜଳସେଚନ ଉତ୍ସ ଥିବା ଜମିର ଆକାର ଘିକୁଆଁରୀ ପାଇଁ ଉପଯୁକ୍ତ ଅଟେ | 3. ପ୍ରଜନନ କରିବା: ଗଛର ମୂଳରୁ ନିର୍ଗତ ଶାଖା କିମ୍ବା କାଣ୍ଡରୁ ଘିକୁଆଁରୀର ପ୍ରଜନନ କରାଯାଏ | 4. ରୋପଣ ସମୟ: ଗଛର ମୂଳରୁ ନିର୍ଗତ ଶାଖାକୁ ଜୁଲାଇ-ଅଗଷ୍ଟ ମାସରେ ମୌସୁମୀ ଥିବା ଅବସ୍ଥାରେ ରୋପଣ କରାଯାଏ ଯାହା ଫଳରେ ଗଛଗୁଡ଼ିକ ବଞ୍ଚିବାର ଏବଂ ବୃଦ୍ଧି ହେବାର ସମ୍ଭାବନା ଅଧିକ ଥାଏ | ଘିକୁଆଁରୀ ଗଛକୁ ନଭେମ୍ବର-ଫେବୃଆରୀ ଶୀତ ଋତୁରେ ରୋପଣ କରାଯାଏ | 5. ଖତସାର: ଗଛ ରୋପଣର ପ୍ରଥମ ବର୍ଷର ଜମି ପ୍ରସ୍ତୁତି ସମୟରେ ଫାର୍ମିଆଡ଼ ମାନୁଆର @20ଟନ ପ୍ରତି ହେକ୍ଟରରେ ବ୍ୟବହାର କରାଯାଏ ଏବଂ ଏହାକୁ ପରବର୍ତ୍ତୀ ବର୍ଷଗୁଡ଼ିକରେ ସମାନ ପରିମାଣରେ ବ୍ୟବହାର କରିପାରିବା | ଏହା ବ୍ୟତିତ ଜିଆ ନାଳ ଦ୍ୱାରା ପ୍ରସ୍ତୁତି ସାର @2.5 ଟନ ପ୍ରତି ହେକ୍ଟର ବ୍ୟବହାର କରିପାରିବ | 6. ଗଛ ଭିତରେ ଅନ୍ତର ଓ ରୋପଣ: ଗଛ ମୂଳରୁ ନିର୍ଗତ ଶାଖାଗୁଡ଼ିକ 60x60 ଅନ୍ତରରେ ରୋପଣ କରାଯାଏ ଏବଂ ଆନୁମାନିକ 15ସେଣ୍ଟିମିଟର ଗଭିର ଗାତ ରୋପଣ ସମୟରେ କରାଯାଏ | ମୂଳ ଚାରିପାଖର ମାଟିକୁ ଉପଯୁକ୍ତ ଭାବରେ ରଖିବା ଉଚିତ | ଯାହା ଫଳରେ ଗଛ ମୂଳରୁ ନିର୍ଗତ ଶାଖା ପାଖରେ କୌଣସି ପ୍ରକାର ପାଣି ଜମି ନଥାଏ | 7. ଜଳସେଚନ: ଘିକୁଆଁରୀ କୁ ଉଭୟ ଜଳସେଚନ ବ୍ୟବସ୍ଥା ଏବଂ ବୃଷ୍ଟିପାତ ଦ୍ୱାରା ସଫଳ ଭାବରେ ଚାଷ କରାଯାଏ |
ଘିକୁଆଁରୀର ସୌନ୍ଦର୍ଯ୍ୟ ବର୍ଦ୍ଧକ ଗୁଣ:  ଘିକୁଆଁରୀ କୋଲାଜନ ଏବଂ ଏଲାଷ୍ଟିନର ଉତ୍ପାଦକୁ ଉଦ୍ଦିପନା କରିଥାଏ ଯାହା ଜମିର ବାର୍ଦ୍ଦିକତାକୁ ନିରୋଧ କରିଥାଏ |  ଘିକୁଆଁରୀ କୁ ସୌନ୍ଦର୍ଯ୍ୟ ଅଭିପ୍ରାୟ ଉଦ୍ଦେଶ୍ୟ ସାବୁନ, ସାମ୍ପୋ, କ୍ରୀମ ଓ ଲୋସନରେ ବ୍ୟବହାର କରାଯାଏ |  ଘିକୁଆଁରୀ ର ତରଳ ପଦାର୍ଥ ମୁହଁର କଳା ଦାଗକୁ ହାଲୁକା କରିଥାଏ ଏବଂ ପ୍ରାକୃତିକ ରଙ୍ଗର ପ୍ରଗାଢତାକୁ ହ୍ରାସ କରିଥାଏ |  ଘିକୁଆଁରୀ ର ତରଳ ପଦାର୍ଥକୁ ନିର୍ଦ୍ଧିଅଷ୍ଟ ଜାଗାରେ ବ୍ୟବହାର କରାଗଲେ ଏହା ଏକ ଉତ୍ତମ ଆର୍ଦତା ଭାବରେ କାମ କରିଥାଏ ଏବଂ ଚର୍ମର ମୃତ୍ତକୋଷକୁ ଦୂର କରି ଚର୍ମକୁ ନବ ଯୌବନ ପ୍ରଦାନ କରିଥାଏ |  ତେଣୁ, ଘିକୁଆଁରୀର ତରଳ ପଦାର୍ଥ ଏବଂ ଲେମ୍ବୁରସର ମିଶ୍ରଣ କ୍ଷତାକ୍ତ କେଶକୁ ଭଲ ଅବସ୍ଥାକୁ ଆଣିପାରେ | ଏହି ମିଶ୍ରଣକୁ ସାମ୍ପୋ କରିବା ପରେ କେଶରେ ବ୍ୟବହାର କରିବା ଦରକାର ଏବଂ ଏହାକୁ 4-5 ମିନିଟ ବ୍ୟବଧାନ ପରେ ପାଣି ଦ୍ୱାରା ଧୋ‍ଇବା ଦରକାର | ଘିକୁଆଁରୀ ଚର୍ମକୁ ପୁରଣୀୟ ଏବଂ ଆର୍ଦତା କରିଥାଏ ଯାହା ଫଳରେ ଏକ ସୁସ୍ଥ ଉଜ୍ୱଳ ଚର୍ମ ମିଳିଥାଏ | ଉତ୍ସ: www.phytojournal.com ଯଦି ଆପଣ ଏହି ସୂଚନା ଉପଯୋଗୀ ପାଆନ୍ତି, ତେବେ ଫଟୋ ତଳେଥିବା ହଳଦିଆ ଥମ୍ବସ୍‌ ଅପ୍‌ ଚିହ୍ନ ଉପରେ କ୍ଲିକ୍‌ କରନ୍ତୁ ଏବଂ ତଳେ ଦିଆଯାଇଥିବା ବିକଳ୍ପ ବ୍ୟବହାର କରି ନିଜର କୃଷକ ମିତ୍ରଗଣଙ୍କ ସହ ମଧ୍ୟ ସେୟାର୍‌ କରନ୍ତୁ |
481
0